ଦେବଭୂମି ଉତ୍ତରାଖଣ୍ଡ ପିଥୋରାଗଡ଼ରେ ମୃଦୁ ଭୂମିକମ୍ପ
- News18 Odia
- Last Updated :
- New Delhi, India
News 18 Odia Digital
ପିଥୋରାଗଡ଼: ଦେବଭୂମି ଉତ୍ତରାଖଣ୍ଡ (Uttarakhand) ପିଥୋରାଗଡ଼ରେ ମୃଦୁ ଭୂମିକମ୍ପ (earthquake) ଝଟକା ଲାଗିଛି । ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ପିଥୋରାଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି ।
ଜାତୀୟ ସିସ୍ମୋଲୋଜି ସେଣ୍ଟର ରିପୋର୍ଟ ଅନୁଯାୟୀ, ରବିବାର ସକାଳ ୮.୫୮ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ଭୟଭୀତ ହୋଇଉଠିଥିଲେ ସ୍ଥାନୀୟ ଲୋକ । ଏହାର କେନ୍ଦ୍ର ପିଥୋରାଗଡ଼ ଠାରୁ ୨୩ କିଲୋମିଟର ଗଭୀରତାରେ ରହିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।ଏହା ପର୍ବରୁ ୨୦୨୨ ନଭେମ୍ବର ୯ତାରିଖରେ ମଧ୍ୟ ପିଥୋରାଗଡ଼ରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳି ପିଥୋରାଗଡ଼ ଠାରୁ ୯୦ କିଲୋମିଟର ଦୂର ପୂର୍ବ ନେପାଳରେ ରହିଥିଲା ।
ଅଧିକ ପଢ଼ନ୍ତୁ-
http://କ୍ୟାମେରା ସାମ୍ନାରେ ସତ କହିଦେଲେ ଶ୍ରୀୟା; ହ୍ୟୁମାନ ଦିଅନ୍ତି ଏପରି କଷ୍ଟ !Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।