ଏକନାଥ ସିନ୍ଦେଙ୍କ କ୍ୟାବିନେଟର ବିସ୍ତାର ଆଜି; ଶପଥ ନେବେ ୧୭ ଜଣ ମନ୍ତ୍ରୀ

Maharashtra Cabinet Expansion: ଜୁନ ୩୦ରେ ଶିବସେନା ବିଧାୟକ ଏକନାଥ ସିନ୍ଦେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

ଏକନାଥ ସିନ୍ଦେଙ୍କ କ୍ୟାବିନେଟର ବିସ୍ତାର ଆଜି

ଏକନାଥ ସିନ୍ଦେଙ୍କ କ୍ୟାବିନେଟର ବିସ୍ତାର ଆଜି

  • Share this:
News18 Odia Digital

Maharashtra Politics: ଆଜି (ମଙ୍ଗଳବାର) ମହାରାଷ୍ଟ୍ରରେ ଏକନାଥ ସିନ୍ଦେ କ୍ୟାବିନେଟ୍ ବିସ୍ତାର କରାଯିବ। ସିନ୍ଦେଙ୍କର ଜଣେ ଘନିଷ୍ଠ ସହଯୋଗୀ ପିଟିଆଇକୁ କହିଛନ୍ତି ଯେ ଦକ୍ଷିଣ ମୁମ୍ବାଇର ରାଜ ଭବନରେ ସକାଳ ୧୧ଟାରେ ଏକ ସମାରୋହରେ ଅନେକ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ପରବର୍ତ୍ତୀ ପର୍ଯ୍ୟାୟ ସମ୍ପ୍ରସାରଣ ପରେ ହେବ ବୋଲି ସେ କହିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ୧୭ କିମ୍ବା ଅଧିକ ମନ୍ତ୍ରୀ ଶପଥ ଗ୍ରହଣ କରିପାରିବେ। ବିଜେପି ଶିବିରର ୯ ଜଣ ମନ୍ତ୍ରୀ ଓ ଏକନାଥ ସିନ୍ଦେ ଶିବିରର ୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରିବେ।

ଚନ୍ଦ୍ରକାନ୍ତ ଦାଦା ପାଟିଲ, ରାଧା କୃଷ୍ଣ ବିକାଶ, ସୁଧୀର ମୁଙ୍ଗଟିୱାର, ଗିରିଶ ମହାଜନ, ସୁରେଶ ଖାଡ଼େ, ଅତୁଲ ସାବେ, ମଙ୍ଗଲପ୍ରଭାତ ଲୋଡା ଓ ରବିନ୍ଦ୍ର ଚାହ୍ବଣ ବିଜେପି ପକ୍ଷରୁ ମନ୍ତ୍ରୀ ହୋଇପାରନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ କହିଛନ୍ତି, ଖୁବ ଶୀଘ୍ର ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ, ତେଣୁ ଆମେ କ୍ୟାବିନେଟ ବିସ୍ତାରରେ ୧୨ ଜଣ ବିଧାୟକଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛୁ। ମଙ୍ଗଳବାର ଦିନ ଶପଥ ଗ୍ରହଣ କରୁଥିବା ଲୋକଙ୍କ ମଧ୍ୟରେ କିଛି ବିଧାନ ପରିଷଦ ସଦସ୍ୟ ମଧ୍ୟ ରହିବେ।

ସୂତ୍ରରୁ ପ୍ରକାଶ ଯେ ଶିବସେନାରେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରି ଅଧିକାଂଶ ବିଧାୟକଙ୍କୁ ତାଙ୍କ କ୍ୟାମ୍ପକୁ ଆଣିଥିବା ସିନ୍ଦେଙ୍କ ପାଇଁ ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ ହେବ। ଗତ ଏକ ମାସ ମଧ୍ୟରେ ସିନ୍ଦେ ସାତ ଥର ଦିଲ୍ଲୀ ଗସ୍ତ କରିଛନ୍ତି ଓ ପ୍ରତ୍ୟେକ ଗସ୍ତ ପରେ କ୍ୟାବିନେଟ ବିସ୍ତାରକୁ ନେଇ କଳ୍ପନାଜଳ୍ପନା ଚାଲିଛି।
Published by:Lipina Das
First published: