- News18 Odia
- Last Updated :
- New Delhi, India
News 18 Odia Digital
ଇମ୍ଫାଲ: ମଣିପୁରରେ ଭୂମିକମ୍ପ ଝଟକା । ରାତିରେ ଥରି ଉଠିଲା ମଣିପୁର ବିଷ୍ଣୁପୁର ଜିଲ୍ଲା । ରିକ୍ଟରେ ସ୍କେଲ୍ରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଲାଗିବା ପରେ ଭୟଭୀତ ହୋଇ ଯାଇଥିଲେ ଲୋକ । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ସୋମବାର ସଂଧ୍ୟା ୭.୧୨ ମିନିଟ୍ରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ବିଷ୍ଣୁପୁର ଠାରୁ ଉତ୍ତରରେ ୭୯ କିଲୋମିଟର ଦୂରରେ ରହିଛି । ସେହିପରି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି କେନ୍ଦ୍ରସ୍ଥଳି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।