ଆର୍ଜେଣ୍ଟିନାରେ ଭୟଙ୍କର ଭୂମିକମ୍ପ; ରିକ୍ଟର ସ୍କେଲରେ ତିବ୍ରତା ୬.୫

ଦକ୍ଷିଣ ଆମେରିକା ଦେଶ ଆର୍ଜେଣ୍ଟିନାରେ ଭୂକମ୍ପ ଝଟକାର ଖବର ସାମ୍ନାକୁ ଆସିଛି। ଏହି ଭୂକମ୍ପ କାର୍ଡୋବା ସହରରେ ଜୋରଦାର୍ ଭୂମିକମ୍ପ ଅନୁଭୂତ ହୋଇଛି ।

 ଭୂମିକମ୍ପ

ଭୂମିକମ୍ପ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶ ଆର୍ଜେଣ୍ଟିନାରେ ଭୂକମ୍ପ ଝଟକାର ଖବର ସାମ୍ନାକୁ ଆସିଛି। ଏହି ଭୂକମ୍ପ କାର୍ଡୋବା ସହରରେ ଜୋରଦାର୍ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୫ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳି କର୍ଡୋବା ସହର ଉତ୍ତର ପ୍ରାନ୍ତରେ ୫୧୭ କିଲୋମିଟର ଏବଂ ଭୂପୃଷ୍ଠ ଠାରୁ ୫୮୬ କିଲୋମିଟର ଗଭୀରତାରେ ରହିଛି ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ରିପୋର୍ଟ ମୁତାବକ, ଶନିବାର ସ୍ଥାନୀୟ ସମୟ ପ୍ରାୟ ୩ଟା ୩୯ମିନିଟରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୫ ରେକର୍ଡ କରାଯାଇଛି । ଭୂମିକମ୍ପରେ କ୍ଷୟକ୍ଷତିକୁ ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ ପରେ ଲୋକ ନିଜ ନିଜ ଘରୁ ବାହାରିକି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି ।

ଏହା ପୂର୍ବରୁ ଜାନୁଆରୀ ୧୬ତାରିଖରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ୬.୧ ତିବ୍ରତା ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳି ଆଚେ ପ୍ରାନ୍ତର ସିଙ୍ଗକିଲ୍ ସହର ଠାରୁ ୪୮ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଥିବା ବେଳେ ୪୮ କିଲୋମିଟର ଗଭୀରତାରେ ରହିଛି ।
Published by:Soumyashree Mishra
First published: