କେଡ଼େ ନିର୍ଦୟ! ହାତୀ ଉପରକୁ ଲୋକେ ଜଳନ୍ତା ଟାୟାର୍ ଫିଙ୍ଗିଲେ; ଜଳି ମରିଗଲା ହାତୀଟି - VIDEO

ଜଳୁଥିବା ଟାୟାରଟି ହାତୀର କାନରେ ଅଟକି ରହିଯାଇଥିଲା ଓ ତା’ କାନରେ ନିଆଁ ଲାଗିଯାଇଥିଲା । କଷ୍ଟ ପାଇ ହାତୀଟି ଦୂରକୁ ଚାଲିଯାଇ ନିଜ କାନରୁ ଜଳନ୍ତା ଟାୟାରକୁ ବାହାର କରିବାକୁ ଚେଷ୍ଟା କରିଥିଲା, ହେଲେ ବିଫଳ ହୋଇଥିଲା ।

କେଡ଼େ ନିର୍ଦୟ! ହାତୀ ଉପରକୁ ଲୋକେ ଜଳନ୍ତା ଟାୟାର୍ ଫିଙ୍ଗିଲେ; ଜଳି ମରିଗଲା ହାତୀଟି - VIDEO
ହାତୀର ଜଳି ମରିବା ଭିଡିଓର ଏକ ଦୃଶ୍ୟ
  • News18 Odia
  • Last Updated: January 24, 2021, 8:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚେନ୍ନାଇ: ହାତୀକୁ ଆମେ ସମସ୍ତେ ସମ୍ମାନ କରୁ ଓ ହାତୀମାନଙ୍କ ସଂରକ୍ଷଣ ପାଇଁ ସରକାର କେତେ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଲୋକେ ହାତୀ ପ୍ରତି ଏତେ ନିର୍ଦ୍ଦୟତା ଦେଖାଉଛନ୍ତି ଯେ ତାହା ସଂରକ୍ଷଣକର୍ତ୍ତାମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗୋଟିଏ ନୀରିହ ହାତୀ ଉପରକୁ ମଜାରେ କିଛି ଲୋକ ଏକ ଜଳନ୍ତା ଟାୟାର୍‌ ଫିଙ୍ଗି ହାତୀଟିର ମୃତ୍ୟର କାରଣ ସାଜିଛନ୍ତି (elephant burnt to death)।

୪୦ ବର୍ଷୀୟ ହାତୀଟିର ମଥା ଉପରକୁ ଲୋକେ ଜଳନ୍ତା ଟାୟାରଟି ଫିଙ୍ଗିଦେବା ପରେ ତା’ କାନରେ ନିଆଁ ଲାଗିଯାଇଥିଲା ଓ ପରେ ତା’ ମଥା ସମେତ ସାରା ଦେହ ଜଳିଯାଇଥିଲା । ବଡ଼ କଷ୍ଟ ପାଇ ହାତୀଟି ମରିଥିଲା । ଏହି ଭୟାନକ ଘଟଣା ଘଟିଛି ତାମିଲ ନାଡୁର ନୀଳଗିରିରେ ଥିବା ମସିନାଗୁଡ଼ିର ଏକ ଫରେଷ୍ଟ ରିସୋର୍ଟରେ । ଏହି ଦୁଃଖଦ ଘଟଣାର ଏକ ଭିଡିଓ କ୍ଲିପ୍‌ ବାହାରକୁ ଆସିଛି ଓ ଅପରାଧୀମାନଙ୍କ କୃତ କର୍ମର ବିଭତ୍ସତାକୁ ସମସ୍ତଙ୍କ ନଜରକୁ ଆଣି ଲୋକଙ୍କୁ ସଚେତନ କରାଉଛି ।

ଏହା ବି ପଢ଼ନ୍ତୁ | ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ପୋଲିସ ଅଫିସର୍ ଲେଖିଲେ: ‘ଏହା ମୋ କର୍ମର ଫଳ

ଭିଡିଓରେ ଦେଖାଯାଉଛି ଯେ ହାତୀଟି ଫରେଷ୍ଟ ରିସୋର୍ଟରେ ଥିବା ଲୋକଙ୍କ ପାଖକୁ ଆସିବା ପରେ ତାକୁ ଗୋଡ଼ାଇବା ପାଇଁ ସେମାନେ ତା’ ଉପରକୁ ଏକ ଜଳନ୍ତା ଟାୟାର ଫିଙ୍ଗିଛନ୍ତି । ଜଳୁଥିବା ଟାୟାରଟି ହାତୀର କାନରେ ଅଟକି ରହିଯାଉଛି ଓ ତା’ କାନରେ ନିଆଁ ଲାଗିଯାଉଛି । କଷ୍ଟ ପାଇ ହାତୀଟି ସେଠାରୁ ଦୂରକୁ ଚାଲିଯାଉଛି ଓ ନିଜ କାନରୁ ଜଳନ୍ତା ଟାୟାରକୁ ବାହାର କରିବାକୁ ଚେଷ୍ଟା କରୁଛି ।

ଦେଖନ୍ତୁ ଫଟୋ | ନୂଆ ବର୍ଷ ଉପଲକ୍ଷେ ବଲିଉଡ୍‌ ଅଭିନେତ୍ରୀମାନେ କେମିତି ଛୁଟି ବିତାଉଥିଲେ ଦେଖନ୍ତୁ - Viral Photos



ହେଲେ ଜଳନ୍ତା ଟାୟାରଟି ହାତୀର କାନରୁ ବାହାରୁନାହିଁ ଓ ତା’ ମଥାରେ ନିଆଁ ଲାଗିଯାଉଛି । ସେଇଠି ଜିଅନ୍ତା ହାତୀଟି ନିଆଁରେ ଜଳି ବଡ଼ କଷ୍ଟ ପାଇ ମରିଯାଇଥିଲା (elephant death by fire) ।

ଦେଖନ୍ତୁ ସେହି ଲୋମହର୍ଷକ ଭିଡିଓ:



ପରେ ଫରେଷ୍ଟ୍‌ ରେଞ୍ଜରମାନେ ହାତୀର ପିଠି ଓ କାନରେ ଗଭୀର ଜଳା ଆଘାତ ଦେଖିବାକୁ ପାଇଥିଲେ । ସେତେବେଳକୁ ହାତୀଟିର ଦେହରେ ପ୍ରାଣ ଥିବାରୁ ତାକୁ ଚିକିତ୍ସା ପାଇଁ ଏକ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ପହଞ୍ଚିବା ମାତ୍ରେ ତା’ର ମୃତ୍ୟୁ ଘଟିଥିଲା । ଏହି ଘଟଣା ଜାନୁଆରୀ ୧୯ରେ ଘଟିଛି ।

ହାତୀ ଦେହରେ ନିଆଁ ଲଗାଇଥିବା ଅଭିଯୋଗରେ ତିନି ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।



ଗଣମାଧ୍ୟମକୁ ସୂଚନା ଦେଇ ମସିନାଗୁଡି ଟାଇଗର ରିଜର୍ଭର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରସାଦ, ରେମଣ୍ଡ ଡିନ୍‌ ଓ ରିକି ରାୟନ ନାମକ ତିନି ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ।
Published by: Anand Shankar Thankur Das
First published: January 24, 2021, 8:14 PM IST