News18 Odia Digital
ଜାପାନ: ଆଜିକାଲି ପୃଥିବୀର ଅନେକ ଦେଶରେ କ୍ରମାଗତ ଭୂକମ୍ପ ଅନୁଭୂତ ହେଉଛି। ତାଇୱାନ, କାବୁଲ ଓ ମେକ୍ସିକୋ ପରେ ଆଜି ସକାଳେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି।
ସ୍ଥାନୀୟ ସମୟ ପ୍ରାୟ ୯.୬ରେ ଆମୋରି ଅଞ୍ଚଳରେ ଏହି କମ୍ପନ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଇୱାଟେ ପ୍ରିଫେକ୍ଟରର ଉପକୂଳ ବୋଲି କୁହାଯାଉଛି। ହାଶିକାମି-ଚୋ ଓ ଆମୋରି ଚାରିପାଖରେ କମ୍ପନ ଅନୁଭୂତ ହୋଇଥିଲା।
ଭୂକମ୍ପର କମ୍ପନ ଅନୁଭବ କରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଓ ସମସ୍ତେ ନିଜ ଘରୁ ବାହାରି ଆସିଥିଲେ। ବର୍ତ୍ତମାନ ଭୂକମ୍ପ ଯୋଗୁଁ ମୃତ୍ୟୁ ହେବାର ଖବର ନାହିଁ।
ପ୍ରକାଶ ଥାଉକି ସୋମବାର ରାତିରେ ମେକ୍ସିକୋରେ ଏକ ଭୟଙ୍କର ଭୂକମ୍ପ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୬ ରେକର୍ଡ କରାଯାଇଥିଲା। ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକ ଦୀର୍ଘ ସମୟ ଧରି କମ୍ପନ ଅନୁଭବ କରିଥିଲେ। ଏହି ଭୂକମ୍ପ ପରେ ମେକ୍ସିକୋରେ ସୁନାମି ଚେତାବନୀ ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।