ଆର୍ଥିକ ସର୍ଭେ ୨୦୧୯-୨୦: ରେଷ୍ଟୁରାଣ୍ଟ ଖୋଲିବାକୁ ୪୫ଟି ଡ଼କ୍ୟୁମେଣ୍ଟ ଦରକାର, ବନ୍ଧୁକ କିଣିବାକୁ ମାତ୍ର ୧୯!

ଅନାବଶ୍ୟକଭାବେ ରଖାଯାଇଥିବା ଅନେକ ସରକାରୀ ନିୟମ କାନୁନ ଯୋଗୁଁ ଦେଶରେ ନୂଆ ବ୍ୟବସାୟ ଆଶାନୁରୂପେ ବଢ଼ୁ ନାହିଁ ବୋଲି ସଂସଦରେ ଆଗତ ହୋଇଥିବା ୨୦୧୯-୨୦ର ଆର୍ଥିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

ଆର୍ଥିକ ସର୍ଭେ ୨୦୧୯-୨୦: ରେଷ୍ଟୁରାଣ୍ଟ ଖୋଲିବାକୁ ୪୫ଟି ଡ଼କ୍ୟୁମେଣ୍ଟ ଦରକାର, ବନ୍ଧୁକ କିଣିବାକୁ ମାତ୍ର ୧୯!
ସଂସଦରେ ଆଗତ ହୋଇଛି ୨୦୧୯-୨୦ର ଅର୍ଥନେତିକ ସର୍ଭେ ରିପୋର୍ଟ ।
  • News18 Odia
  • Last Updated: January 31, 2020, 11:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର ରାଜଧାନୀରେ ଭୋଜନାଳୟଟିଏ ଖୋଲିବା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ୪୫ଟି ଡ଼କ୍ୟୁମେଣ୍ଟ ମାଗୁଥିବା ବେଳେ ଗୋଟେ ବନ୍ଧୁକ କିଣିବା ପାଇଁ ମାତ୍ର ୧୯ଟି ଡ଼କ୍ୟୁମେଣ୍ଟ ମାଗିଥାଏ । ଏ କଥା କୁହାଯାଇଛି ଶୁକ୍ରବାର ସଂସଦରେ ଆଗତ ହୋଇଥିବା ଅର୍ଥନେତିକ ସର୍ଭେର ରିପୋର୍ଟରେ ।

ନେସନାଲ ରେଷ୍ଟୁରାଣ୍ଟ ଆସୋସିଏସନ ଅପ ଇଣ୍ଡିଆ (NRAI) ଅନୁସାରେ ବେଙ୍ଗାଲୁରୁରେ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ୩୬ଟି ଅନୁମତି ଦରକାର ପଡ଼ୁଥିବା ବେଳେ ଦିଲ୍ଲୀରେ ୨୬ଟି ଓ ମୁମ୍ବାଇରେ ୨୨ଟି ଅନୁମତି ଦରକାର ପଡ଼େ । ଅପର ପକ୍ଷେ, ଚ଼ୀନ୍‌ ଓ ସିଙ୍ଗାପୁରରେ ଗୋଟିଏ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ମାତ୍ର ଚାରିଟି ଲାଇସେନ୍ସ ଦରକାର ପଡିଥାଏ ।

‘‘ଦିଲ୍ଲୀରେ ପୋଲିସ ଠାରୁ ‘ପୋଲିସ ଇଟିଂ ହାଉସ୍‌ ଲାଇସେନ୍ସ’ ଆବଶ୍ୟକ ପଡ଼ିଥାଏ, ଯେଉଁଥି ପାଇଁ ଦିଲ୍ଳୀ ପୋଲସି 45ଟି କାଗଜ ମାଗିଥାଏ ମାତ୍ର ଏକ ବନ୍ଧୁକ କିଣିବା ପାଇଁ ମାତ୍ର 19ଟି ଡକ୍ୟୁମେଣ୍ଟ ଦରକାର ହୋଇଥାଏ । ବ୍ୟବସ୍ଥାରେ ସୁଧାର କରିବାର ରାସ୍ତା ସଫା ଅଛି,’’ କହିଛି ପାର୍ଲାମେଣ୍ଟରେ ଆଗତ ହୋଇଥିବା ୨୦୧୯-୨୦ ଅର୍ଥନୈତିକ ରିପୋର୍ଟ ।

ଦିଲ୍ଲୀ ଓ କୋଲକାତାରେ ‘ପୋଲିସ ଇଟିଂ ହାଉସ ଲାଇସେନ୍ସ ’ ଆବଶ୍ୟକ ପଡ଼ିଥାଏ । ଦିଲ୍ଲୀ ପୋଲିସ ଏହି ଲାଇସେନ୍ସ ପାଇଁ 45ଟି ଡକ୍ୟୁମେଣ୍ଟ ମାଗିଥାଏ ଯାହା କୈାଣସି ମାରଣାସ୍ତ୍ର କିଣିବା ପାଇଁ ଆବଶ୍ୟକ ହେଉଥିବା ଡ଼କ୍ୟୁମେଣ୍ଟ ସଂଖ୍ୟା ଠାରୁ ବହୁତ ଅଧିକ । ନୂଆ ମାରଣାସ୍ତ୍ର ଓ ବଡ଼ ଧରଣର ବାଣ ଫୁଟେଇବା (ଆତିଶବାଜୀ) କାର୍ଯ୍ୟକ୍ରମ ପାଇଁ ଯଥା କ୍ରମେ ୧୯ଟି ଓ ୧୨ଟି ଡକ୍ୟୁମେଣ୍ଟ ଦରକାର ପଡ଼ିଥାଏ ।

ଦେଶ ଯେଉଁ ଚ଼ାରିଟି ବିଭାଗରେ ପଛୁଆ ଅଛି – ବ୍ୟବସାୟ ଆରମ୍ଭ କରିବା, ସମ୍ପତ୍ତି ପଞ୍ଜୀକରଣ କରିବା, କର ପଇଠ କରିବା ଓ କଣ୍ଟ୍ରାକ୍ଟ ଲାଗୁ କରିବା – ସେଥିରେ ସୁଧାର କରିବା ପାଇଁ ବହୁତ ସ୍ଥାନ ଅଛି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଇଜ୍‌ ଅଫ ଡୁଇଂ ବିଜିନେସ୍‌ ସୂଚୀ ନିମନ୍ତେ ବିଶ୍ବ ବ୍ୟାଙ୍କ ୧୯୦ଟି ରାଷ୍ଟ୍ରକୁ ଦଶଟି ମାନଦଣ୍ଡରେ ବିଚ଼ାର କରେ । ବିଶ୍ବ ବ୍ୟାଙ୍କର ଗତ ସୂଚୀ ତୁଳନାରେ ଭାରତ ୧୪ଟି ସ୍ଥାନ ଅତିକ୍ରମ କରି ୧୯୦ଟି ଦେଶଙ୍କ ମଧ୍ୟରେ ଏବେ ୬୩ତମ ସ୍ଥାନରେ ଅଛି ।

ଭାରତ ବାକି ଛଅଟି କ୍ଷେତ୍ରରେ ଅଦ୍ଭୁତ ପ୍ରଦର୍ଶନ କରିଛି । ସେଗୁଡିକ ହେଲେ ଦେବାଳିଆପଣ ମାମଲା ନିପଟେଇବା, ସମ୍ପତ୍ତି ପଞ୍ଜୀକରଣ କରିବା, ନିର୍ମାଣ ପାଇଁ ଅନୁମତି ଦେବା, ବିଦ୍ୟୁତ ସଂଯୋଗ, ଋଣ ପ୍ରାପ୍ତି କରିବା ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ବ୍ୟବସାୟ କରିବା ।

‘‘ଯଦିଓ ଭାରତ ବ୍ୟବସାୟ ଆରମ୍ଭ କରିବା ପାଇଁ ଲାଗୁଥିବା ସମୟ ଓ ପୁଞ୍ଜି ନିବେଶକୁ ଖୁବ୍‌ କମ୍‌ କରିପାରିଛି, ତଥାପି ଆହୁରି ଅନେକ ସୁଧାର ଆଣିବାର ଆବଶ୍ୟକତା ଅଛି,’’ ଏହି ରିପୋର୍ଟରେ କୁହାଯାଇଛି ।

ଏହା ବ୍ୟତୀତ ଭାରତରେ ଜଟିଳ ନିୟମ କାନୁନ ତଥା ଜଟିଳ ପ୍ରାଶାସନିକ ବ୍ୟବସ୍ଥା ଯୋଗୁଁ ଅଧିକାଂଶ କମ୍ପାନୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ବୋଲି ଏହି ସର୍ଭେ କହିଛି ।

‘‘ଉତ୍ପାଦନ ସଂସ୍ଥାଗୁଡ଼ିକୁ ୬,୭୯୬ ପ୍ରକାର କମ୍ପ୍ଲାଏନ୍ସ ନିଶ୍ଚିତ କରିବାକୁ ପଡ଼ିଥାଏ, ଯାହା ଜଟିଳ ଓ ସମୟସାପେକ୍ଷ କାର୍ଯ୍ୟ,’’ ଏହି ରିପୋର୍ଟ କୁହାଯାଇଛି ।
First published: January 31, 2020, 11:36 PM IST
corona virus btn
corona virus btn
Loading