ବିଧାନସଭାର ୩୦ଟି ଆସନରେ ଉପ-ନିର୍ବାଚନ ଘୋଷଣା
- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ: ନିର୍ବାଚନ ଆୟୋଗ ତିନୋଟି ଲୋକସଭା ଓ ୩୦ଟି ବିଧାନସଭା ଆସନକୁ ଉପ-ନିର୍ବାଚନ ଘୋଷଣା କରିଛନ୍ତି । ଅକ୍ଟୋବର ୩୦ରେ ମତଦାନ ଓ ସମସ୍ତ ଆସନରେ ନଭେମ୍ବର ୨ରେ ଭୋଟ୍ ଗଣନା କରିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ, ଅକ୍ଟୋବର ୧ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ଓ ନାମାଙ୍କନପତ୍ର ଅକ୍ଟୋବର ୮ ପର୍ଯ୍ୟନ୍ତ ପୂରଣ ହୋଇପାରିବ ।
ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତିନିଟି ଲୋକସଭା ଆସନରେ ଦାଦରା ଓ ନାଗର ହାଭେଲି ଓ ଦାମନ ଓ ଡିୟୁ, ମଧ୍ୟ ପ୍ରଦେଶର ଖଣ୍ଡୱା ଲୋକସଭା ଆସନ ଓ ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳ ରହିଛି ।
ଏଥି ସହିତ ୩ଟି ଲୋକସଭା ଆସନ ବ୍ୟତୀତ ନିର୍ବାଚନ ଆୟୋଗ ମଧ୍ୟ ୧୪ଟି ରାଜ୍ୟରେ ମୋଟ ୩୦ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଗତ କିଛି ମାସ ଓ ଦିନ ଧରି ବିଭିନ୍ନ କାରଣରୁ ୩୦ଟି ବିଧାନସଭା ଆସନ ଖାଲି ପଡ଼ିଥିଲା।
ଆନ୍ଧ୍ର ପ୍ରଦେଶର ୧, ଆସାମର ୫, ବିହାରର ୨, ହରିୟାଣାର ୧, ହିମାଚଳ ପ୍ରଦେଶର ୩, କର୍ଣ୍ଣାଟକର ୨, ମଧ୍ୟ ପ୍ରଦେଶର ୩, ମହାରାଷ୍ଟ୍ରର ୧, ମେଘାଳୟର ୩, ମିଜୋରାମର ୧, ନାଗାଲାଣ୍ଡର ୨ ରାଜସ୍ଥାନର ୨ , ତେଲେଙ୍ଗାନାରେ ଗୋଟିଏ ଓ ପଶ୍ଚିମବଙ୍ଗରେ ଚାରୋଟି ବିଧାନସଭା ଆସନ ପାଇଁ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।
ଲୋକସଭାର ୩ଟି ଆସନ ଓ ବିଧାନସଭାର ୩୦ଟି ଆସନ ପାଇଁ ଉପ-ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ ଦେବେ। ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ନିର୍ବାଚନ ପ୍ରସ୍ତାବ ଦିଆଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।