ବିଜୟ ମାଲ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଫ୍ରାନ୍ସରେ ଜବତ ହେଲା ୧୪.୩୪ କୋଟି ଟଙ୍କାର ସମ୍ପତ୍ତି
Vijay Mallya Case: ତଦନ୍ତରୁ ଜଣାପଡ଼ିଛି ଯେ ବିଦେଶରେ କିଙ୍ଗଫିସର ଏୟାରଲାଇନ୍ସର ବ୍ୟାଙ୍କ ଆକାଉଣ୍ଟରୁ ବିପୁଳ ପରିମାଣର ଟଙ୍କା ପ୍ରତ୍ୟାହାର କରାଯାଇଛି । ବିଜୟ ମାଲ୍ୟା ୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ । ସେ ଏବେ ବ୍ରିଟେନରେ ରହୁଛନ୍ତି ।

ବିଜୟ ମାଲ୍ୟା (ଫାଇଲ୍ ଫଟୋ)
- News18 Odia
- Last Updated: December 4, 2020, 8:38 PM IST
ନୂଆ ଦିଲ୍ଲୀ: କିଙ୍ଗଫିସର ଏୟାରଲାଇନ୍ସ ଲିମିଟେଡ଼ର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ (Vijay Mallya) ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶୁକ୍ରବାର ଦିନ ଇଡି ଫ୍ରାନ୍ସରେ ଥିବା ବିଜୟ ମାଲ୍ୟାଙ୍କର ୧.୬ ମିଲିୟନ ୟୁରୋ ମୂଲ୍ୟର ସମ୍ପତ୍ତି ଜବତ କରିଛି ।
ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଇଡି ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛି ଯେ ଏହି ତଦନ୍ତକାରୀ ସଂସ୍ଥାର ଅନୁରୋଧ କ୍ରମେ ଫ୍ରାନ୍ସ କର୍ତ୍ତୃପକ୍ଷ ବିଜୟ ମାଲ୍ୟାଙ୍କ ୩୨ ଏଭେନ୍ୟୁ ଫୋଚ୍ (FOCH)କୁ ଫ୍ରାନ୍ସର କର୍ତ୍ତୃପକ୍ଷ ସମ୍ପତ୍ତି ଜବତ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଏ ଥର ଓଡ଼ିଶାରେ ବିଳମ୍ବରେ ହେବ ମାଟ୍ରିକ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ
ED seizes asset worth 1.6 Million Euros through French authority located at 32 Avenue FOCH, France of Vijay Mallya under PMLA in a #BankFraudCase
— ED (@dir_ed) December 4, 2020
ଫ୍ରାନ୍ସରେ ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ୧.୬ ମିଲିୟନ ୟୁରୋ (ପ୍ରାୟ ୧୪.୩୪ କୋଟି ଟଙ୍କା) ବୋଲି ଆକଳନ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ ବିଦେଶରେ କିଙ୍ଗଫିସର ଏୟାରଲାଇନ୍ସ ଲିମିଟେଡ଼ର ବ୍ୟାଙ୍କ ଆକାଉଣ୍ଟରୁ ବିପୁଳ ପରିମାଣର ଟଙ୍କା ପ୍ରତ୍ୟାହାର କରାଯାଇଛି ।
ଏହା ବି ପଢ଼ନ୍ତୁ | ଖୋଲିବ ନୟାଗଡ଼ର ପରୀ ହତ୍ୟା ରହସ୍ୟ: SIT ତଦନ୍ତ ଜୋର୍ ଧରିଲା, ବାବୁଲି ନାୟକଙ୍କୁ ୨ ଘଣ୍ଟା ଜେରା କରାଗଲା
ସୂଚନାଯୋଗ୍ୟ ଯେ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା ୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ । ସେ ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି । ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ କିଛି ମାସ ପୂର୍ବରୁ ବ୍ରିଟେନ (Britain) ସରକାରଙ୍କୁ ଅନୁରୋଧ କରିଥିଲା ।
ବିଜୟ ମାଲ୍ୟାଙ୍କ ଶୀଘ୍ର ପ୍ରତ୍ୟର୍ପଣ ସମ୍ପର୍କରେ ଭାରତ ସରକାର ବ୍ରିଟିଶ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ।