ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Bengal Polls: ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ୨୪-ଘଣ୍ଟିଆ ବ୍ୟାନ୍ ଜାରି କଲା ନିର୍ବାଚନ କମିଶନ୍

Bengal Polls: ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ୨୪-ଘଣ୍ଟିଆ ବ୍ୟାନ୍ ଜାରି କଲା ନିର୍ବାଚନ କମିଶନ୍

ହିନ୍ଦୁ-ମୁସଲମାନ ଭୋଟ୍ ବିଷୟରେ ମମତା ବାନାର୍ଜୀ ଦେଇଥିବା ଏକ ବିବୃତ୍ତିକୁ ନେଇ ନିର୍ବାଚନ ଆୟୋଗ ତାଙ୍କ ଉପରେ ଏହି ବ୍ୟାନ୍ ଲଗାଇଛନ୍ତି । ବ୍ୟାନ୍ ଆଦେଶକୁ ମମତା ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ ପ୍ରବଳ ବିରୋଧ କରିଛନ୍ତି ।

Bengal Polls: ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ୨୪-ଘଣ୍ଟିଆ ବ୍ୟାନ୍ ଜାରି କଲା ନିର୍ବାଚନ କମିଶନ୍
ମମତା ବାନାର୍ଜୀ
  • News18 Odia
  • Last Updated: April 12, 2021, 9:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ଭାରତର ନିର୍ବାଚନ ଆୟୋଗ (Election Commission of India) ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ପ୍ରଚାର ଉପରେ ୨୪-ଘଣ୍ଟିଆ ବ୍ୟାନ୍‌ ଲଗାଇଛନ୍ତି । ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ମମତା ବାନାର୍ଜୀ ଏପ୍ରିଲ ୧୨ ରାତି ୮ଟା ରୁ ଏପ୍ରିଲ ୧୩ ରାତି ୮ଟା ପର୍ଯ୍ୟନ୍ତ କୌଣସି ଉପାୟ ମାଧ୍ୟମରେ ପ୍ରଚାର କରିପାରିବେ ନାହିଁ (West Bengal Assembly Polls)।

ଏହି ଆଦେଶକୁ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ (Trinamool Congress) ପ୍ରବଳ ବିରୋଧ କରିଛନ୍ତି । ମମତା ନିର୍ବାଚନ ଆୟୋଗର ଏହି ପ୍ରତିବନ୍ଧକ ବିଦୁଦ୍ଧରେ ମଙ୍ଗଳବାର ସକାଳ ୧୧ଟା ବେଳେ ଗାନ୍ଧୀ ମୂର୍ତ୍ତି କୋଲକାତାରେ ବିରୋଧ ପ୍ରଦର୍ଶନ କରିବେ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସମ୍ବଲପୁରରେ ରାସ୍ତାରେ ସ୍ତ୍ରୀ ସ୍ୱାମୀକୁ ଚପଲରେ ପିଟିଲା, କହିଲା, ‘‘ହାରମଜାଦା, ତତେ ମୁଁ ହାଣିଦେବି’’

ହିନ୍ଦୁ-ମୁସଲମାନ (Hindu Muslim) ଭୋଟ୍ ବିଷୟରେ ମମତା ବାନାର୍ଜୀ ଦେଇଥିବା ଏକ ବିବୃତ୍ତିକୁ ନେଇ ନିର୍ବାଚନ ଆୟୋଗ ତାଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇଛନ୍ତି । ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାରକୁ ନିଷିଦ୍ଧ କରାଯିବା ପରେ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ’ବ୍ରାଇନ୍ ସୋମବାରର ଦିନକୁ ଗଣତନ୍ତ୍ରର ଏକ କଳା ଦିନ ବୋଲି ବର୍ଣ୍ଣନା କରିଛନ୍ତି । ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ବିଜେପି ଜାଣେ ଯେ ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ​​ଜିତୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୟୂରଭଞ୍ଜ: ୨ଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ଡ୍ରାଇଭର୍ ଷ୍ଟିଓରିଂ ସିଟ ମଧ୍ୟରେ ଚାପିହୋଇଗଲେ

ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Electioins) ପ୍ରଚାରରେ ମୁସଲିମ ଭୋଟ୍ ବିଷୟରେ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇଥିଲେ । ମମତାଙ୍କ ବିବୃତ୍ତିକୁ ଅନୁଧ୍ୟାନ କରିବା ପରେ ନିର୍ବାଚନ ଆୟୋଗ ତାଙ୍କୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହା ବି ପଢ଼ନ୍ତୁ | ପୋଲିସକୁ ନିଶା ଖୁଆଇ କଟକ SCB ହସପିଟାଲରୁ ଫେରାର୍ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ହାଇଦର୍

ଏପ୍ରିଲ୍ ୮ରେ ମମତା ବାନାର୍ଜୀ ହୁଗଲି ଜିଲ୍ଲାର ବାଲାଗଡ଼ରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅଭିଯୋଗ କରିଥଲେ ଯେ ଅମିତ ଶାହାଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରୀୟ ବାହିନୀ କାର୍ଯ୍ୟ କରୁଛି । ଏହା ସହିତ ମମତା ବାନାର୍ଜୀ ମଧ୍ୟ ନିଜ ବିବୃତ୍ତିରେ ମୁସଲିମ ଭୋଟ୍ ଭାଗ ଭାଗ ହୋଇଯିବା ଉଚିତ ନୁହେଁ ବୋଲି କହିଥିଲେ । ସେଇଥି ପାଇଁ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି ।

ଏହା ବି ପଢ଼ନ୍ତୁ |୧୪ ଦିନ ମାସ୍କ ପିନ୍ଧିବାସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ’: କହିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

ନିର୍ବାଚନ ଆୟୋଗ ମମତା ବାନାର୍ଜୀଙ୍କୁ ଏମିତି କୌଣସି ବିବୃତ୍ତି ନ ଦେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ଯାହା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଖରାପ କରିବ । ଏଥି ସହ ଆୟୋଗ ମମତା ବାନାର୍ଜୀଙ୍କୁ ସଞ୍ଜମ କରିବାକୁ ପରାମର୍ଶ ଦେଇଛନ୍ତି ।



‘‘ମୋ’ର କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ପ୍ରତି ଯଥେଷ୍ଟ ସମ୍ମାନ ଅଛି, କିନ୍ତୁ ସେମାନେ ଦିଲ୍ଲୀର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ଭୋଟ୍ ଦିନ ପୂର୍ବରୁ ସେମାନେ ଗ୍ରାମବାସୀଙ୍କୁ ନିର୍ଯାତନା ଦେଉଛନ୍ତି । କେତେକ ମହିଳାଙ୍କୁ ହଇରାଣ କରିଛନ୍ତି । ସେମାନେ ଲୋକଙ୍କୁ ବିଜେପିକୁ ଭୋଟ୍ ଦେବାକୁ କହୁଛନ୍ତି । ଆମେ ଏହା ହେବାକୁ ଦେବୁ ନାହିଁ,’’ କହିଛନ୍ତି ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ।



ମମତା କହିଛନ୍ତି ଯେ ରାଜ୍ୟ ପୋଲିସ ସଜାଗ ରହିବା ଉଚିତ ଓ ଦିଲ୍ଲୀ ସରକାର ସାମନାରେ ନତମସ୍ତକ ହେବା ଅନୁଚିତ । ମମତାଙ୍କ ଏହି ବିବୃତ୍ତି ଉପରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ବାନାର୍ଜୀଙ୍କ ବିବୃତ୍ତି ସମ୍ପୂର୍ଣ୍ଣ ଭୁଲ ଓ ଉତ୍ତେଜକ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମମତା କହିଛନ୍ତି ଯେ ଯେପର୍ଯ୍ୟନ୍ତ CRPF ବିଜେପି ପାଇଁ କାମ କରିବା ବନ୍ଦ ନ କରିବ, ସେପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ।
Published by: Anand ST Das
First published: April 12, 2021, 9:58 PM IST