ଚଳିତ ବର୍ଷ ଆର୍ଥିକ ଅଭିବୃଦ୍ଧି ୭.୫% ହେବା ନେଇ ଆଶା ରହିଛି : PM ମୋଦି

ବ୍ରିକ୍ସ ବିଜନେସ୍ ଫୋରମରେ ଭର୍ଚୁଆଲରେ ଉଦବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ଅଭିବୃଦ୍ଧି କଥା କହିଛନ୍ତି । ଏହି ଅଭିବୃଦ୍ଧି ୭.୫%ରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରିକ୍ସ ବିଜନେସ୍ ଫୋରମରେ ଭର୍ଚୁଆଲରେ ଉଦବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଆର୍ଥିକ ବର୍ଷର ଅର୍ଥନୈତିକ ଅଭିବୃଦ୍ଧି କଥା କହିଛନ୍ତି । ଏହି ଅଭିବୃଦ୍ଧି ୭.୫%ରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ମୋଦି କହିଛନ୍ତି,"ଭାରତରେ ଜାତୀୟ ଭିତ୍ତିଭୂମୀ ପାଇପଲାଇନ୍ ଅଧୀନରେ ୧.୫ ଟ୍ରିଲିଅନ ଡଲାର ପୁଞ୍ଜି ନିବେଶର ସୁଯୋଗ ରହିଛି । ଦେଶ ଯେପରି ଡିଜିଟାଲ୍ କ୍ଷେତ୍ରରେ ଆଗକୁ ବଢ଼ୁଛି ସେପରି ଯୁବପିଢ଼ିଙ୍କ ପାଇଁ ଅନେକ ନୂଆବାଟ ଖୋଲୁଛି"।

କରୋନା ମହାମାରୀ ସମୟରେ ହୋଇଥିବା ଲକଡାଉନ ଦେଶର ଆର୍ଥିକ ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା । ଦେଶର ଜନସାଧାରଣ ଏହି ପରିସ୍ଥିତିକୁ ବେଶ ଭଲ ଭାବରେ ମୁକାବିଲା କରିଥିଲେ । ଏହା ସହ ଲୋକେ ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ମନ୍ତ୍ରକୁ କୋରୋନା ସମୟରେ ଗ୍ରହଣ କରିଥିବା କଥା ପିଏମ ମୋଦୀ କହିଛନ୍ତି ।

୨୦୨୨-୨୩ ଆର୍ଥିକ ବର୍ଷରେ ଅର୍ଥନୈତିକ ବ୍ୟବସ୍ଥା ପୁନରୁଦ୍ଧାର ହେବାରେ ଲାଗିଛି । ବିଶେଷ କରି ସୂଚନା, ପ୍ରଯୁକ୍ତି, ସବୁଜ ଉଦଯାନ, ସ୍ୱଚ୍ଛ ଶକ୍ତି, ଜିଓ ସ୍ପାଟିଆଲ୍ ଡାଟା, ଡ୍ରୋନ୍, ମହାକାଶ ଇତ୍ୟାଦି କ୍ଷେତ୍ରରେ ଅଭିବୃଦ୍ଧି କରିବାପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି ବୋଲି ପିଏମ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି।

ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟଅପରୁ ୧୦୦ରୁ ଅଧିକ ୟୁନିକର୍ଣ୍ଣ ରହିଛି ଏବଂ ଏହି ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି ।

ମହାମାରୀ ସମୟରେ ବ୍ୟବସ୍ଥାରେ ସୁଧାର ଆଣିବାକୁ ଅନେକ ପଦକ୍ଷପ ଗ୍ରହଣ କରାଯାଇଥିଲା । ବିଶେଷ କରି ସରକାରୀ ନୀତି ନିୟମରେ ସ୍ୱଚ୍ଛତା ଓ ନିରନ୍ତରତା ଆଣିବା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଓ ଆଗାମୀ ଦିନରେ ମଧ୍ୟ ଏହାକୁ ବଳବତ୍ତର ରଖିବାକୁ ଚେଷ୍ଟା କରାଯିବ ।

ଆଇଟି ତଥା ଡିଜିଟାଲ୍ କ୍ଷେତ୍ରରେ ମହିଳାଙ୍କୁ ନିୟୋଜିତ କରିବା ପାଇଁ ଉତ୍ସାହିତ କରିଛନ୍ତି ପିଏମ୍ ମୋଦୀ । ଆଇଟି କ୍ଷେତ୍ରରେ ୪.୪ ନିୟୁତ କର୍ମଚାରୀଙ୍କ ମଧ୍ୟରୁ ୩୬ ପ୍ରତିଶତ ମହିଳା ଅଟନ୍ତି । ଦେଶର ଡିଜିଟାଲ୍ ଅର୍ଥନୀତିର ମୂଲ୍ୟ ୩ ବର୍ଷ ମଧ୍ୟରେ ପ୍ରାୟ ୧ ବିଲିଅନ ଡଲାରରେ ପହଞ୍ଚିବାକୁ ଯାଉଛି । ତେଣୁ ଡିଜିଟାଲ୍ କ୍ଷେତ୍ରରେ ଦେଶ ଆଗକୁ ବଢୁଛି ।
Published by:Soumya Das
First published: