ସିଲ ହେଲା ନ୍ୟାସନାଲ ହେରାଲଡ଼ ଅଫିସ (ପ୍ରତୀକାତ୍ମକ ଛବି)
News18 Odia Digital
ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୟଙ୍ଗ ଇଣ୍ଡିଆନ୍ ଲିମିଟେଡ୍ କାର୍ଯ୍ୟାଳୟକୁ ସିଲ୍ କରିଛି। ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତଦନ୍ତକାରୀ ସଂସ୍ଥା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥାର ଅନୁମତି ବିନା ପରିସର ନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ମୁଖ୍ୟାଳୟ ବାହାରେ ଓ ସୋନିଆ ଗାନ୍ଧିଙ୍କ ବାସଭବନ ଆଗରେ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଦ୍ବାରା ନ୍ୟାସନାଲ ହେରାଲ୍ଡ ଖବରକାଗଜ ୧୯୩୮ରେ ପ୍ରତିଷ୍ଠା ହୋଇଥିଲା। ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ଦ୍ବାରା ଏହା ପ୍ରକାଶ ପାଉଥିଲା। କିନ୍ତୁ ଆର୍ଥିକ ସଙ୍କଟ ଯୋଗୁ ଏହାର ପ୍ରକାଶନ ୨୦୦୮ରେ ବନ୍ଦ ହୋଇଯାଇଥିଲା। ଏହାକୁ ଚଳାଇବା ଲାଗି କଂଗ୍ରେସ ଏଜେଏଲକୁ ୯୦ କୋଟିର ଋଣ ଦେଇଥିଲା। ଏଜେଏଲ୍ ଋଣ ପରିଶୋଧ କରିବାରେ ବିଫଳ ହେବାରୁ ଗାନ୍ଧୀ ପରିବାର ମାଲିକାନାରେ ଥିବା ୟଙ୍ଗ ଇଣ୍ଡିଆ ଲିମିଟେଡ୍ ୫୦ ଲକ୍ଷ ଟଙ୍କା ଦେଇ ଏଜେଏଲକୁ ଅଧିଗ୍ରହଣ କରିଥିଲା। ଏହିଠାରୁ ବିବାଦ ଆରମ୍ଭ ହୋଇଥିଲା।
୨୦୧୪ ରୁ ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଗତ କିଛି ଦିନ ତଳେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପଚରାଉଚରା କରିଥିଲା ଇଡି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।