ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଓ ଅକ୍ଟୋବର ୧୯ରେ ହେବ ଗଣନା

କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅକ୍ଟୋବର ୧୭ ରେ ହେବ ଏବଂ ଅକ୍ଟୋବର ୧୯ ରେ ଭୋଟ୍ ଗଣନା କରାଯିବ । ସେପ୍ଟେମ୍ବର ୨୨ରେ କଂଗ୍ରେସ ସଭାପତି ପଦ ପାଇଁ ବିଜ୍ଞପ୍ତି ଜାରି କରାଯିବ ।

ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଓ ଅକ୍ଟୋବର ୧୯ରେ ହେବ ଗଣନା

ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଓ ଅକ୍ଟୋବର ୧୯ରେ ହେବ ଗଣନା

  • Share this:
News 18 Odia Digital

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅକ୍ଟୋବର ୧୭ ରେ ହେବ ଏବଂ ଅକ୍ଟୋବର ୧୯ ରେ ଭୋଟ୍ ଗଣନା କରାଯିବ। ନ୍ୟୁଜ୍ ଏଜେନ୍ସି ANI ଦ୍ଵାରା ଏହି ସୂଚନା ମିଳିଛି । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୨ରେ କଂଗ୍ରେସ ସଭାପତି ପଦ ପାଇଁ ବିଜ୍ଞପ୍ତି ଜାରି କରାଯିବ । ଏଥିରେ, ୨୪ ସେପ୍ଟେମ୍ବର ଏବଂ ନାମଲେଖା ପାଇଁ ଶେଷ ତାରିଖ ୩୦ ସେପ୍ଟେମ୍ବର ରହିବ । ଗତ ଲୋକସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସୋନିଆ ଗାନ୍ଧି ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ପରବର୍ତ୍ତୀ କଂଗ୍ରେସ ମୁଖ୍ୟ କିଏ ହେବେ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କଂଗ୍ରେସର ଅଧିକାଂଶ ନେତା ମତ ଦେଇଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବା ଉଚିତ, ଯଦିଓ ରାହୁଲ ଗାନ୍ଧିଙ୍କଠାରୁ କେବଳ 'ହଁ' ଅପେକ୍ଷା କରାଯାଇଛି । ଦଳ ଏପର୍ଯ୍ୟନ୍ତ ସଭାପତି ପଦକୁ ନେଇ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସୋନିଆ ଗାନ୍ଧି ପୁଣିଥରେ ଦଳର ସଭାପତି ଦାୟିତ୍ୱ ନେବାକୁ ମନା କରି ଦେଇଛନ୍ତି । କଂଗ୍ରେସ ଦଳ ଗତ କିଛି ବର୍ଷ ଧରି ଏକ ନେତୃତ୍ୱ ସଙ୍କଟର ସମ୍ମୁଖୀନ ହୋଇଆସୁଥିଲା ଏବଂ ଦଳର ନିରନ୍ତର ନିର୍ବାଚନରେ ​​ପରାଜିତ ହେବା ସହ ଉଚ୍ଚ-ପ୍ରୋଫାଇଲ୍ ନେତାଙ୍କ ବହିଷ୍କାର ପରିସ୍ଥିତି ଆହୁରି ବିଗିଡି ଯାଇଥିଲା । ମାର୍ଚ୍ଚରେ ସୋନିଆ ଗାନ୍ଧି ଏକ ସଭା ଡକାଇ ଦଳର ବିଧାନସଭା ନିର୍ବାଚନରେ ​​ପରାଜୟ ବିଷୟରେ ଆଲୋଚନା କରିଥିଲେ ଯେଉଁଠାରେ ସେ ବରିଷ୍ଠ ନେତାଙ୍କ ସମ୍ମୁଖରେ ନିଜର ଅଭିଭାଷଣରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଇସ୍ତଫା କଥା ଆଲୋଚନା କରିଥିଲେ । ତେବେ ନିର୍ବାଚନ ପର୍ଯ୍ୟନ୍ତ ରହିବାକୁ ତାଙ୍କୁ ରାଜି କରାଯାଇଥିଲା।
Published by:Soubhagya Mishra
First published: