News 18 Odia Digital
Teacher Recruitment Scam: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ଚଢ଼ାଉ ଓ ପଚରାଉଚରା ପରେ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି। ଇଡି ତାଙ୍କ ଘନିଷ୍ଠ ବନ୍ଧୁମାନଙ୍କଠାରୁ ସୁନା ନଗଦ କୋଟି କୋଟି ଟଙ୍କା ଉଦ୍ଧାର କରିଛି। ୨୨ ଜୁଲାଇ ଶୁକ୍ରବାର ଦିନ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଉପରେ ଇଡି ଚଢ଼ାଉ ଆରମ୍ଭ କରିଥିଲା। ଯାହା ପରେ ମଧ୍ୟ ଏହି ଚଢାଉ ଜାରି ରହିଛି। ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଘରୁ ଇଡି ୨୦ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଇଡି ମଧ୍ୟ ଅର୍ପିତାଙ୍କୁ ଗିରଫ କରିଛି।
ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗତ କିଛି ଘଣ୍ଟା ଧରି ପଚରାଉଚରା କରାଯାଉଥିଲା, ଯେଉଁଥିରେ ଇଡି ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯାହା ମନ୍ତ୍ରୀ ଉତ୍ତର ଦେଇପାରିନଥିଲେ। ଏହା ପରେ ତାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି। ଏହି ମାମଲାରେ ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ। ପ୍ରବର୍ତ୍ତନ ନିର୍ଦେଶାଳୟର ଚଢାଉ ଜାରି ରହିଛି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।