ମଦ ପଲିସି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ EDର କଡ଼ା କାର୍ଯ୍ୟାନୁଷ୍ଠାନ

ED Raid: ଦିଲ୍ଲୀରେ ହୋଇଥିବା ମଦ ପଲିସି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦଳ ୩୫ଟି ସ୍ଥାନରେ ସର୍ଚ୍ଚ ଅପରେସନ କରୁଛନ୍ତି। ଇଡି ଦଳ ଦିଲ୍ଲୀ ଓ ପଞ୍ଜାବରେ ଚଢ଼ାଉ କରୁଛି।

ମଦ ପଲିସି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ EDର କଡ଼ା କାର୍ଯ୍ୟାନୁଷ୍ଠାନ

ମଦ ପଲିସି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ EDର କଡ଼ା କାର୍ଯ୍ୟାନୁଷ୍ଠାନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ED Raid: ଦିଲ୍ଲୀରେ ହୋଇଥିବା ମଦ ପଲିସି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦଳ ୩୫ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଇଡି ଦଳ ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦରେ ଚଢ଼ାଉ କରୁଛି।

ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ୨୦୨୧-୨୨ର ଏକ୍ସାଇଜ୍ ପଲିସି ଅନୁଯାୟୀ ଏହି ଘୋଟାଲା କରିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଛି। ଉଭୟ ସିବିଆଇ ଓ ଇଡି ସିସୋଦିଆ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଦିଲ୍ଲୀ ସିଏମ କେଜ୍ରିୱାଲ ଏହି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଇଡିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରିଛନ୍ତି। ସିଏମ କେଜ୍ରିୱାଲ ଲେଖିଛନ୍ତି, ‘‘୫୦୦ରୁ ଅଧିକ ଚଢ଼ାଉ, ତିନି ମାସ ପାଇଁ ୩୦୦ରୁ ଅଧିକ ସିବିଆଇ ଓ ଇଡି ଅଧିକାରୀ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି। ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରମାଣ ଖୋଜିବା ପାଇଁ। କିଛି ପାଇପାରୁ ନାହିଁ କାରଣ କିଛି କରାଯାଇ ନାହିଁ। ସେମାନଙ୍କର ଅପରିଷ୍କାର ରାଜନୀତି ପାଇଁ ଏତେ ସଂଖ୍ୟକ ଅଧିକାରୀଙ୍କ ସମୟ ନଷ୍ଟ ହେଉଛି। ଏପରି ଦେଶ କିପରି ଅଗ୍ରଗତି କରିବ?’’

ପ୍ରକାଶ ଥାଉକି ସେପ୍ଟେମ୍ବର ୧୬ରେ, ଇଡି ୬ଟି ରାଜ୍ୟରେ ୪୦ଟି ସ୍ଥାନ ଉପରେ ଚଢ଼ାଉ କରିଥିଲା। ଏହାପୂର୍ବରୁ ସେପ୍ଟେମ୍ବର ୬ରେ ଇଡି ଅନେକ ରାଜ୍ୟର ସ୍ଥାନ ଉପରେ ଚଢ଼ାଉ କରିଥିଲା। ଏଥି ସହିତ ଏହି ମାମଲାରେ ଅଭିଯୁକ୍ତ ତଥା ଆମ ଆଦମୀ ପାର୍ଟିର ଯୋଗାଯୋଗ ରଣନୀତିଜ୍ଞ ବିଜୟ ନାୟାରଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଦ୍ବାରା ଅକ୍ଟୋବର ୨୦ ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ପଠାଯାଇଛି।
Published by:Lipina Das
First published: