News 18 Odia Digital
ନୂଆଦିଲ୍ଲୀ : ଏକ ଅଜବ ଘଟଣା, ଏକ ହାତୀ ଗୌହାଟୀ ନରେଙ୍ଗି ଠାରେ ଥିବା ଆର୍ମି ପବ୍ଲିକ୍ ସ୍କୁଲରେ ପ୍ରବେଶ କରିଛି । ଏହାର କଏଦ ହୋଇଥିବା ଭିଡିଓରେ ହାତୀଟି ବିଦ୍ୟାଳୟ କରିଡରରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାର ଭିଡ଼ିଓ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ହାତୀକୁ ନିକଟସ୍ଥ ଅଭୟାରଣ୍ୟକୁ ଫେରାଇ ଆଣିବା ପାଇଁ ବନ ବିଭାଗକୁ କିଛି ସମୟ ମଧ୍ୟ ସଂଘର୍ଷ କରିବାକୁ ପଡିଥିଲା । ଭିଡିଓରେ ହାତୀଟି ସ୍କୁଲ କରିଡରରେ ବୁଲୁଥିବାର ଦେଖିବାକୁ ମିଳିଥିଲା ଓ କିଛି ଲୋକ ମଧ୍ୟ ଚେଷ୍ଟା କରୁଥିଲେ ସ୍କୁଲ୍ ପରିସରରୁ ବାହାର କରିବା ପାଇଁ ।
ଏହାର କିଛି ଦିନ ପୂର୍ବେ ଆଉ ଏକ ଭିଡ଼ିଓ ଇଣ୍ଟରନେଟରେ କେନ୍ଦ୍ର ବିନ୍ଦୁ ପାଲଟିଥିଲା । ହାତୀଟି ସ୍କୁଲ ପରିସରରେ ଘୁରି ବୁଲୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି କ୍ଲିପ୍ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ସେୟାର କରିଥିଲେ ଏବଂ ଏଥିରେ ଏକ ହାତୀ ଦେଖାଯାଉଛି, ଯାହା ଏକ କୋଠାର ଅପେକ୍ଷାକୃତ ଛୋଟ ଦ୍ୱାରରୁ ବାହାରକୁ ଆସିବାକୁ ସଂଘର୍ଷ କରୁଛି । ହାତୀଟି ବଡ ବନ୍ୟପ୍ରାଣୀ ହେତୁ ଧୈର୍ଯ୍ୟର ସହିତ ବାହାରକୁ ଆସିବ ପାଇଁ ମଧ୍ୟ ଚେଷ୍ଟା କରୁଛି । କିଛି ସମୟ ପରେ ଧୀରେ ଧୀରେ ପଛକୁ ବଙ୍କା ହୋଇ ଗୋଟିଏ ପାଦକୁ ଆଗକୁ ରଖି ସଫଳତାର ସହିତ ବାହାରକୁ ଆସୁଥିବାର ଦେଖିବାକୁ ମିଳୁଛି ।
ଏହା ପରେ ଜଣାପଡିଥିଲା ଯେ ହାତୀଟି ତାର ପ୍ରିୟ ଖାଦ୍ୟ ଖାଇବା ପାଇଁ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିଲା । ଆଇଏଫଏସ ମଧ୍ୟ ହାତୀ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେଉଁଥିରେ କୁକୁର ସମେତ ଅନ୍ୟ ବନ୍ୟାପ୍ରାଣୀ ମଧ୍ୟ ଭଲ ଖାଦ୍ୟର ଗନ୍ଧ ବାରି ପାରନ୍ତି ଏବଂ ସେମାନେ ଅନେକ ମାଇଲ ଦୂରରେ ଥିବା ଖାଦ୍ୟର ଗନ୍ଧ ଜାଣି ପାରନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।