Patra Chawl Case: ସଞ୍ଜୟ ରାଉତ ଓ ତାଙ୍କ ପତ୍ନୀଙ୍କୁ ଏକାଠି ଜେରା କରିବ ED!

Patra Chawl Case: ଇଡି ବର୍ତ୍ତମାନ ପାତ୍ରା ଚଲ ସ୍କାମରେ ଜଡିତ ଥିବା ପ୍ରବୀଣ ରାଓ, ସୁଜିତ ପାଟକର ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ପରସ୍ପର ସହ କେଉଁ ସମ୍ପର୍କ ଅଛି ତାହା ଯାଞ୍ଚ କରୁଛି।

ସଞ୍ଜୟ ରାଉତ ଓ ତାଙ୍କ ପତ୍ନୀଙ୍କୁ ଏକାଠି ଜେରା କରିବ ED!

ସଞ୍ଜୟ ରାଉତ ଓ ତାଙ୍କ ପତ୍ନୀଙ୍କୁ ଏକାଠି ଜେରା କରିବ ED!

  • Share this:
News18 Odia Digital

Patra Chawl Case: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ଉପରେ କଟକଣା ଜାରି କରିଛି। ଇଡି ଶିବସେନା ସାଂସଦ ସଞ୍ଜୟ ରାଉତ ଓ ତାଙ୍କ ପତ୍ନୀ ବର୍ଷା ରାଉତଙ୍କୁ ମୁହାଁମୁହିଁ ପଚରାଉଚରା କରିବାକୁ ଯାଉଛି।

ସଞ୍ଜୟଙ୍କ ଘରୁ ଇଡି କିଛି ଦଲିଲ ପାଇଛି। ଇଡି କେବଳ ଏହି ଦଲିଲ ଆଧାରରେ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ପଚରାଉଚରା କରିପାରେ। ସୂଚନାନୁସାରେ, ବର୍ଷାଙ୍କ ଆକାଉଣ୍ଟକୁ ଆସିଥିବା ୧ କୋଟି ୮ ଲକ୍ଷ ଟଙ୍କା ପ୍ରସଙ୍ଗରେ ଇଡି ତାଙ୍କୁ ପ୍ରଶ୍ନ ପଚାରିପାରେ।

ପାତ୍ରା ଚଲ ସ୍କାମରେ ଅଭିଯୋଗର ସମ୍ମୁଖୀନ ହେଉଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଶୁକ୍ରବାର ଦିନ ପଚରାଉଚରା ପାଇଁ ଇଡି ଡକାଇଥିଲା। ଇଡି ସୂତ୍ର ଅନୁଯାୟୀ ଶନିବାର ରାଉତ ଦମ୍ପତିଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଇପାରିବ।

ଇଡି ସଞ୍ଜୟ ରାଉତଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି

ପାତ୍ରା ଚଲ ସ୍କାମ ଓ ମନି ଲଣ୍ଡରିଂ ମାମଲାରେ ଇଡି ସଞ୍ଜୟଙ୍କୁ ଗିରଫ କରିସାରିଛି। ରାଉତ ଗିରଫ ହେବା ପରଠାରୁ ଇଡି ତାଙ୍କର ଘନିଷ୍ଠ ସମ୍ପର୍କ ଖୋଜିବା ଆରମ୍ଭ କରିଛି। ସୂଚନାନୁସାରେ, ଇଡି ବର୍ତ୍ତମାନ ପ୍ରବୀଣ ରାଓ, ସୁଜିତ ପାଟକର ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କ ପରସ୍ପର ସହ କେଉଁ ସମ୍ପର୍କ ଅଛି ତାହା ଜାଣିବାକୁ ଯାଞ୍ଚ କରୁଛି।

ପ୍ରକାଶ ଥାଉକି ଗତ ମଙ୍ଗଳବାର ଦିନ ଇଡି ମୁମ୍ବାଇର ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା। ସସଞ୍ଜୟ ରାଉତ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିପରି ଟଙ୍କା ହସ୍ତାନ୍ତର କରାଯାଇଥିଲା ତାହା ଅନୁସନ୍ଧାନରେ ବ୍ୟସ୍ତ ଅଛି। ଅଭିଯୋଗ ହୋଇଛି ଯେ ପ୍ରବୀଣ ରାଉତ ସଞ୍ଜୟ ରାଉତ ଓ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ୧.୬ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି।

ସଞ୍ଜୟ ରାଉତଙ୍କ ସହ ପାତ୍ରା ଚାଲ ସ୍କାମର ସଂଯୋଗ

ପ୍ରକାଶ ଥାଉକି ପାତ୍ରା ଚଲ ସ୍କାମ ମାମଲାରେ ଗୁରୁ କନଷ୍ଟ୍ରକସନ କମ୍ପାନୀର ନିର୍ଦ୍ଦେଶକ ପ୍ରବୀଣ ରାଉତଙ୍କୁ ଇଡି ଗିରଫ କରିଥିଲା। ଅଭିଯୋଗ ହୋଇଛି ଯେ ପ୍ରବୀଣ ସଞ୍ଜୟ ରାଉତଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୫୫ ଲକ୍ଷ ଟଙ୍କା ଜମା କରିଥିଲେ। ଏହି ଟଙ୍କା ସହିତ ବର୍ଷା ଦାଦରରେ ଏକ ଫ୍ଲାଟ କିଣିଥିଲେ। ଇଡି ପଚରାଉଚରା ବେଳେ ସେ କହିଥିଲେ ଯେ ସେ ପ୍ରବୀଣ ରାଉତଙ୍କ ପତ୍ନୀ ମାଧୁରୀଙ୍କଠାରୁ ଏହି ଟଙ୍କା ନେଇଛନ୍ତି।
Published by:Lipina Das
First published: