ମଧ୍ୟରାତ୍ରିରେ ଦିଲ୍ଲୀ-ଏନସିଆର ସମେତ ଉତ୍ତରପ୍ରଦେଶରେ ଭୂକମ୍ପର ଝଟକା

ମଙ୍ଗଳବାର ରାତିରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ରାତି ପ୍ରାୟ ୨ ଟା ସମୟରେ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

ଦିଲ୍ଲୀ-ଏନସିଆର ସମେତ ଉତ୍ତରପ୍ରଦେଶରେ ଭୂକମ୍ପର ଝଟକା

ଦିଲ୍ଲୀ-ଏନସିଆର ସମେତ ଉତ୍ତରପ୍ରଦେଶରେ ଭୂକମ୍ପର ଝଟକା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ରାତି ପ୍ରାୟ ୨ ଟା ସମୟରେ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ତୃତୀୟ ଥର ପାଇଁ, ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୬.୩ ରେ ମାପ କରାଯାଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତରପ୍ରଦେଶର ଭାରତ-ନେପାଳ ସୀମାରେ ପ୍ରାୟ ୧୦ କିଲୋମିଟର ତଳେ ରହିଛି। ମଙ୍ଗଳବାର ରାତି ୮:୫୨ ରେ ପ୍ରଥମେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ପ୍ରାୟ ୪.୪ ଥିଲା।

ଏହା ପରେ ରାତି ପ୍ରାୟ ୨ ଟା ସମୟରେ ତୃତୀୟ ଥର ପାଇଁ ଭୂକମ୍ପର କମ୍ପନ ଅନୁଭୂତ ହେଇଥିଲା। ଏଥିସହିତ ଦିଲ୍ଲୀକୁ ଲାଗିଥିବା ଉତ୍ତରପ୍ରଦେଶର ଗାଜିଆବାଦ ସମେତ ନୋଏଡା ସମେତ ଅନେକ ଜିଲ୍ଲାରେ ଭୂକମ୍ପ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ୬ ନଭେମ୍ବର ଅର୍ଥାତ୍ ତିନି ଦିନ ପୂର୍ବେ ଉତ୍ତରପ୍ରଦେଶର ତେହେରୀରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ତେବେ ଭୂକମ୍ପ କାରଣରୁ ୧୦ କିମି ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା। ନୂଆଦିଲ୍ଲୀରେ ଥିବା ଘରଗୁଡିକର ଝରକାଗୁଡିକ ହଲିଥିଲା, ଫ୍ୟାନଗୁଡିକ ବି ହଲିଥିଲା। ଘରର ଆସବାବପତ୍ର ହଲିବାରୁ ଲୋକେ ଭୟରେ ପଦାକୁ ଚାଲି ଆସିଥିଲେ।
Published by:Soumyashree Mishra
First published: