News18 Odia Digital
ମୁମ୍ବାଇ: ପ୍ରତି ବର୍ଷ ମହିଳା ପର୍ଯ୍ୟଟକମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଏକାକୀ ଟ୍ରାଭେଲ୍ କରିବା ପାଇଁ ଯିବା ପସନ୍ଦ ପସନ୍ଦ କରୁଥିବା ଦେଖାଯାଉଛି, ଯଦିଓ ଗୃପରେ ଆସୁଥିବା ପର୍ଯ୍ୟଟକଙ୍କ ଦ୍ବାରା ହେଉଥିବା ବୁକିଙ୍ଗ ବର୍ଷ ପରେ ବର୍ଷ ପାଖାପାଖି ୫୦ ପ୍ରତିଶତ ବଢ଼ିବାକୁ ଲାଗିଛି ବୋଲି ଦେଶର ବିଭିନ୍ନ ସ୍ଥାନରେ କୋଠରୀ ଯୋଗେଇଦେଉଥିବା କମ୍ପାନୀ ଜୋଷ୍ଟେଲ୍ କହିଛି ।
୨୦୧୯ରେ ଜୋଷ୍ଟେଲ୍ ପାଇଥିବା ସମୁଦାୟ ବୁକିଂର ୩୭ ପ୍ରତିଶତ ଏକାକୀ ଟ୍ରାଭେଲ କରୁଥିବା ଯାତ୍ରୀଙ୍କର ଥିଲା, ଆଉ ୪୨ ପ୍ରତିଶତ ଯାତ୍ରୀ ଦଳରେ (ଗୃପ୍) ଯାତ୍ରା କରିବା ପସନ୍ଦକରୁଥିବା ଦେଖାଯାଇଥିଲା । ଗତ ବର୍ଷ ଯୁବା ବର୍ଗ ଓ ପ୍ରେମିକ/ବିବାହିତ ଯୋଡ଼ି (୨୧ ପ୍ରତିଶତ) ସର୍ବାଧିକ ଟ୍ରାଭେଲ୍ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ବୋଲି କହିଛି କମ୍ପାନୀ ।
‘‘ବହୁତ ସଂଖ୍ୟାରେ ମହିଳାମାନଙ୍କୁ ବୁଲିଯିବାର ସ୍ଥାନ ନିଜେ ନିରୂପଣ କରୁଥିବା ଓ ଏକା ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ଦେଖି ଆମେ ଅବିଶ୍ବନୀୟଭାବେ ଆଶାବାଦୀ ହୋଇଛୁ । ଯାତ୍ରୀମାନଙ୍କ ପାଇଁ, ବିଶେଷତଃ ମହିଳା ଯାତ୍ରୀଙ୍କ ପାଇଁ, ଆମେ ନିରାପଦ ଓ ମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଆରମ୍ଭ କରିଥିବା ପ୍ରୟାସର ଯଥାର୍ଥତା ଏ କଥାରୁ ପ୍ରମାଣିତ ହେଉଛି,’’ କହିଛନ୍ତି ଜୋଷ୍ଟେଲର ସହ-ସଂସ୍ଥାପକ ଓ ସି.ଇ.ଓ. ଧରମବୀର ସିଂ ଚୌହାନ ।
ଆଗକୁ ଅଳ୍ପ ବୟସର ଯାତ୍ରୀମାନେ ଏକ ବଡ଼ ସଂଖ୍ୟାରେ ଏକା ଥରେ ଅନେକ ସ୍ଥାନକୁ ନ ଯାଇ ଛୋଟ ଛୋଟ ଯାତ୍ରା କରିବେ ବୋଲି ଏହି କମ୍ପାନୀ ଭବିଷ୍ୟବାଣୀ କରିଛି । ସେମିତି ଯାତ୍ରା ଭିତରେ ପୂର୍ବରୁ ନିର୍ଧାରିତ ହୋଇ ନ ଥିବା ଲମ୍ବା ଯାତ୍ରାର ଲୋକପ୍ରିୟତା ମଧ୍ୟ ବଢ଼ୁଥିବା କହିଛି କମ୍ପାନୀ ।
ଏହି ପରିବର୍ତ୍ତନରୁ ଅଫିସ୍ ଠାରୁ ଦୂରରେ ରହି କାମ କରିବା ଓ ଫ୍ରିଲାନସିଂ କରିବା ପରି କରିଅର୍ ଚ଼ୟନ ବଢ଼ିବ ଓ ଯାତ୍ରୀମାନେ ବେଶୀ ମାତ୍ରାରେ ସ୍ଥାନୀୟ ଲୋକଙ୍କ ସହିତ ମିଳାମିଶା ଓ କଥାବାର୍ତ୍ତା କରିବେ ବୋଲି ସଙ୍କେତ ମିଳୁଛି ।
ଚ଼ଳିତ ନୂଆ ଦଶନ୍ଧିର ଏହି ପ୍ରଥମ ବର୍ଷରେ ଅଜଣା ଓ ନୂଆ ସ୍ଥାନକୁ ବୁଲି ଯିବା ପାଇଁ ଆଗ୍ରହ ଓ ବୁକିଂ ୧୫୦ ପ୍ରତିଶତ ବଢ଼ିବ ବୋଲି ମଧ୍ୟ ଜୋଷ୍ଟେଲ ଆଶଆ କରୁଛି । ଏହି ଟ୍ରେଣ୍ଡ୍ ବଢ଼ି ଚ଼ାଲିବ ବୋଲି କହିଛି କମ୍ପାନୀ ।
ଗୋଟିଏ ଯାତ୍ରାରେ ଲୋକେ ଏକାଧିକ ବୁଲିବା ଓ ରହିବା ସ୍ଥାନ ବୁକିଂ କରୁଥିବା ତଥା ହିମାଳୟ, ରାଜସ୍ଥାନ, କର୍ଣ୍ଣାଟକ ଓ କେରଳ ପରି ସ୍ଥାନରେ ଜୋଷ୍ଟେଲର ସର୍କିଟକୁ ପୂରା କରିବା ପାଇଁ ଆଗ୍ରହ ଦେଖାଉଥିବା କହିଛି କମ୍ପାନୀ ।
‘‘ଜୋଷ୍ଟେଲର ଅଧିକାଂଶ ଗ୍ରାହକ ହୋଉଛନ୍ତି ଯୁବା ପିଢ଼ି ଓ ଯୋଡ଼ିମାନେ । ଆମେ ୨୦୧୯ରେ ଦୁଇ ଲକ୍ଷରୁ ଅଧିକ ବୁକିଂ କରି ଖୁବ୍ ଭଲ ପ୍ରଦର୍ଶନ କରିଛୁ । ଆମେ ଆଶା କରିଛୁ ୨୦୨୦ରେ ବିଭିନ୍ନ ବୟସର ଯାତ୍ରୀଙ୍କୁ ଆକର୍ଷିତ କରି ଆମେ ଆମ ଅଭିବୃଦ୍ଧି ଜାରୀ ରଖିବୁ । ଆଗାମୀ ପିଢ଼ିର ଚ଼ିଲ୍-ସିକର୍ସମାନେ ପରୀକ୍ଷାମୂଳକ ଯାତ୍ରା ଉପରେ ଅଧିକ ଧ୍ୟାନ ଦେଉଥିବାରୁ ଆମେ ଲୋକପ୍ରିୟ ମାତ୍ର ଭିନ୍ନ ପ୍ରକାର ସ୍ଥାନଗୁଡ଼ିକ ଉପରେ ଫୋକସ କରିବୁ । ହିମାଚ଼ଳ ପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ କେରଳ ଭଳି ଛୁଟି କାଟିବା ସ୍ଥାନ ଉପରେ ଧ୍ୟାନ ବଢ଼େଇ ଆମେ ନିଜ ପୋର୍ଟଫୋଲିଓକୁ ବୃଦ୍ଧି କରିବୁ,’’ କହିଛନ୍ତି ଚ଼ୌହାନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।