ଏଲୋନ ମସ୍କ ବାପାଙ୍କ ବଡ଼ ଖୁଲାସା; ସାବତ ଝିଅଙ୍କ ସହ ଅଛି ତାଙ୍କ ରିଲେସନସିପ

Errol Musk Jana Bezuidenhout: ଏଲୋନ୍ ମସ୍କଙ୍କ ପିତା ପ୍ରକାଶ କରିଛନ୍ତି ଯେ ତାଙ୍କ ସାବତ ଝିଅ ଜାନା ବେଜୁଇଡେନହାଉଟଙ୍କ ସହ ତାଙ୍କର ସମ୍ପର୍କ ଅଛି। ତିନି ବର୍ଷ ପୂର୍ବେ ଜାନା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ।

ଏଲୋନ ମସ୍କ ବାପାଙ୍କ ବଡ଼ ଖୁଲାସା

ଏଲୋନ ମସ୍କ ବାପାଙ୍କ ବଡ଼ ଖୁଲାସା

  • Share this:
News18 Odia Digital

Errol Musk Relation With His Step Daughter: ଟେସଲା ତଥା ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କଙ୍କ ପିତା ଏରୋଲ୍ ମସ୍କ ନିଜ ତଥା ସାବତ ଝିଅ ସହିତ ଥିବା ସମ୍ପର୍କକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି।

ତାଙ୍କର ୩୫ ବର୍ଷୀୟା ସାବତ ଝିଅ ଜାନା ବେଜୁଇଡେନହାଉଟଙ୍କ ସହ ତାଙ୍କର ସମ୍ପର୍କ ଅଛି ବୋଲି ଏରୋଲ୍ ମସ୍କ ଦାବି କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାନା ତିନି ବର୍ଷ ପୂର୍ବେ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ଏରୋଲ ମସ୍କ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପିଲା ଯୋଜନାବଦ୍ଧ ନୁହଁନ୍ତି।

ଏଲୋନ୍ ମସ୍କଙ୍କ ପିତାଙ୍କ ବଡ଼ ଖୁଲାସା

ଏଲୋନ୍ ମସ୍କଙ୍କ ପିତା ଏରୋଲ୍ ମସ୍କ ‘ଦ ସନ’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ତିନି ବର୍ଷ ପୂର୍ବେ ତାଙ୍କର ୩୫ ବର୍ଷୀୟା ସାବତ ଝିଅ ଜାନା ସେମାନଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ। ଏରୋଲ୍ ମସ୍କ ବର୍ତ୍ତମାନ ୭୬ ବର୍ଷ ବୟସର।

ଏରୋଲ ମସ୍କ ଓ ସାବତ ଝିଅର ବୟସରେ ଏତେ ପାର୍ଥକ୍ୟ

୨୦୧୭ରେ, ଏରୋଲ ମସ୍କଙ୍କ ସନ୍ତାନ ଏଲିୟଟ୍ ଋଷ ଜନ୍ମ ହୋଇଥିଲେ, ଯାହାର ବୟସ ବର୍ତ୍ତମାନ ୫ ବର୍ଷ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏରୋଲ ମସ୍କ ଓ ତାଙ୍କ ସାବତ ଝିଅ ଜାନାଙ୍କ ମଧ୍ୟରେ ୪୧ ବର୍ଷ ବୟସ ବ୍ୟବଧାନ ଅଛି। ସୂଚନାଯୋଗ୍ୟ ଯେ ଏରୋଲ ମସ୍କ ଓ ଜାନାଙ୍କ ମାତା ହେଡ ୧୮ ବର୍ଷ ଧରି ଏକାଠି ଥିଲେ।

ଏରୋଲ ମସ୍କ ପ୍ରକାଶ କରିଛନ୍ତି ଯେ ଜାନାଙ୍କ ସହିତ ତାଙ୍କର ଦ୍ୱିତୀୟ ସନ୍ତାନ ଯୋଜନାବଦ୍ଧ ନୁହେଁ, କିନ୍ତୁ ଜନ୍ମରୁ ପିଲାଟି ଏକାଠି ରହୁଛି। ଏଲୋନ୍ ମସ୍କଙ୍କ ପିତା କହିଛନ୍ତି, ‘‘ମୁଁ ତାଙ୍କ DNA ଯାଞ୍ଚ କରି ନାହିଁ। କିନ୍ତୁ ସେ ମୋର ଅନ୍ୟ ଝିଅମାନଙ୍କ ପରି ଦେଖାଯାଉଛି। ସେ ଠିକ୍ ଋଶ ପରି ଦେଖାଯାଏ ଓ ସେ ମଧ୍ୟ ତାଙ୍କ ପରି ଆଚରଣ କରେ।’’

ଏଲୋନ୍ ମସ୍କଙ୍କ ପିତା ଏରୋଲ୍ ମସ୍କ କହିଛନ୍ତି ଯେ ଯେତେବେଳେ ସେ ଜାନାଙ୍କ ମା'ଙ୍କୁ ବିବାହ କରିଥିଲେ ସେତେବେଳେ ତାଙ୍କୁ ୨୫ ବର୍ଷ ଓ ସେ ୪୫ ବର୍ଷ ଥିଲେ। ସେହି ସମୟରେ ସେ ଜାନାର ମା' ଠାରୁ ଅଧିକ ସୁନ୍ଦର ମହିଳାଙ୍କୁ ଦେଖି ନଥିଲେ।
Published by:Lipina Das
First published: