ଫସିଲେ ଡେପୁଟି ସିଏମ ମନୀଷ ସିସୋଦିଆ; ଅର୍ଥ ହେରଫେର ମାମଲା ରୁଜୁ କଲା ଇଡି

ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଚଢ଼ାଉ ପରେ ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ତାଙ୍କୁ ପ୍ରଥମ ଅଭିଯୁକ୍ତ କରାଯାଇଥିଲା । ଏହା ପରେ ଆଇଏଏସ୍ ଆରବ ଗୋପୀ କୃଷ୍ଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ଫସିଲେ ଡେପୁଟି ସିଏମ ମନୀଷ ସିସୋଦିଆ; ଅର୍ଥ ହେରଫେର ମାମଲା ରୁଜୁ କଲା ଇଡି

ଫସିଲେ ଡେପୁଟି ସିଏମ ମନୀଷ ସିସୋଦିଆ; ଅର୍ଥ ହେରଫେର ମାମଲା ରୁଜୁ କଲା ଇଡି

  • Share this:
News 18 Odia Digital

ନୂଆଦିଲ୍ଲୀ;  ଦିଲ୍ଲୀର ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଏକ୍ସାଇଜ୍ ପଲିସିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଟଙ୍କା ହେରଫେର ମାମଲା ରୁଜୁ କରିଛି । ମନୀଷ ସିସୋଦିଆଙ୍କ ସହ ଇଡି ମଧ୍ୟ ଏହି ମାମଲାରେ ଅନ୍ୟ କିଛି ବ୍ୟକ୍ତିଙ୍କୁ ଅଭିଯୁକ୍ତ ଭାବରେ ଚିହ୍ନଟ କରିଛି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସି ୨୦୨୧-୨୨ ରେ ଅନିୟମିତତା ପାଇଁ ଡେପୁଟି ସିଏମ୍ ମନୀଷ ସିସୋଦିଆ ଏବଂ ଅନ୍ୟ ୧୫ ଜଣଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି ଏବଂ ଏଥିରେ ଡେପୁଟି ସିଏମଙ୍କ ନାମ ପ୍ରମୁଖ ଅଭିଯୁକ୍ତଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି ।

ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଚଢ଼ାଉ ପରେ ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ତାଙ୍କୁ ପ୍ରଥମ ଅଭିଯୁକ୍ତ କରାଯାଇଥିଲା । ଏହା ପରେ ଆଇଏଏସ୍ ଆରବ ଗୋପୀ କୃଷ୍ଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏଫଆଇଆରରେ ସମୁଦାୟ ୧୬ ଜଣଙ୍କ ସହିତ ଏକ କମ୍ପାନୀ ମଧ୍ୟ ଅଭିଯୁକ୍ତ ଭାବେ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ ଯେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଅରବ ଗୋପୀ କୃଷ୍ଣଙ୍କ ବ୍ୟତୀତ ୩୧ ଟି ସ୍ଥାନରେ ଚଢ଼ଉ କରା ଯାଇଥିଲା ।

ସିବିଆଇ ଏଫଆଇଆରରେ କଣ ରହିଛି

ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏଫ୍ଆଇଆରରେ ଡେପୁଟି ସିଏମ୍ ମନୀଷ ସିସୋଦିଆ ଏକ୍ସାଇଜ୍ ନୀତି ଗଠନ ଏବଂ କାର୍ଯ୍ୟକାରୀ କରିବାରେ ସରକାରୀ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏହା ସହିତ, ଏଲଜିଙ୍କ ବିନା ଅନୁମତିରେ ମଦ ଉତ୍ପାଦନକାରୀଙ୍କୁ ଲାଭ ଦେବା, ମଦ ବିକ୍ରେତାମାନଙ୍କର ଇଏମଡି ଫେରସ୍ତ ଏବଂ L1, L7 ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ସ୍କାମର ଅଭିଯୋଗ ମଧ୍ୟ ରହିଛି । ଏହା ସହିତ କେନ୍ ବିୟର ନୀତିରେ ଗଡ଼ବଡ ଅଭିଯୋଗ ରହିଛି ।
Published by:Soubhagya Mishra
First published: