ଇଣ୍ଡୋନେସିଆରେ ଭୂକମ୍ପ ! ଥରିଲା ଧରିତ୍ରୀ, ରିକ୍ଟର ସ୍କେଲରେ ତୀବ୍ରତା ୭.୯
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ଇଣ୍ଡୋନେସିଆର ( indonesia ) ମାଲୁକରେ ତୀବ୍ର ଭୂକମ୍ପ ଝଟକା ( earthquake ) ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ( ricter scale ) ଏହି ଭୂକମ୍ପର ତୀବ୍ରତା ୭.୯ ଥିବା ଜଣାପଡିଛି । ଏହି ଭୂକମ୍ପ ସହିତ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି।
ଏହାପୂର୍ବରୁ ଦକ୍ଷିଣ ପ୍ରଶାନ୍ତ ଅଞ୍ଚଳରେ ଅବସ୍ଥିତ ଏକ ଦ୍ୱୀପ ଦେଶ ଭାନୁଟୁରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ରବିବାର ରାତିରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିବା ମାପ କରାଯାଇଥିଲା । ଏହା ସହିତ ଅଧିକାରୀମାନେ ମଧ୍ୟ ଏଠାରେ ସୁନାମି ଆଲର୍ଟ ଜାରି କରିଥିଲେ।
ରବିବାର ରାତିରେ ଭାନୁଆଟୁରେ ଥରିଥିଲା ମାଟିସୁନାମି ଚେତାବନୀ ନେଇ କେନ୍ଦ୍ର କହିଛି ଯେ, ଭାନୁଆଟୁ ଉପକୂଳ ଅଞ୍ଚଳରେ ସୁନାମି ବିପଦ ରହିଛି । ପ୍ରଥମ ଥର ପାଇଁ ଆଲର୍ଟ ଜାରି କରାଯିବା ପରେ ଭାନୁଆଟୁର କିଛି ଲୋକ ଉଚ୍ଚ ସ୍ଥାନକୁ ଯାଇଥିଲେ । ସ୍ଥାନୀୟ ଲୋକ କହିଛନ୍ତି ଯେ ସେମାନେ ଏକ ବଡ଼ କମ୍ପନକୁ ଅତି ନିକଟରୁ ଅନୁଭବ କରିଛନ୍ତି।
https://odia.news18.com/news/trending/rape-and-petrol-incident-in-jharkhand-2lpd-090123-lpd-146991.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।