ନିର୍ବାଚନ ଆୟୋଗର ନିଷ୍ପତ୍ତି - ମମତା ବାନାର୍ଜୀଙ୍କ ଆଘାତ ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ
ନିର୍ବାଚନ ଆୟୋଗ (Election Commission) କହିଛନ୍ତି ଯେ ମମତା ବାନାର୍ଜୀଙ୍କ (Mamata Banerjee) ଆଘାତ ହେବା ପଛରେ କୌଣସି ଷଡଯନ୍ତ୍ର ନାହିଁ । ରାଜ୍ୟ ନିର୍ବାଚନ ଆୟୋଗର ଜଣେ ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣା କେଉଁଠାରେ ଘଟିଛି ତାହାର କୌଣସି ସ୍ପଷ୍ଟ ଫୁଟେଜ ଉପଲବ୍ଧ ନାହିଁ ।

ମମତା ବାନାର୍ଜୀଙ୍କ ଆଘାତ ପଛରେ କୌଣସି ଷଡ଼ଯନ୍ତ୍ର ହୋଇ ନାହିଁ
- News18 Odia
- Last Updated: March 14, 2021, 2:52 PM IST
କୋଲକାତା: ପଶ୍ଚିମ ବଙ୍ଗର (West Bengal) ନନ୍ଦିଗ୍ରାମର ବିରୁଲିଆ ଗ୍ରାମରେ ୧୦ ମାର୍ଚ୍ଚରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ଉପରେ କୌଣସି ଆକ୍ରମଣ ହୋଇନଥିଲା । ସେ ପ୍ରଚାର ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ସୂଚନା ନିର୍ବାଚନ ଆୟୋଗ (Election Commission) ପ୍ରଦାନ କରିଛନ୍ତି । ପ୍ରକୃତରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ପ୍ରଚାର ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ମମତା ବାନାର୍ଜୀଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ନିର୍ବାଚନ ଆୟୋଗ ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ପୋଲିସ ସୁପରଭାଇଜର ଓ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କଠାରୁ ରିପୋର୍ଟ ମାଗିଥିଲେ ।
ପଶ୍ଚିମ ବଙ୍ଗ ସରକାର ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ନନ୍ଦିଗ୍ରାମରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଘାତ ପରେ ଚାରି-ପାଞ୍ଚ ଜଣଙ୍କ ଆକ୍ରମଣ ବିଷୟରେ କୌଣସି ଉଲ୍ଲେଖ ନାହିଁ । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ଦର୍ଶାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗର ଜଣେ ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣା କେଉଁଠାରେ ଘଟିଛି ତାହାର କୌଣସି ସ୍ପଷ୍ଟ ଫୁଟେଜ ଉପଲବ୍ଧ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
୧୦ ମାର୍ଚ୍ଚରେ ବିରୁଲିଆ ବଜାରରେ ମମତାଙ୍କ ଉପରେ ହୋଇଥିଲା ଆକ୍ରମଣ