ଦିଲ୍ଲୀରେ ଆଗାମୀ ୫ ବର୍ଷ ମଧ୍ୟରେ ବଢ଼ିବନି ବିଦ୍ୟୁତ୍ ଦର
News18 Odia Digital
ନୂଆ ଦିଲ୍ଲୀ: ସୋମବାର ଦିନ ଗୋଆର ବିଦ୍ୟୁତ୍ ପ୍ରସଙ୍ଗରେ ଗୋଆର ଶକ୍ତି ମନ୍ତ୍ରୀ ଓ ଦିଲ୍ଲୀର ଶକ୍ତି ମନ୍ତ୍ରୀଙ୍କ ମଧ୍ୟରେ ଜୋରଦାର ବିତର୍କ ହୋଇଥିଲା। ଦିଲ୍ଲୀର ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ (Satyendar Jain) ଓ ଗୋଆର ଶକ୍ତି ମନ୍ତ୍ରୀ ନୀଲେଶ କାବ୍ରାଲଙ୍କ (Nilesh Cabral) ମଧ୍ୟରେ ହୋଇଥିବା ବିତର୍କରେ ଏକ ବଡ଼ ଚୁକ୍ତି ହୋଇଛି।
ଗତ ସାତ ବର୍ଷ ମଧ୍ୟରେ ଦିଲ୍ଲୀରେ ବିଦ୍ୟୁତ୍ ହାରରେ କୌଣସି ବୃଦ୍ଧି କରାଯାଇନାହିଁ ଓ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ହାରରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ବିତର୍କ ସମୟରେ ଦିଲ୍ଲୀର ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଘୋଷଣା କରିଥିଲେ।
ଯଦି ଏମିତି ଘଟୁଛି ତାହାଲେ ଆଗାମୀ ପାଞ୍ଚ ବର୍ଷ ପାଇଁ ଦିଲ୍ଲୀବାସୀ ବର୍ତ୍ତମାନର ଶୁଳ୍କ ହାରରେ ବିଦ୍ୟୁତ୍ ପାଇବେ । କେଜ୍ରିୱାଲ ସରକାର ଭବିଷ୍ୟତରେ ବିଦ୍ୟୁତ ଶୁଳ୍କରେ କୌଣସି ପରିବର୍ତ୍ତନ କରିବେ ନାହିଁ ।
ସୋମବାର ଗୋଆର ଲୋକମଙ୍କ ମଧ୍ୟରେ ହୋଇଥିବା ଲାଇଭ୍ ବିତର୍କ ସମୟରେ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀର ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ଦିଲ୍ଲୀରେ କେଜ୍ରିୱାଲ କାର୍ଯ୍ୟକୁ ପ୍ରଶଂସା କରିଥିବାବେଳେ ଜୈନ ଗୋଆର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଯଦି ଏଠାରେ ଆପ୍ ସରକାର ଗଠନ ହୁଏ, ତାହାଲେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଗୋଆର ଲୋକମାନେ ମଧ୍ୟ ୨୪ ଘଣ୍ଟା ବିଦ୍ୟୁତ ପାଇବେ। ଗୋଆର ଲୋକ ନିଜ ଘରେ ଇନଭର୍ଟର ଓ ଜେନେରେଟର ସ୍ଥାପନ କରିବାକୁ ଭୁଲିଯିବେ।
ଜୈନ ଆହୁରି କହିଥିଲେ, ‘‘ଗୋଆ ମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ଼ରୁ ଆସୁଥିବା ହେତୁ ଆମେ ୨୪ ଘଣ୍ଟା ବିଦ୍ୟୁତ ପାଇପାରୁ ନାହୁଁ । ହେଲେ ମୁଁ ଗୋଆର ଲୋକଙ୍କୁ କହିବାକୁ ଚାହେଁ ଯେ ଦିଲ୍ଲୀ ସରକାର ମଧ୍ୟ ଛତିଶଗଡ଼ ଓ ହିମାଚଳ ପ୍ରଦେଶରୁ ବିଦ୍ୟୁତ୍ କିଣୁଛନ୍ତି । ଏହା ସତ୍ତ୍ୱେ ଦିଲ୍ଲୀକୁ ୨୪ ଘଣ୍ଟା ବିଦ୍ୟୁତ ମିଳୁଛି।’’
ଦିଲ୍ଲୀବାସୀଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣା ଓ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ହାର ଅଧା ରହିଛି । କେଜ୍ରିୱାଲ ସରକାର ଗତ କିଛି ବର୍ଷ ଧରି ବିଦ୍ୟୁତର ହାରକୁ ବଜାୟ ରଖିଛନ୍ତି। ଗୋଆରେ ସତ୍ୟେନ୍ଦ୍ରଙ୍କ ଏହି ଘୋଷଣା ପରେ ବର୍ତ୍ତମାନ ଦିଲ୍ଲୀବାସୀ ଆସନ୍ତା ପାଞ୍ଚ ବର୍ଷ ପାଇଁ ବିଦ୍ୟୁତ୍ ବିଲରେ କୌଣସି ବୃଦ୍ଧି ପାଇବେ ନାହିଁ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।