- News18 Odia
- Last Updated :
News 18 Odia Digital
କୋଲକାତା: ଶନିବାର ଦିନ ପୁଣି ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍ । ମିଳିଥିବା ସୂଚନା ଅନୁସାରେ କୋଲକାତାର ଗାର୍ଡେନ୍ରିଚ୍ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ଛାପା ମାରିଛି ବିଭାଗ। ଏହି ସମୟରେ ପାଖାପାଖି ୧୭ କୋଟି ନଗଦ କ୍ୟାସ୍ ଜବତ କରିଯାଇଛି । ବିପୁଳ ପରିମାଣର ନଗଦ ଉଦ୍ଧାର କରାଯିବା ପରେ ଫେଡେରାଲ୍ ଏଜେନ୍ସି ପାଞ୍ଚଟି ନୋଟ୍ ଗଣନା ମେସିନ୍ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ନଗଦ ପରିମାଣର ପରିମାଣ ଜାଣିବା ପାଇଁ ବ୍ୟବସ୍ଥା କରିଥିଲା। ଗଣନା ଜାରି ରହିଛି ଓ ଅନ୍ତିମ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋବାଇଲ୍ ଗେମିଂ ଆପ୍ଲିକେସନ୍ ସହ ସମ୍ବନ୍ଧୀୟ ଏକ ଅର୍ଥ ହେରଫେର ମାମଲାରେ ଶନିବାର କୋଲକାତାର ୬ଟି ସ୍ଥାନରେ ଗୋଟିଏ ସମୟରେ ଚଢ଼ାଉ କରିଛି । ଆମୀର ଖାନ୍ ନାମକ ଜଣେ ବ୍ୟକ୍ତି କିଛି ସମୟ ପୂର୍ବରୁ ଇ-ନଗେଟ୍ସ ନାମକ ଏକ ମୋବାଇଲ୍ ଗେମିଂ ଆପ୍ର ଲଞ୍ଚ କରିଥିଲେ । ଯାହାକି ଲୋକଙ୍କୁ ଧୋକା ଦେବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଥିଲା । ଏହାକୁ ମାଧ୍ୟମ କରି ସେ ପ୍ରଥମେ ବ୍ୟବହାରକାରୀଙ୍କ ବିଶ୍ୱାସ ଜିତିଥିଲା । ଏହାପରେ ଲୋକେ ବହୁତ ମାତ୍ରାରେ ଏହି ଆପ୍ରେ ଟଙ୍କା ନିବେଶ କରିବା ଆରମ୍ଭ କରିଦେଇଥିଲେ । ଅଭିଯୁକ୍ତ ଅମୀର ବିରୋଧରେ କୋଲକାତା ପୋଲିସ୍ ଆଇପିଏସିର ଧାରା ୪୨୦, ୪୦୬, ୪୦୯, ୪୬୮, ୪୬୯, ୪୭୧, ୩୪ରେ ମାମଲା ରୁଜୁ କରିଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।