ଆଣ୍ଡାମାନ-ନିକୋବର ଦ୍ବୀପ ସମୂହରେ ଭୂମିକମ୍ପ; ୪.୩ ତୀବ୍ରତାର ଝଟକା

ଆଜି ଆଣ୍ଡାମାନ ଏବଂ ନିକୋବର ଦ୍ବୀପ ସମୂହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

ଆଣ୍ଡାମାନ-ନିକୋବର ଦ୍ବୀପ ସମୂହରେ ଭୂମିକମ୍ପ

ଆଣ୍ଡାମାନ-ନିକୋବର ଦ୍ବୀପ ସମୂହରେ ଭୂମିକମ୍ପ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଆଜି ଆଣ୍ଡାମାନ ଏବଂ ନିକୋବର ଦ୍ବୀପ ସମୂହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ବୀପର ପୋର୍ଟବ୍ଳେୟାରରୁ ୨୫୩ କିମି ଦକ୍ଷିଣ-ପୂର୍ବରେ ନଭେମ୍ବର ପ୍ରାୟ ରାତି ୨:୨୯ ରେ ହୋଇଥିଲା। ଭୂମିକମ୍ପର ତୀବ୍ରତା ୪.୩ ରହିଥିଲା। ସୂଚନା ଅନୁଯାୟୀ ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ।

ସେହିପରି ମଙ୍ଗଳବାର ରାତିରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା। ରାତି ପ୍ରାୟ ୨ ଟା ସମୟରେ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ତୃତୀୟ ଥର ପାଇଁ, ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୬.୩ ରେ ମାପ କରାଯାଇଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିଲା।

ଗତକାଲି ପାଖାପାଖି ରାତି ୮:୫୨ ରେ ନେପାଳରେ ୪.୯ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଥିବାର ସୂଚନା ମିଳିଥିଲା। ସୂଚନା ଅନୁଯାୟୀ ଭୂମିକମ୍ପ ଭୂପୃଷ୍ଟର ୧୦ କିଲୋମିଟର ଗଭୀର ଥିବା ଜଣାପଡିଥିଲା। ଭୂମିକମ୍ପରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଡୋଟି ଜିଲ୍ଲା ଭୁକମ୍ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେଠାରେ ଏକ ଘର ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।
Published by:Soumyashree Mishra
First published: