ମହାରାଷ୍ଟ୍ର ରାଜନୈତିକ ସଂକଟ : ଆମେ ପରୀକ୍ଷାରେ ପାସ୍ କରିବୁ ... ଏକନାଥ ସିନ୍ଦେ

ଆମକୁ ରୋକିବା ଅସମ୍ଭବ । ପଚାଶ ବିଧାୟକଙ୍କ ସମର୍ଥନ ରହିଥିବାରୁ ଏହାକୁ ନେଇ ସିନ୍ଦେ ଆଦୌ ଚିତିନ୍ତ ନଥିବା କଥା ସାମ୍ନାକୁ ଆସିଛି ।

ଆମେ ପରୀକ୍ଷାରେ ନିଶ୍ଚେ କୃତକାର୍ଯ୍ୟ ହେବୁ : ଏକନାଥ ସିନ୍ଦେ

ଆମେ ପରୀକ୍ଷାରେ ନିଶ୍ଚେ କୃତକାର୍ଯ୍ୟ ହେବୁ : ଏକନାଥ ସିନ୍ଦେ

  • Share this:
News 18 Odia Digital

ମହାରାଷ୍ଟ୍ର : ଆମକୁ ରୋକିବା ଅସମ୍ଭବ । ଆମ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ପରୀକ୍ଷାରେ ଆମେ ନିଶ୍ଚେ ପାସ୍ କରିବୁ । ପଚାଶ ବିଧାୟକଙ୍କ ସମର୍ଥନ ରହିଥିବାରୁ ଏହାକୁ ନେଇ ସିନ୍ଦେ ଆଦୌ ଚିତିନ୍ତ ନଥିବା କଥା ସାମ୍ନାକୁ ଆସିଛି । ଆଗକୁ କିପରି ରାଜନୀତି ପାଇଁ ଯୋଜନା ପ୍ରସ୍ତୁତ ହେବ ସେ ନେଇ ଖୁବଶୀଘ୍ର ଆଲୋଚନା କରାଯିବା କଥା ସିନ୍ଦେ କହିଛନ୍ତି । ଏକନାଥ ସିନ୍ଦେ ଏକଥା ମଧ୍ୟ ମତବ୍ୟକ୍ତ କରିଛନ୍ତି ଯେ, ସେ ବିଦ୍ରୋହୀ ନୁହଁନ୍ତି, ଏହାସହ ନିଜ ଏଜେଣ୍ଡା ଓ ବାଲାସାହେବ ଠାକରେଙ୍କ ବିଚାରଧାରାକୁ ସେ ଆଗକୁ ନେଉଛନ୍ତି । ତେଣୁ ରାଜ୍ୟର ବିକାଶ ନିଶ୍ଚେ ହେବାସହ ହିନ୍ଦୁତ୍ୱ ବିଚାରଧାରା ବଜାୟ ରହିବ ।

ପୂର୍ବତନ ଶିବସେନା ଏମଏଲଏ ବିଜୟ ଶିବତାରେ ନିଜର ମତ ଦେଇ କହିଛନ୍ତି, ଯଦି ଉଦ୍ଧବ ଠାକରେ ଏନସିପି ଓ କଂଗ୍ରେସ ସହ ମେଣ୍ଟ ନଭାଙ୍ଗିବେ ତେବେ ତାଙ୍କର ସମର୍ଥନ ଏକନାଥ ସିନ୍ଦେଙ୍କ ପ୍ରତି ରହିବ । ଏହାସହ ଉଦ୍ଧବ ଠାକରେ ତାଙ୍କର ୫୨ ବିଧାୟକଙ୍କୁ ଛାଡିଦେଲେ ସବୁକିଛି ଛାଡିପାରିବେ କିନ୍ତୁ ଶରତ ପାୱାରଙ୍କୁ ଛାଡିପାରିବେନି ବୋଲି ଶିବସେନା ଏମଏଲଏ ଗୁଲାବରାଓ କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ବିରୋଧୀ ବିଧାୟକ ଆଦୌ ସୁବିଧାବାଦୀ ନୁହନ୍ତି ସେମାନେ ଦଳପାଇଁ କିଛି ବି କରିପାରନ୍ତି ।

ଗତକାଲି ସୁପ୍ରିମକୋର୍ଟ ରାୟ ଦେବା ପୂର୍ବରୁ ଉଦ୍ଧବ ଠାକରେ ଏକ କ୍ୟାବିନେଟ ବୈଠକ ଡାକି ଆଲୋଚନା କରିଥିଲେ । ନିଜ ଦଳର ଅନେକ ବିଧାୟକ, ମନ୍ତ୍ରୀ ବିରୋଧୀ ଗୋଷ୍ଠୀରେ ସାମିଲ ହୋଇଥିବାରୁ ତାହା ଠାକରେଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା ।
Published by:Soubhagya Mishra
First published: