News18 Odia Digital
ଆଜିକାଲି କେଶ ଝଡ଼ିବା ସମସ୍ୟା ସାଧାରଣ ହୋଇଯାଇଛି । କେବଳ ଝଡ଼ିବା ସମସ୍ଯା ନୁହେଁ ବୟସ ନହେଉଣୁ କେଶ ଧଳା ହୋଇଯାଉଛି । ଯାହାକୁ ନେଇ ସମସ୍ତେ ବେଶ ଚିନ୍ତିତ ହୋଇପଡୁଛନ୍ତି । ଯଦି ଆପଣ କେଶ ଧଳା ହୋଇ ଯାଉଥିବାକୁ ନେଇ ଚିନ୍ତିତ ଥାନ୍ତି, ତେବେ ଗୁଡ଼ ଓ ମେଥିକୁ ମିଶାଇ ଖାଆନ୍ତୁ । ସକାଳୁ ଉଠିବା ମାତ୍ରେ ଗୁଡ଼ ଓ ମେଥିକୁ ଏକାଠି ଖାଇବା ଦ୍ୱାରା ଧଳା କେଶର ସମସ୍ୟା ଦୂର ହୋଇଥାଏ ।
ଗୁଡ଼ ଓ ମେଥିକୁ ଖାଇବାଦ୍ୱାରା ମିଳିଥାଏ ଅନେକ ଲାଭକେଶକୁ କଳା ଓ ଶକ୍ତ କରିବା ପାଇଁ ଗୁଡ଼ ଓ ମେଥି ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଧଳା କେଶର ସମସ୍ୟା ପାଇଁ ଏହା ହେଉଛି ଉପଯୁକ୍ତ ଚିକିତ୍ସା । ଶୀତଦିନେ କେଶ ଝଡ଼ିବା ସମସ୍ୟା ବଢ଼ିଯାଏ । ଯଦି ଆପଣଙ୍କ କେଶ ସମୟ ପୂର୍ବରୁ ଧଳା ଓ ଦୁର୍ବଳ ହୋଇଯାଉଛି, ତେବେ ଏହି ପଦ୍ଧତି ଆପଣଙ୍କ ପାଇଁ ଲାଭଦାୟକ ହେବ । ଗୁଡ଼ ସହିତ ମେଥି ମଞ୍ଜି ଖାଇବା ଦ୍ୱାରା କେଶ ଶକ୍ତିଶାଳୀ ହେବ ସହ ସାଇନିଙ୍ଗ କରିଥାଏ ।
ମେଥିକୁ ଏପରି ଭାବେ ମଧ୍ଯ ଆପଣ ବ୍ଯବହାର କରିପାରିବେଦୁଇ ଚାମଚ ମେଥି ଦାନାକୁ ପାଣିରେ ପକାଇ ଫୁଟାଇ ନିଅନ୍ତୁ । ତା’ପରେ ଏହାକୁ ଥଣ୍ଡା କରି ନିଅନ୍ତୁ । ଏହି ପାଣିରେ ମୁଣ୍ଡ ଧୋଇ ୧୦ ମିନିଟ୍ ପାଇଁ ଛାଡିଦିଅନ୍ତୁ ।
ମେଥି ଦାନାକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ ଓ ଏହାର ପେଷ୍ଟକୁ ସକାଳେ କେଶରେ ଲଗାନ୍ତୁ । ଏହା ଦ୍ୱାରା ମଧ୍ୟ ଆପଣ ଉପକୃତ ହେବେ ।
ନଡିଆ ତେଲ ସହ ମିଶାଇ ଲଗାନ୍ତୁମେଥି ଦାନାକୁ ଗ୍ରାଇଣ୍ଡ କରି ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରକୁ ନଡିଆ ତେଲ ସହିତ ମିଶାଇ କେଶର ମୂଳରେ ଲଗାନ୍ତୁ । ଏହାଦ୍ୱାରା ରୁପି ସମସ୍ୟାରୁ ମୁକ୍ତି ମିଳିବ ଏବଂ କେଶ ଝଡ଼ିବା ମଧ୍ୟ କମିଯିବ ।
ମେଥି ଏବଂ ଲେମ୍ବୁ ରସମେଥି ପାଉଡରରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କେଶର ମୂଳରେ ଲଗାନ୍ତୁ । ଏହା କେଶ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିବ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।