ସିନ୍ଦେ ସରକାରଙ୍କ କ୍ୟାବିନେଟରେ ବିଭାଗ ବଣ୍ଟନ; ନିଜେ ସମ୍ଭାଳିବେ ୪ଟି ବିଭାଗ
News 18 Odia Digital
ମହାରାଷ୍ଟ୍ର; କ୍ୟାବିନେଟ ସମ୍ପ୍ରସାରଣକୁ ଏକ ସପ୍ତାହ ବିତିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ମନ୍ତ୍ରୀଙ୍କୁ ବିଭାଗ ଗୁଡ଼ିକୁ ବାଣ୍ଟିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ସାଧାରଣ ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ, ପ୍ରଯୁକ୍ତି, ନଗର ଉନ୍ନୟନ ଭଳି ୪ଟି ବିଭାଗର ଦାୟିତ୍ୱ ତୁଳାଇବେ । ଏଥିସହ ଦେବେନ୍ଦ୍ର ଫଡନାବିସଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି , ସେ ଅର୍ଥ ବିଭାଗ ସମ୍ଭାଳିବେ ।
ଅନ୍ୟ ମନ୍ତ୍ରୀମାନଙ୍କୁ ବଣ୍ଟନ କରାଯାଇଥିବା ବିଭାଗ ଗୁଡ଼ିକ ହେଉଛି, ରାଧାକୃଷ୍ଣ ବିଖେ ପାଟିଲଙ୍କୁ ପଶୁପାଳନ ଓ ଦୁଗ୍ଘଜାତ ଦ୍ରବ୍ୟ ବିକାଶ, ରାଜସ୍ୱ ବିିଭାଗ ଦାୟିତ୍ୱ ମିଳିଥିବା ବେଳେ ଚନ୍ଦ୍ରକାନ୍ତି ପାଟିଲଙ୍କୁ ଉଚ୍ଚଶିକ୍ଷା ବିଭାଗ ମିଳିଛି । ସେହିପରି ସୁଧୀର ମୁଙ୍ଗନ୍ତିୱାରଙ୍କୁ ମିଳିଛି ଜଙ୍ଗଲ ଓ ମତ୍ସ୍ୟଚାଷ ଦାୟିତ୍ୱ । ଡ. ବିଜୟ କୁମାର ଗଭିଟ ଆଦିବାସୀ ବିକାଶ ଓ ଗୁଲାବରାଓ ପାଟିଲଙ୍କୁ ଜଳ ଯୋଗାଣ , ପରିମଳ ବିଭାଗ ମିଳିଛି । ସନ୍ଦୀପ ଭୁମରେଙ୍କୁ ନିଯୁକ୍ତି ଓ ଉଦ୍ୟାନ କୃଷି ବିଭାଗ ଦିଆଯାଇଛି । ସେହିପରି ଶ୍ରମ ବିଭାଗ ଦାୟିତ୍ୱ ମିଳିଛି ସୁରେଶ ଖାଡେଙ୍କୁ । ଗିରିଶ ମହାଜନଙ୍କୁ ମିଳିଛି ଗ୍ରାମ ବିକାଶ ଓ ପଞ୍ଚାୟତି ରାଜ । ଶମ୍ଭୁରାଜ ଦେଶାଇଙ୍କୁ ମିଳିଛି ଅବକାରୀ ଦାୟିତ୍ୱ, ମଙ୍ଗଳ ପ୍ରଭାତ ମହିଳା ଓ ଶିଶୁ ବିକାଶ ବିଭାଗ ତୁଳାଇବେ । ରବିନ୍ଦ୍ର ଚଭନଙ୍କୁ ମିଳିଛି ଖାଦ୍ୟ ଯୋଗାଣ ଓ ପୁର୍ତ୍ତ ବିଭାଗ । ଦୀପକ କେସରକରଙ୍କୁ ମିଳିଛି ବିଦ୍ୟାଳୟ ଶିକ୍ଷା ଦାୟିତ୍ୱ । ଦାଦା ଭୁସେଙ୍କୁ ଖଣି ଓ ବନ୍ଦର ବିଭାଗ , ସଞ୍ଜୟ ରାଠୋଡଙ୍କୁ ଖାଦ୍ୟ ଓ ଉଦୟ ସାମନ୍ତଙ୍କୁ ଶିଳ୍ପ ବିଭାଗ ମିଳିଛି । ପରିବାର କଲ୍ୟାଣ ବିଭାଗ ମିଳିଛି ପ୍ରଫେସର ତାନଜୀ ସାୱନ୍ତଙ୍କୁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।