News18 Odia Digital
ନୂଆଦିଲ୍ଲୀ : ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଟ୍ବିଟର୍ର ମାଲିକ ଏଲନ୍ ମସ୍କ । ମସ୍କ ପୁଣି ଥରେ ବିଲିୟନେୟାର ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ଚଳତି ବର୍ଷ ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡ଼ିଥିଲା ଯେ ୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆସନ ହରାଇ ବସିଥିଲେ । ଗତ ବର୍ଷ ଧନୀ ତାଲିକାରେ ପ୍ରଥମ ସ୍ଥାନରେ ଥିବା ଫ୍ରାନ୍ସର ଲୁଇସ୍ ଭୁଇଟନ୍ର ସିଇଓ ବର୍ଣ୍ଣାଡ ଆର୍ନଲ୍ଟଙ୍କୁ ପଛରେ ପକାଇଛନ୍ତି । ପ୍ରାୟ ୨ ବର୍ଷ ପରେ ମସ୍କ ପୁଣି ଥରେ ତାଙ୍କ ସ୍ଥାନ ଫେରି ପାଇଛନ୍ତି ।
ଏଲନ୍ ମସ୍କଙ୍କ ସମ୍ପତ୍ତି କେତେ ?ସର୍ବଶେଷ ଆକଳନ ଅନୁଯାୟୀ, ଏଲନ୍ ମସ୍କଙ୍କ ସମ୍ପତ୍ତିର ମୋଟ ମୂଲ୍ୟ ୧୮୭.୧ ବିଲିୟନ ଡ଼ଲାର ଅଟେ। ଏଥି ସହିତ, ବର୍ଣ୍ଣାଡ ଆର୍ନାଲ୍ଟଙ୍କ ସମ୍ପତ୍ତି ୧୮୫.୩ 185.3 ବିଲିୟନ ଡଲାର ବୋଲି ଆକଳନ କରାଯାଇଛି ।
ମସ୍କ ପୁନର୍ବାର ନମ୍ବର -୧ ରେ କିପରି ହେଲେ ?ଗତ ବର୍ଷ ଧନୀ ତାଲିକାରେ ଦୁଇ ନମ୍ବରକୁ ଖସି ଆସିଥିବା ଏଲନ୍ ମସ୍କ ୨୦୨୩ ମସିହାରେ ତାଙ୍କ ସମ୍ପତ୍ତିରେ ବିପୁଳ ବୃଦ୍ଧି ଘଟିଥିବାର ଦେଖିବାକ ମିଳିଛି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କ ଅଟୋ କମ୍ପାନୀ ଟେସଲାର ସେୟାରରେ ବୃଦ୍ଧି । ଏହି ବର୍ଷ ଟେସଲାର ଷ୍ଟକ୍ ୯୦ ପ୍ରତିଶତ ବୃଦ୍ଧି ହୋଇ ରେକର୍ଡ ସୃଷ୍ଟି କରିଛି । ଏହି କାରଣରୁ, ଏଲନ୍ ମସ୍କ ୨୦୨୩ରେ ନିଜ ସମ୍ପତ୍ତିରେ ୫୦ ବିଲିୟନ ଡଲାର୍ ଯୋଡିଥିଲେ ।
ପଢନ୍ତୁ ଏହି ଖବର :
ୟhttp://ବିବାହ ପୂର୍ବରୁ କନ୍ୟା ଫେରାର; ଥାନରେ ଏତଲା ଦେଲେ ପରିବାର ଲୋକଚଳିତବର୍ଷ ପ୍ରାରମ୍ଭରେ ମସ୍କ ଏକ ରେକର୍ଡ କରିଥିଲେ। ସେ ଇତିହାସରେ ସର୍ବାଧିକ ଟଙ୍କା ହରାଇ ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ। ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ରେ କୁହାଯାଇଥିଲା ଯେ ପୂର୍ବରୁ ୨୦୦୦ ମସିହାରେ ୫୬ ବିଲିୟନ ଡଲାର ହରାଇ ଏହି ରେକର୍ଡ କରିଥିଲେ ଜାପାନର ଟେକ୍ ଇନ୍ଭେଷ୍ଟର୍ ମାୟାୟୋଶୀ ସନ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।