News18 Odia Digital
ଗିରିଡିହ (ଝାଡ଼ଖଣ୍ଡ): ଗୋଟିଏ ପରିବାରରେ ପ୍ରେମକୁ ନେଇ ଏତେ ବଡ଼ ଝଡ଼ ଆସିଲା, ହେଲେ ତା’ର ଖୁବ୍ ସହଜରେ ସମାଧାନ ହୋଇଗଲା । ଯେତେବେଳେ ଭାଉଜର ହୃଦୟ ନିଜ ଦିଅର ପ୍ରତି ନରମ ହୋଇ ପ୍ରେମରେ ପରିଣତ ହେଲା, ଏହା ବିଷୟରେ ଜାଣିବା ପରେ ବଡ଼ ଭାଇ ନିଜେ ନିଜ ପତ୍ନୀକୁ ସାନ ଭାଇ ସହ ବିବାହ କରାଇଦେଲେ । ଏହି ଭାଉଜ ଜଣକ ଦୁଇଟି ସନ୍ତାନର ମାଆ ।
ଏହି ଚକିତ କରିଦେବା ପରି ଘଟଣା ଘଟିଛି ଗୁଜୁରାଟର ସୁରଟରେ, ମାତ୍ର ଏତିରେ ସମ୍ପୃକ୍ତ ଲୋକେ ଝାଡ଼ଖଣ୍ଡର ଗିରିଡିହର ମୂଳ ବାସିନ୍ଦା । ଦୁଇ ଜଣ ଯାକ ଭାଇ ଓ ଭାଉଜ ବହୁ ବର୍ଷ ଧରି ସୁରଟରେ ଗୋଟେ ଲୁଗା ଦୋକାନରେ କାମ କରିଆସୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୃତ୍ୟୁ ପୂର୍ବରୁ କହିଲେ ଗଞ୍ଜାମର ଯୁବତୀ: ‘‘ସେ ମୋତେ ଭଲ ପାଉଥିଲା, ଏଠିକି ଆଣି ନିଆଁ ଲଗେଇଦେଲା’’ସୂଚନା ଅନୁସାରେ ଗିରିଡିହ ଜିଲ୍ଲାର ତୀସରୀ ବ୍ଲକ ଅନ୍ତର୍ଗତ ଲଜକାନ ଗ୍ରାମ ନିବାସୀ ଏହି ମହିଳାଙ୍କ ହୃଦୟ ନିଜ ଦିଅର ପ୍ରତି ନରମ ହୋଇ ପ୍ରେମରେ ପରିଣତ ହୋଇଥିଲା । ଦିଅରଙ୍କ ନାଁ ହେଉଛି ନୀତୀଶ କୁମାର । ଉଭୟ ପାର୍ଶ୍ୱରୁ ଏତେ ପ୍ରେମ ଥିବା ଦେଖି ବଡ଼ ଭାଇ ନିଜେ ହିଁ ନିଜ ପତ୍ନୀଙ୍କୁ ସାନ ଭାଇ ନୀତୀଶଙ୍କ ସହ ବିବାହ କରାଇ ଦେଲେ । ସେ ବର ଓ ବଧୂଙ୍କୁ ଆଶୀର୍ବାଦ ବି ଦେଲେ । କୁହାଯାଉଛି ଯେ ଏହି ମହିଳା ଜଣକ ଦୁଇଟି ସନ୍ତାନର ମାଆ । ଏହି ନିଆରା ବିବାହ ଗୁଜୁରାଟର ସୁରଟ ସହରରେ କରାଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଇଏ ଅଭିନେତା-MP ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା; ପେଶାରେ ସେ ଜଣେ ସାମ୍ବାଦିକା ଓ କବିଦୁଇ ଜଣ ଯାକ ଭାଇ ଓ ମହିଳା ସୁରଟରେ ଗୋଟେ ଲୁଗା ଦୋକାନରେ ଦୀର୍ଘ ବର୍ଷ ଧରି କାମ କରିଆସୁଛନ୍ତି । ଇତି ମଧ୍ୟରେ ଭାଉଜ ଓ ଦିଅର ମଧ୍ୟରେ ପ୍ରେମ ସମ୍ପର୍କ ଚାଲିବାକୁ ଲାଗିଥିଲା ଓ ବଡ ଭାଇ ନିଜେ ଦୁହିଁଙ୍କୁ ଅନେକ ଥର ପ୍ରେମପୂର୍ଣ୍ଣ ଆଲିଙ୍ଗନରେ ଥିବା ସମୟରେ ଦେଖିପକାଇଥିଲେ । ଏହା ପରେ ବଡ ଭାଇ ନିଜ ଆଡୁ ପଦକ୍ଷେପ ନେଇ ନିଜ ପତ୍ନୀଙ୍କୁ ସାନ ଭାଇ ସହ ବିବାହ କରାଇ ଦେଇଥିଲେ । ଏହି ବିବାହର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତା’ ବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘଏହି ପ୍ରସଙ୍ଗ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚମତ୍କାର ପ୍ରେମ କାହାଣୀର ଚାରି ଆଡେ ଆଲୋଚନା ହେଉଛି । ଅନେକ ଲୋକ ଏହି ପ୍ରେମ ବିବାହକୁ ସମର୍ଥନ କରୁଥିବା ବେଳେ ସମାଜର କିଛି ଲୋକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ସେମାନେ ମହିଳାଙ୍କୁ ଖରାପ ଚରିତ୍ରର ବୋଲି କହୁଛନ୍ତି ।
ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତା’ ମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା‘‘ଯେତେବେଳେ ଦୁହେଁ ପରସ୍ପରକୁ ଏତେ ଭଲ ପାଆନ୍ତି, ସେତେବେଳେ ମୁଁ ଭାବିଲି ନାହିଁ ଯେ ମୁଁ ଦୁଇ ପ୍ରେମୀଙ୍କ ମଧ୍ୟରେ ବାଧା ସୃଷ୍ଟି କରିବା ଉଚିତ୍ । ତା’ ପରିବର୍ତ୍ତେ ଉଭୟଙ୍କୁ ଏକ ହେବାରେ ମୁଁ ସାହାଯ୍ୟ କରିବା ଉଚିତ୍ ବୋଲି ଭାବିଲି । ଗୋଟିଏ ପଟେ ମୋ’ ନିଜ ଭାଇ, ଆଉ ଅନ୍ୟ ପଟେ ମୋ’ ପତ୍ନୀ । ଯଦି ଦିଅର ଓ ଭାଉଜ ସ୍ୱାମୀ ଓ ସ୍ତ୍ରୀ ହୁଅନ୍ତି, ତେବେ ଏହି ସମ୍ପର୍କରୁ କୌଣସି କ୍ଷତି ହେବ ନାହିଁ । ତେଣୁ ଖୁସିରେ ସେ ଦୁହିଁଙ୍କ ବିବାହ କରାଇ ସେମାନଙ୍କୁ ଆଶୀର୍ବାଦ ଦେଲି,’’ କହିଛନ୍ତି ବଡ଼ ଭାଇ ।
ଏହା ବି ପଢ଼ନ୍ତୁ | Tomato Price: ଟମାଟୋରେ ଲାଗିଛି ନିଆଁ; ଏହି ସ୍ଥାନରେ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛିବିଭିନ୍ନ ଘଟଣାରେ ଏମିତି ପ୍ରସଙ୍ଗ ଉଠିଲେ ଭାଇ-ଭାଇ ମଧ୍ୟରେ ସାଧାରଣତଃ ହିଂସାତ୍ମକ ଆଚରଣ ଦେଖିବାକୁ ମିଳୁଥିବା ବେଳେ ଏହି ନିଆରା ବିବାହ ଅନେକଙ୍କୁ ଚକିତ କରିଛି । ମାତ୍ର ଏମିତି ଉଦାହରଣ ବିରଳ ବୋଲି କହିଛନ୍ତି ବୁଦ୍ଧିଜୀବୀମାନେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।