- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: କଲମ୍ବିଆରେ ଭୟଙ୍କର ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ ହୋଇଛି। ଭୂସ୍ଖଳନରେ ମାଟି ତଳେ ଦବି ହୋଇଯାଇଛି ଯାତ୍ରୀବାହୀ ବସ୍ । ଫଳରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ଯୋଗୁଁ ରିସାରାଲ୍ଡ ପ୍ରାନ୍ତରେ ଭୂସ୍ଖଳନ ହୋଇଛି । ଘଟଣାକୁ ନେଇ କଲମ୍ବିଆ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ବିପର୍ଯ୍ୟୟ ବିପଦ ପରିଚାଳନା ପାଇଁ ନ୍ୟାସନାଲ ୟୁନିଟ୍ କହିଛି ଯେ ଏହି ମୃତ୍ୟୁରେ ଆଠ ଜଣ ନାବାଳକ ଅଛନ୍ତି ଏବଂ ଦୁର୍ଗମ ପୁଏବଲୋ ରିକୋରେ ହୋଇଥିବା ଏହି ବିପର୍ଯ୍ୟୟରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି।
କାଣ୍ଡୋଟୋ ନଗର ପାଳିକା ଅଧିକାରୀଙ୍କ କହିବା ଆନୁଯାୟୀ, ବସରେ ପ୍ରାୟ ଯାତ୍ରୀ ବସଥିଲେ ଏହି ସମୟରେ ଭୂସ୍ଖଳନ ହୋଇଥିଲା । ଡ୍ରାଇଭର ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।