ବାଗୀ ବିଧାୟକଙ୍କୁ ଆଣିବା ପାଇଁ ଗୋଆରେ ପହଞ୍ଚିଲେ CM ଏକନାଥ ସିନ୍ଦେ
News18 Odia Digital
Eknath Shinde Goa Visit: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୁଣି ଥରେ ଗୋଆରେ ପହଞ୍ଚିଛନ୍ତି। ଯେଉଁଠାରେ ସେହି ସମସ୍ତ ବିଦ୍ରୋହୀ ବିଧାୟକ ଉପସ୍ଥିତ ଅଛନ୍ତି, ଯେଉଁମାନେ ସିନ୍ଦେଙ୍କ ସହ ଉଦ୍ଧବ ଠାକୁର ସରକାରଙ୍କୁ ହଟାଇବା ପାଇଁ କାର୍ଯ୍ୟ କରିଥିଲେ। କୁହାଯାଉଛି ଯେ ଏକନାଥ ସିନ୍ଦେ ସମସ୍ତ ବିଧାୟକଙ୍କୁ ମୁମ୍ବାଇ ଆଣିବେ।
ମୁମ୍ବାଇ ଫେରିବା ପୂର୍ବରୁ ଗୋଆରେ ଏହି ସମସ୍ତ ବିଧାୟକଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇପାରେ। ଏହାପୂର୍ବରୁ ମଧ୍ୟ ଏକନାଥ ସିନ୍ଦେ ଗୋଆ ଯାଇଥିଲେ, କିନ୍ତୁ ତାଙ୍କ ସାଥୀ ବିଧାୟକମାନେ ସେଠାରେ ରହିଥିଲେ। କିନ୍ତୁ ବର୍ତ୍ତମାନ ଫ୍ଲୋର ଟେଷ୍ଟ ଓ ବାଚସ୍ପତି ନିର୍ବାଚନ ପୂର୍ବରୁ ବିଧାୟକମାନେ ମୁମ୍ବାଇକୁ ଫେରିବା ଆବଶ୍ୟକ ଅଛି।
ବିଧାନସଭା ବାଚସ୍ପତି ନିର୍ବାଚିତ ହେବେ
କୁହାଯାଇଛି ଯେ ଗୋଆରେ ରହିଥିବା ସିନ୍ଦେ ଦଳର ସମସ୍ତ ୫୦ ଜଣ ବିଧାୟକ ଅପରାହ୍ନ ୨ଟାରେ ସ୍ୱତନ୍ତ୍ର ଚାର୍ଟର ବିମାନ ଯୋଗେ ମୁମ୍ବାଇ ଯିବେ, ଏହା ପୂର୍ବରୁ ବିଧାୟକ ଦୀପକ କେସରକର ମଧ୍ୟାହ୍ନ ୧୨ଟାରେ ଏକ ପିସି କରିବେ।
ଜୁଲାଇ ୩ ଅର୍ଥାତ୍ ରବିବାର ଦିନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଥିପାଇଁ ଏକନାଥ ସିନ୍ଦେ ଦଳର ସମସ୍ତ ୫୦ ଜଣ ବିଧାୟକ (୩୮ ଶିବସେନା ଓ ୧୨ ଜଣ ସ୍ବାଧୀନ) ଗୋଆରୁ ମୁମ୍ବାଇ ଫେରିବେ। ମୁମ୍ବାଇରେ, କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ହୋଟେଲ ଟ୍ରାଇଡେଣ୍ଟ କିମ୍ବା ତାଜ ପ୍ରେସିଡେଣ୍ଟରେ ରଖାଯାଇପାରିବ।
ବିଦ୍ରୋହୀମାନଙ୍କ ପାଇଁ କଠୋର ସୁରକ୍ଷା ବ୍ୟବସ୍ଥା
ସୂଚନା ଅନୁଯାୟୀ, ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ପାଇଁ ବିଶେଷ ଯତ୍ନ ନିଆଯିବ। ଏଥିପାଇଁ ପ୍ରସ୍ତୁତି ହୋଇସାରିଛି। ଉଦ୍ଧବ ଠାକରେଙ୍କୁ ଚେୟାରରୁ ଓହ୍ଲାଇବା ପରେ ଏହି ସମସ୍ତ ବିଦ୍ରୋହୀ ବିଧାୟକ ଶିବ ସୈନିକଙ୍କ କ୍ରୋଧର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୌହାଟୀରୁ ଗୋଆ ପର୍ଯ୍ୟନ୍ତ ବିଧାୟକଙ୍କୁ ପୋଲିସର କଡ଼ା ତଦାରଖରେ ରଖାଯାଇଛି। ଏହାପୂର୍ବରୁ ଗୋଆର ଏହି ବିଦ୍ରୋହୀ ବିଧାୟକଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେମାନେ ସିନ୍ଦେଙ୍କ ସିଏମ ହେବାର ଖୁସିରେ ଜୋରରେ ନାଚୁଥିବାର ନଜର ଆସିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।