ଇଡି ଟାର୍ଗେଟରେ ଲାଲୁଙ୍କ ପରିବାର; ପୁଅ ଓ ଝିଅ ଘରୁ ମିଳିଲା ୫୩ ଲକ୍ଷ ଟଙ୍କା ସହ ୨ କେଜି ସୁନା

ED Raid: ତେଜସ୍ୱୀ ଯାଦବଙ୍କ (Tejashwi Yadav) ସହ ଲାଲୁଙ୍କ ତିନି ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦ ଲେକ୍ ଏବଂ ହେମା ଯାଦବଙ୍କ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଥିଲା।

ଇଡି ଟାର୍ଗେଟରେ ଲାଲୁଙ୍କ ପରିବାର

ଇଡି ଟାର୍ଗେଟରେ ଲାଲୁଙ୍କ ପରିବାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ED raids at lalu yadav family locations: ଆରଜେଡି ସଭାପତି ଲାଲୁ ଯାଦବଙ୍କ (LaLu Yadav) ଘର କାର୍ଯ୍ୟାଳୟ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଘରେ ଏକାକାଳୀନ ଚଢ଼ାଉ ଜାରି ରଖିଛି ଇଡି (ED)।

ତେଜସ୍ୱୀ ଯାଦବଙ୍କ (Tejashwi Yadav) ସହ ଲାଲୁଙ୍କ ତିନି ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦ ଲେକ୍ ଏବଂ ହେମା ଯାଦବଙ୍କ ଘରେ ମଧ୍ୟ ଏକକାଳୀନ ଚ଼ଢ଼ାଉ କରାଯାଇଥିଲା। ପାଟନାରେ ଲାଲୁ ଯାଦବଙ୍କ ନିକଟବର୍ତ୍ତୀ ଆରଜେଡି ନେତା ଅବୁ ଦୋଜାନାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଇଡି ଅଧିକାରୀମାନେ କହିଛନ୍ତି ଯେ ଦିଲ୍ଲୀ-ଏନସିଆର, ବିହାର ଏବଂ ଝାଡଖଣ୍ଡର ମୋଟ ୨୧ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

ସେହିପରି ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ଯେ ଚଢ଼ାଉରେ ୫୩ ଲକ୍ଷ ଟଙ୍କା ନଗଦ, ୧୯୦୦ ଆମେରିକା ଡଲାର ଜବତ ହୋଇଛି।

ପୁନରୁଦ୍ଧାର ହୋଇଥିବା ସୁନାରେ ୧.୫୦ କିଲୋଗ୍ରାମ ଅଳଙ୍କାର ଥିବାବେଳେ ୫୪୦ ଗ୍ରାମ ଏକ ସୁନା ମୁଦ୍ରା ରହିଛି।

ଜବ୍ ଫର୍ ଲ୍ୟାଣ୍ଡ ସ୍କାମରେ ( Land for job scam) ପାଟନାରେ ଥିବା ସିବିଆଇ ଟିମ୍ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କୁ ପ୍ରଶ୍ନ କରିଥିଲେ। ରାବ୍ରିଙ୍କୁ ପଚରାଉଚରା କରିବା ପରେ ଠିକ ଗୋଟିଏ ଦିନ ପରେ ପୂର୍ବତନ ସିଏମ ଲାଲୁ ଯାଦବଙ୍କ ସହ ଝିଅ ମିସା ଭାରତୀଙ୍କ ବାସଭବନରେ ସିବିଆଇ ଦଳ ପଚରାଉଚରା କରିଥିଲା।

ତେଜସ୍ୱୀ ଯାଦବଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି ଏବଂ ଯେତେବେଳେ ଏହି ଚଢ଼ାଉ ହୋଇଥିଲା ସେତେବେଳେ ସେ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀରେ ଥିଲେ। ଏହି ମାମଲାରେ ଲାଲୁ, ରାବିଡି ଏବଂ ମିସାଙ୍କୁ ମଧ୍ୟ ମାର୍ଚ୍ଚ ୧୫ରେ ଦିଲ୍ଲୀ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଥାଉକି ଗତ ବର୍ଷ ମେ ମାସରେ ସିବିଆଇ ଜମି-ଚାକିରି ମାମଲାରେ ଏକ ମାମଲା ରୁଜୁ କରିଥିଲା। ଲାଲୁଙ୍କ ଛାୟା ବୋଲି ବିବେଚନା କରାଯାଉଥିବା ଭୋଲା ଯାଦବଙ୍କୁ ଗତ ବର୍ଷ ଜୁଲାଇରେ ଏହି ମାମଲାରେ ଗିରଫ କରାଯାଇଥିଲା।
ସେହିପରି ଅକ୍ଟୋବରରେ ଲାଲୁ ଯାଦବ, ରାବିଡି ଦେବୀ ଏବଂ ମିସା ଭାରତୀଙ୍କ ସମେତ ୧୬ ଜଣଙ୍କ ବିରୋଧରେ ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଘଟଣାର ତଦନ୍ତ ଜାରି ରହିଛି।
Published by:Lipina Das
First published: