ଭୂକମ୍ପ ଝଟକାରେ ଥରିଲା ମଣିପୁର;
- News18 Odia
- Last Updated :
- Manipura, India
News 18 Odia Digital
ନୂଆଦିଲ୍ଲୀ; ମଣିପୁରର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଟ୍ୱିଟ୍ ମାଧ୍ୟମରେ ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି । ଶନିବାର ରାତି ୧୧ଟା ସମୟରେ ଭୂକମ୍ପ ହୋଇଛି । ମଣିପୁରଠାରୁ ୬୬ କିମି ଦୂରରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୮ ଥିବାବେଳେ ୯୪ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା କୁହାଯାଇଛି । ଭୂକମ୍ପ ଅନୁଭୁତ ହେବାକ୍ଷଣି ଲୋକମାନେ ଘରୁ ବାହାର ସ୍ଥାନକୁ ଚାଲି ଆସିଥିଲେ । ଏଥିସହ ସାମାନ୍ୟ ଭୟବିତ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।
ତେବେ ଭୂକମ୍ପରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏହା ପୂର୍ବରୁ ଜୁଲାଇ ୧୨ତାରିଖରେ ମଧ୍ୟ ମଣିପୁର ମୋଇରଙ୍ଗରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ତିବ୍ରତା ଥିଲା ୩.୫ । ଏବଂ ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।