ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଲା ୨.୮୨କୋଟି ଟଙ୍କା ଓ ୧୩୩ ସୁନା ମୁଦ୍ରା

ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଚଢାଉ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨.୮୫ କୋଟିର ନଗଦ ଟଙ୍କା ନଗଦ ଟଙ୍କା ସମେତ ବିପୁଳ ପରିମାଣର ସୁନା ମୁଦ୍ରା ଜବତ କରିଛି।

ଜବତ ସୁନା ପଇସା ଓ ନଗଦ ଟଙ୍କା (ପ୍ରତୀକାତ୍ମକ ଛବି)

ଜବତ ସୁନା ପଇସା ଓ ନଗଦ ଟଙ୍କା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା କମ ହେବାର ନାମ ନେଉନାହିଁ।  କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ହାୱା କାରବାର ସଂପର୍କରେ ସୋମବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସତୀନ୍ଦ୍ର କୁମାର ଜୈନ, ପୁନମ ଜୈନ ଓ ସେମାନଙ୍କ ସହଯୋଗୀ ତଥା ଅନ୍ୟ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଛି।  ଏହି ସମୟ ମଧ୍ୟରେ ଇଡି ୨.୮୨ କୋଟି ଟଙ୍କା ଏବଂ ୧.୮୦ କିଲୋଗ୍ରାମର ୧୩୩ସୁନା ମୁଦ୍ରା ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ରେଡ଼ରେ ରାମ ପ୍ରକାଶ ଜୁଏଲର୍ସଙ୍କ ଠାରୁ ୨.୨୩ କୋଟି ଟଙ୍କା ମିଳିଛି। ଏଥିସହିତ ଜିଏସ ମଥାରୁରୁ ୨୦ ଲକ୍ଷ ଟଙ୍କା ଏବଂ ବୈଭବ ଜୈନଙ୍କଠୁ ୧୩୩ ସୁନା ମୁଦ୍ରା ଜବତ କରାଯାଇଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ସୋମବାର ଚଢାଉ ହୋଇଥିବା ବ୍ୟକ୍ତିମାନେ ମନି ଲଣ୍ଡରିଂ ପ୍ରକ୍ରିୟାରେ ମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସାହାଯ୍ୟ କରିଥିଲେ। ଜବତ କରା ଯାଇଥିବା ନଗଦ ଟଙ୍କାର କୌଣସି ପ୍ରକାରର ହିସାବ ମିଳି ନଥିଲା ଏବଂ ଏହାକୁ ଏକ ଗୁପ୍ତ ସ୍ଥାନରେ ରଖାଯାଇଥିଲା ବୋଲି ଇଡି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।

୫୭ ବର୍ଷ ବୟସ୍କ ଜୈନଙ୍କୁ ମେ ୩୦ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ଅପରାଧିକ ଧାରା ଅନୁଯାୟୀ ଗିରଫ କରାଯାଇଥିଲା ଏବଂ ସେ ଜୁନ୍‌ ୯ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି।
Published by:Soumya Das
First published: