News 18 Odia Digital
ନେପାଳରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୦ରେ ରହିଥିଲା । ରବିବାର ସକାଳେ ଏହି ଭୂକମ୍ପ ଘଟିଛି। କାଠମାଣ୍ଡୁ ଠାରୁ ୧୪୭ କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଛି। ନେପାଳର ସମୟ ଅନୁଯାୟୀ, ସକାଳ ୮.୧୩ ମିନିଟରେ ଏହି ଭୂକମ୍ପ ହୋଇଥିଲା।
ନେପାଳର ଜାତୀୟ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର (NEMRC) କହିବା ଅନୁଯାୟୀ, ଖୋଟାଙ୍ଗ ଜିଲ୍ଲାର ମାର୍ଟିମ୍ ବିର୍ଟା ନାମକ ଏକ ସ୍ଥାନରେ ଭୂକମ୍ପ ଘଟିଛି। ଏହା ପୂର୍ବ ନେପାଳର ୧୦ କିଲୋମିଟର ବ୍ୟାସାର୍ଦ୍ଧରେ ଏହି ଭୂକମ୍ପର କେନ୍ଦ୍ର ଅନୁଭବ ହୋଇଥିଲା ।
ନେପାଳରେ ହୋଇଥିବା ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ମିଳି ନାହିଁ। ନିକଟରେ ହୋଇଥିବା କିଛି ଭୂକମ୍ପରେ ନେପାଳରେ ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାର ଦେଖାଯାଇଥିଲା। ୨୦୧୫ ଏପ୍ରିଲ ୨୫ରେ ନେପାଳର ରାଜଧାନୀ କାଠମାଣ୍ଡୁ ଓ ପୋଖରା ସହର ମଧ୍ୟରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ନେପାଳରେ ବହୁ ଧନ ଜୀବନ ନଷ୍ଟ ହୋଇଥିଲା ଯାହାକୁ ଆଜି ବି ଲୋକ ଭୁଲିନାହାଁନ୍ତି ।
ଏହି ଭୂକମ୍ପ ଯୋଗୁଁ ୮୯୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୨,୦୦୦ ଲୋକ ଆହତ ହୋଇଥିଲେ। ନେପାଳରେ ହୋଇଥିବା ଏହି ଭୟଙ୍କର ଭୂକମ୍ପକୁ ଗୋର୍କା ଭୂକମ୍ପ ମଧ୍ୟ କୁହାଯାଏ। ଏହା ଉତ୍ତର ଭାରତର ଅନେକ ସହର ସମେତ ପାକିସ୍ଥାନ ଓ ବାଂଲାଦେଶର କିଛି ଅଞ୍ଚଳକୁ ଥରାଇ ଦେଇଥିଲା। ଭୂକମ୍ପ ଯୋଗୁଁ କାଠମାଣ୍ଡୁର ଅନ୍ତର୍ଜାତୀୟ ବିମାନବନ୍ଦରକୁ ବନ୍ଦ କରିବାକୁ ପଡିଥିଲା। ଭୂକମ୍ପ ଯୋଗୁଁ ଏଭରେଷ୍ଟ ପର୍ବତ ଉପରେ ତୁଷାରପାତ ହୋଇଥିଲା, ଯେଉଁଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।