ଶିବସେନାକୁ ନେଇ ଏକନାଥ-ଉଦ୍ଧବ ଫାଇନାଲ୍ ଫାଇଟ୍; ସଞ୍ଜୟଙ୍କୁ ପାଗଳ କହିଲେ ସିନ୍ଦେ

Maharashtra Politics: ECଙ୍କ ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ସଞ୍ଜୟଙ୍କୁ ପାଗଳ କହିଲେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ସିନ୍ଦେ ।

Maharashtra Politics

Maharashtra Politics

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୁମ୍ବାଇ: ଶିବସେନା (Shivsena)ନେତା ସଞ୍ଜୟ ରାଉତଙ୍କ ୨୦୦କୋଟି ଟଙ୍କାର ଚୁକ୍ତିକୁ ନେଇ ମୁହଁ ଖୋଲଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ(Eknath Sindhe)।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ(eknath Sindhe) ସୋମବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସଞ୍ଜୟ ରାଉତଙ୍କ ୨୦୦୦ କୋଟି ଟଙ୍କାର ଚୁକ୍ତି ବିଷୟରେ କଥାବାର୍ତ୍ତା କରି ସିନ୍ଦେ କହିଛନ୍ତି, 'ସଞ୍ଜୟ ରାଉତ ଜଣେ ପାଗଳ ବ୍ୟକ୍ତି, ମୁଁ ଉଦ୍ଧବଙ୍କ ବାବଦରେ ବେଶୀ କିଛି କହିବିନି କାରଣ ସେ ଜଣେ ବଡ଼ ନେତା। ଶିବସେନା ସହ କୌଣସି ବିବାଦ ନାହିଁ।'

ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ନେତୃତ୍ୱଧୀନ ଶିବସେନା ଦଳର ନେତା ସଞ୍ଜୟ ରାଉତ ସୋମବାର କହିଛନ୍ତି ଯେ ଆମେ ନିର୍ବାଚନ ଆୟୋଗ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛୁ।  ଉପଯୁକ୍ତ ସମୟ ଆସିଲେ ଆମେ ଏ ବିଷୟରେ ପ୍ରମାଣ ଉପସ୍ଥାପନ କରିବୁ। ମୁଁ ଶୁଣିଛି ଯେ ଏହି ଦାବି ପାଇଁ ମୋ ବିରୋଧରେ ଅଭିଯୋଗ ଆସିଛି। ଏପରି ଏକ ଲକ୍ଷ ଅଭିଯୋଗ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସଞ୍ଜୟ ରାଉତ ଭୟଭୀତ ହେବେ ନାହିଁ।

CM ସିନ୍ଦେଙ୍କୁ ୩୨ ବର୍ଷୀୟ ଆଦିତ୍ୟ ଠାକରେଙ୍କ ଚ୍ୟାଲେଞ୍ଜ

ଅନ୍ୟପଟେ, ଏକନାଥ ସିନ୍ଦେ ଗୋଷ୍ଠୀକୁ ମୂଳ ଶିବସେନା ଦଳର ମାନ୍ୟତା ଓ ଧନୁ-ତୀର ଚିହ୍ନ ପ୍ରଦାନ କରିବା ପରେ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉଦ୍ଧବ ଠାକରେ ଗୋଷ୍ଠୀ । ନିର୍ବାଚନ କମିଶନଙ୍କ ଫେବ୍ରୁଆରି ୧୭ ନିର୍ଦ୍ଦେଶନାମାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛି ଉଦ୍ଧବ ଠାକରେ ଗୋଷ୍ଠୀ । ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଆଡଭୋକେଟ୍ ଅଭିଷେକ ମନୁଘଭି, ସୁପ୍ରିମକୋର୍ଟରେ ପିସିଟନ ଦାଏର କରି, ଶୀଘ୍ର ଶୁଣାଣି ଦାବି କରିଥିଲେ । ତେବେ ଶୀଘ୍ର ଶୁଣାଣି ଦାବିକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ଅଗ୍ରାହ୍ୟ କରି ଦେଇଛନ୍ତି ।

ଉଦ୍ଧବ ଏବଂ ସିନ୍ଦେଙ୍କ ମଧ୍ଯରେ ରାଜନୈତିକ ଯୁଦ୍ଧ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସିନ୍ଦେଙ୍କ ଗୁଗଲିରେ ଉଦ୍ଧବ କ୍ଲିନ୍ ବୋ୍ଲ୍ଡ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଶକ୍ତ ଝଟକାର ଶିକାର ହେଉଛନ୍ତି ବାଲାସାହେବଙ୍କ ଉତ୍ତରାଧିକାରୀ ଉଦ୍ଧବ ଠାକରେ । ପ୍ରଥମେ ବିଭାଜନ, ପରେ ମୁଖ୍ୟମନ୍ତ୍ରୀ ପଦ ଏବଂ ଶେଷରେ ପରିଚୟ ଥିବା ଦଳ ଓ ଚିହ୍ନ ହରାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି କଣ ହେବ ଉଦ୍ଧବ ଠାକରେଙ୍କ ରାଜନୈତିକ ଭବିଷ୍ୟତ ? ECଙ୍କ ନିଷ୍ପତ୍ତି ଉଦ୍ଧବଙ୍କ ପାଇଁ ହେବ କି ଫାଇନାଲ୍ ଫାଇଟ୍ ? ମହାରାଷ୍ଟ୍ରରେ ସଫଳ ହେଲା କି ଅପରେସନ ଲୋଟସ ? ବିଜେପି ପାଇଁ ମହାରାଷ୍ଟ୍ରରୁ ସୁଗମ ହେବ କି ମିଶନ 2024 ? ବିଜେପି-ଶିବସେନା ଗଠବନ୍ଧନରେ ହିନ୍ଦୁତ୍ବକୁ ମିଳିବ କି ପ୍ରୋତ୍ସାହନ ? ମହାରାଷ୍ଟ୍ରରେ ମହାବିକାଶ ଆଗାଧିରେ ଲାଗିବ କି ବ୍ରେକ୍ ? ମହାରାଷ୍ଟ୍ରରେ ପରିବର୍ତ୍ତିତ ରାଜନୈତିକ ପାଣିପାଗକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
Published by:Soumya Das
First published: