ମହାରାଷ୍ଟ୍ର ରାଜନୀତି (ପ୍ରତୀକାତ୍ମକ ଛବି)
News18 Odia Digital
ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟର ଝଡ଼ ବନ୍ଦ ହୋଇଯାଇଛି। ରାଜ୍ୟ ଭାର ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ହାତରେ ଥିବାବେଳେ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନଭିସ୍ ପରିଚାଳନା କରିବେ। କିନ୍ତୁ ସାମ୍ନାରେ ଆଉ ଏକ ବଡ଼ ସମସ୍ଯା ଠିଆ ହୋଇଛି । ଶିବସେନାର ପ୍ରକୃତ ଉତ୍ତରାଧିକାରୀ କିଏ ହେବ ସେନେଇ ଦ୍ୱନ୍ଦ ଲାଗିରହଛି ।
ଜୁନ୍ ୨୧ ରୁ ମହାରାଷ୍ଟ୍ର ରାଜନୀତିରେ ଉତ୍ତେଜନା ଦେଖାଦେଇଥିଲା। ଏକନାଥ ସିନ୍ଦେ ବିଦ୍ରୋହୀ ବିଧାୟକଙ୍କ ସହ ସୁରଟ ଦେଇ ଗୌହାଟୀରେ ପହଞ୍ଚିଥିଲେ। ଏହି ସମୟରେ ଶିବସେନାକୁ ନେଇ ଏକ ନୂଆ ବିତର୍କ ଆରମ୍ଭ ହୋଇଥିଲା। କାରଣ ଉଭୟ ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେ ଶିବସେନା ଉପରେ ନିଜର ଦାବି ରଖିଛନ୍ତି।
ସୂଚନାନୁସାରେ, ଏକନାଥ ସିନ୍ଦେଙ୍କ କ୍ୟାମ୍ପ ଦଳର ନିର୍ବାଚନ ପ୍ରତୀକ ଦାବି କରିବାକୁ ପ୍ରସ୍ତୁତ ହେଉଛି। କେବଳ ଏତିକି ନୁହେଁ, ସିନ୍ଦେ କ୍ୟାମ୍ପ ନିଜକୁ ଜଣେ ପ୍ରକୃତ ଶିବ ସୈନିକ ଓ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱର ଅନୁଗାମୀ ବୋଲି କହୁଛି। ଉଭୟ ଗୋଷ୍ଠୀ ବାଲସାହେବ କେଶବ ଠାକରେଙ୍କ ଉତ୍ତରାଧିକାରୀ ଭାର ସମ୍ଭାଳିବା ନେଇ କଥାବାର୍ତ୍ତା କରୁଛନ୍ତି।
ରାଜନୈତିକ ସଙ୍କଟ ଶେଷ ହେବା ପରେ ପରବର୍ତ୍ତୀ ଯୁଦ୍ଧ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଲଢେଇ ହେବ। କାରଣ ବର୍ତ୍ତମାନ ଶିବସେନାର ପ୍ରତୀକ ଅର୍ଥାତ୍ ଧନୁ ଏବଂ ତୀର ପାଇଁ ଦାବି କରାଯିବ। ତେବେ ନିର୍ବାଚନ ପ୍ରତୀକ କିଏ ପାଇବ ତାହା ନିର୍ବାଚନ ଆୟୋଗ ହିଁ ସ୍ଥିର କରିବେ।
ବାଲ ଠାକରେଙ୍କ ଉତ୍ତରାଧିକାରୀଙ୍କୁ ଆଗକୁ ବଢ଼ାଇବା ଓ ଶିବସେନା ଉପରେ ତାଙ୍କର ଦାବିକୁ ଭାଗ କରିବା ପାଇଁ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟରର ଡିପି ପରିବର୍ତ୍ତନ କରିଥିଲେ। ସେବାଲାସାହେବ ଠାକରେଙ୍କ ପାଦ ତଳେ ବସିଥିବାର ଏକ ଫଟୋ ଡିପିରେ ରଖିଛନ୍ତି। ବାଲାସାହେବଙ୍କ ସହ ଫଟୋ ରଖି ମହାରାଷ୍ଟ୍ରର ଲୋକଙ୍କୁ ସିନ୍ଦେ ଏକ ବଡ ବାର୍ତ୍ତା ଦେଇଛନ୍ତି। କେବଳ ଏତିକି ନୁହେଁ, ପ୍ରତ୍ୟେକ ଥର ସିନ୍ଦେ ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ସେ ବାଲାସାହେବଙ୍କ ହିନ୍ଦୁତ୍ୱ ବିଷୟରେ ବାରମ୍ବାର କଥାବାର୍ତ୍ତା କରିଛନ୍ତି।
ଯେତେବେଳେ ଏକନାଥ ସିନ୍ଦେ ସୁରତରୁ ଗୌହାଟୀ ଯିବାକୁ ଯାଉଥିଲେ, ତାଙ୍କୁ ପଚରାଯାଇଥିଲା ଯେ ସେ ଶିବସେନା ଛାଡିଛନ୍ତି କି ନାହିଁ, ଏହାର ଉତ୍ତରରେ ସେ କହିଛନ୍ତି ଯେ ମୁଁ ଶିବସେନା ଛାଡି ନାହିଁ, ମୁଁ ବାଲାସାହେବଙ୍କ ହିନ୍ଦୁତ୍ୱ ଇ ତାଙ୍କ ଆଦର୍ଶ ସହିତ ଆଗକୁ ବଢ଼ିଛି। ଆମେ ଶିବସେନାରେ ରହିବୁ, ଆମେ ବାଲାସାହେବ ଠାକରେର ଶିବ ସୈନିକ। ସେ କହିଥିଲେ ଯେ ବାଲାସାହେବ ଠାକରେ ଆମକୁ ଶିକ୍ଷା ଦେଇଛନ୍ତି ଯେ ଆମେ ହିନ୍ଦୁତ୍ୱ ପ୍ରସଙ୍ଗରେ ମଧ୍ୟ ଆପୋଷ ବୁଝାମଣା କରିବୁ ନାହିଁ। ଆମେ ଶିବସେନା ଛାଡିବୁ ନାହିଁ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।