- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଆଜି ସକାଳେ ହିମାଚଳ ପ୍ରଦେଶର ଧର୍ମଶାଳା ଠାରୁ ୨୨ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୩.୨ ମାପ କରାଯାଇଥିଲା। ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୫:୩୦ସମୟରେ ହିମାଚଳ ପ୍ରଦେଶର ଧର୍ମଶାଳା ଠାରୁ ୨୨ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିଲା। ତେବେ ଏହି କାରଣରୁ କାହାର ମୃତ୍ୟୁ ଏଵଂ ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ଆସିନାହିଁ।
ଗତ କିଛି ଦିନ ତଳେ ଉତ୍ତରାଖଣ୍ଡରେମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଯଦିଓ ଭୂକମ୍ପର ତୀବ୍ରତା ବହୁତ କମ୍ ଥିଲା, ସେଥିପାଇଁ ଅନେକ ଲୋକ ଏ ବିଷୟରେ ଜାଣି ମଧ୍ୟ ପାରିନଥିଲେ। ଏହାପୂର୍ବରୁ, ଡିସେମ୍ବର ୩୧ ରେ, ହିମାଚଳ ପ୍ରଦେଶର ମାଣ୍ଡିରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୨.୮ ରେ ମାପ କରାଯାଇଥିଲା। ଏହାପୂର୍ବରୁ ନଭେମ୍ବର ୧୬ ରେ ହିମାଚଳର ମାଣ୍ଡି ଏବଂ କୁଲୁରେ ଭୂକମ୍ପ ଅନୁଭୂତ ହୋଇଥିଲା। ଡିସେମ୍ବର ୩ ରାତିରେ ଚୁରାରେ ଏକ ଭୂକମ୍ପ ହୋଇଥିଲା। ୧୬ ଡିସେମ୍ବରରେ ହିମାଚଳର କିନ୍ନରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୩.୪୦ ରେ ମାପ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏହି ଭୂକମ୍ପରୁ କୌଣସି ପ୍ରକାରର କ୍ଷତି ହୋଇ ନାହିଁ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।