ଶିବସେନା ସାଂସଦ ସଂଜୟ ରାୱତଙ୍କ ଘରୁ ୧୧.୫୦ ଲକ୍ଷ ଟଙ୍କା ଜବତ କଲା ED

ସଞ୍ଜୟ ରାୱତଙ୍କ ଘରୁ ଇଡି ୧୧.୫୦ ଲକ୍ଷ ଟଙ୍କା ପାଇଛି । ଏହି ଟଙ୍କା କାହାର ଏବଂ କେଉଁଠୁ ଆସିଛି ସେ ସମ୍ପର୍କରେ ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କଠାରୁ ସୂଚନା ମାଗିଛି ।

ସଂଜୟ ରାୱତଙ୍କ (ପ୍ରତୀକାତ୍ମକ ଛବି)

ସଂଜୟ ରାୱତଙ୍କ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ମହାରାଷ୍ଟ୍ର; ରବିବାର ଦିନ ପାତ୍ର ଚାୱାଲ୍ ଜମି ସ୍କାମ ମାମଲାରେ ଶିବସେନା ନେତା ସଞ୍ଜୟ ରାୱତଙ୍କ ବାସଭବନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିବା ସହ ତାଙ୍କୁ ଅଟକ ରଖିଥିଲେ । ସଞ୍ଜୟ ରାୱତଙ୍କ ଘରୁ ଇଡି ୧୧.୫୦ ଲକ୍ଷ ଟଙ୍କା ପାଇଛି । ଏହି ଟଙ୍କା କାହାର ଏବଂ କେଉଁଠୁ ଆସିଛି ସେ ସମ୍ପର୍କରେ ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କଠାରୁ ସୂଚନା ମାଗିଛି । ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସଞ୍ଜୟ ରାୱତ ଏହି ଟଙ୍କା ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ, ତେଣୁ ଏହି ଟଙ୍କା ଜବତ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ।

ତେବେ ଏହି ସମୟ ମଧ୍ୟରେ ସଞ୍ଜୟ ରାୱତଙ୍କ ଓକିଲ ଦାବି କରିଛନ୍ତି ଯେ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯାଇ ନାହିଁ । ସଞ୍ଜୟ ରାୱତଙ୍କ ଓକିଲ କହିଛନ୍ତି ଯେ ଇଡି କିଛି ଡକ୍ୟୁମେଣ୍ଟ ଚାହୁଁଛି ଏବଂ ଆମକୁ ଏବେ ଏବେ ସମନ ଦିଆଯାଇଛି । ସଞ୍ଜୟ ରାୱତ ଇଡି କାର୍ଯ୍ୟାଳୟକୁ ଯାଇ ଏ ସମ୍ପର୍କରେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି । ତାଙ୍କୁ ଗିରଫ କରାଯାଇ ନାହିଁ । ଏହାପୂର୍ବରୁ ଇଡି ସଞ୍ଜୟ ରାୱତଙ୍କ ବାସଭବନରେ ଚଢାଉ କରିଥିଲା । ଇଡି ଅଧିକାରୀମାନେ ସକାଳ ୭ଟା ସମୟରେ ମୁମ୍ବାଇରେ ସଞ୍ଜୟ ରାୱତଙ୍କ ବାସଭବନରେ ପହଞ୍ଚିଥିଲେ । ସଞ୍ଜୟ ରାୱତଙ୍କୁ ପ୍ରାୟ ୯ ଘଣ୍ଟା ପଚରାଉଚରା କରିବା ପରେ ଇଡି ଅଧିକାରୀମାନେ ତାଙ୍କୁ ସାଙ୍ଗରେ ନେଇଥିଲେ ।

ପୂର୍ବରୁ ମଧ୍ୟ କରାଯାଇଥିଲା ପଚରାଉଚରା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତ ବର୍ଷ ଜୁନ୍ ୨୮ ରେ ସଞ୍ଜୟ ରାୱତଙ୍କୁ ୧, ୦୩୪ କୋଟି ଟଙ୍କା ପାତ୍ର ଚାୱାଲ୍ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଡକାଇଥିଲା। ଜୁଲାଇ ୧ ରେ ସଞ୍ଜୟ ରାୱତଙ୍କୁ ଇଡି ପଚରାଉଚରା କରିଥିଲା । ଏହା ପରେ ତାଙ୍କୁ ଆଉ ଦୁଇଥର ସମନ ଜାରି କରିଥିଲା । ପଚରାଉଚରାରେ ଯୋଗଦେବାକୁ ମନା କରୁଥିବାବେଳେ ସଂଜୟ ରାଉତ ସଂସଦର ମୌସୁମୀ ଅଧିବେଶନରେ ତଦନ୍ତରେ ଯୋଗନଦେବାର କାରଣ ଦର୍ଶାଇଥିଲେ । ଚଳିତ ବର୍ଷ ଏପ୍ରିଲରେ, ଇଡି ଏହି ମାମଲାର ଯାଞ୍ଚ ବେଳେ ଏକ ଅଂଶ ଭାବରେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ଠାରୁ ୧୧.୧୫ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ମିଶାଇ ଥିଲା ।
Published by:Sujit Swain
First published: