News 18 Odia Digital
ନୂଆଦିଲ୍ଲୀ: ଏକ ଛୋଟ ‘ସିଙ୍ଗଡ଼ା’ ଆପଣଙ୍କୁ ଲକ୍ଷ ଲକ୍ଷ ରୋଜଗାର କରିବାରେ ସାହାଯ୍ୟ କରିପାରିବ ! ସମୋସା (samosa) ସିଙ୍ଗଡ଼ା ଏକ ଲୋକପ୍ରିୟ ଭାରତୀୟ ସ୍ନାକ୍ସ, ସାଧାରଣତଃ ତ୍ରିକୋଣୀୟ ଆକାରର ଓ ସ୍ଵାଦିଷ୍ଟ, (test full) ଯାହା ଏକ ଦମ୍ପତିଙ୍କ ଜୀବନକୁ ପରିବର୍ତ୍ତନ କରି ଦେଇଛି । ଉପାଦାନ କହିଲେ ଏଥିରେ ଆଳୁ, ମଟର, ପିଆଜ, ଓ ମସଲା ଅନ୍ତର୍ଭୁକ୍ତ ।
ନିଧି ସିଂ ଓ ତାଙ୍କ ସ୍ୱାମୀ ଶିଖର ବୀର ସିଂ ବେଙ୍ଗାଲୁରୁରେ (Bangalore) ସେମାନଙ୍କର ସିଙ୍ଗଡ଼ା ଦୋକାନ ଆରମ୍ଭ କରିଥିଲେ । ଏହି ଦୁଇ ଶିକ୍ଷିତ ବ୍ୟକ୍ତି ଅଧିକ ବେତନ ପ୍ରାପ୍ତ କର୍ପୋରେଟ ଚାକିରି ବଦଳରେ ସମୋସା ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ବର୍ତ୍ତମାନ ସେମାନେ ଚାକିରିଠାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ‘ସମୋସା’ ବିକ୍ରି କରି ଦୈନିକ ୧୨ ଲକ୍ଷ ଟଙ୍କା ରୋଜଗାର କରନ୍ତି ! ଯେତେବେଳେ ସେମାନେ ଅନୁଭବ କଲେ ଯେ, ଏକ ବଡ଼ ରୋଷେଇ ଘରର ଆବଶ୍ୟକତା ଅଛି, ସେମାନେ ନିଜ ଆପାର୍ଟମେଣ୍ଟ ବିକ୍ରୟ (apartment sale) କରି ସେହି ଟଙ୍କାରେ ବେଙ୍ଗାଲୁରୁରେ ଏକ କାରଖାନା ଭଡାରେ ନେଲେ
।
ହରିୟାଣାର ଏହି ଦମ୍ପତି ସେମାନଙ୍କ ସଞ୍ଚୟକୁ ବ୍ୟବହାର କରି ଆଉଟଲେଟ୍ ଆରମ୍ଭ କରିଥିଲେ ଓ ଖୁବ୍ ଶୀଘ୍ର ଏକ ବଡ଼ ରୋଷେଇ ଘର ନିର୍ମାଣ ପାଇଁ ୮୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ବୋଲି ୱିକେଣ୍ଡର ରିପୋର୍ଟ କରିଛି । ଷ୍ଟାର୍ଟଅପ୍ (startup) ଯାତ୍ରା କଠିନ ଥିଲା କିନ୍ତୁ ଲାଭଦାୟକ ହୋଇଥିବାରୁ ସେମାନେ ସେମାନଙ୍କର ବ୍ୟବସାୟର ପରବର୍ତ୍ତୀ ପର୍ଯ୍ୟାୟକୁ ଅପେକ୍ଷା କରିଛନ୍ତି ।
ଏହି ଦମ୍ପତି ୨୦୧୫ ରେ ଚାକିରି ଛାଡି ପରବର୍ତ୍ତୀ ବର୍ଷ ବେଙ୍ଗାଲୁରୁରେ ‘ସମୋସା ସିଂ’ ଖୋଲିଥିଲେ । ସେଠାରୁ ପାରମ୍ପାରିକ ଭାରତୀୟ ଖାଦ୍ୟ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା । ରିପୋର୍ଟ ଅନୁଯାୟୀ, ସମୋସା ସିଂରେ ପ୍ରତି ମାସରେ ୩୦,୦୦୦ ସମୋସା ବିକ୍ରି ହୁଏ ଓ ସେମାନଙ୍କର କାରବାର ୪୫ କୋଟି ଟଙ୍କା, ଯାହା ଦିନକୁ ପ୍ରାୟ ୧୨ ଲକ୍ଷ ଟଙ୍କା ଅଟେ ।
ଏହି ଖବର ପଢ଼ନ୍ତୁ -
http://୩ଗୁଣ ବଢିଲା ଶ୍ରୀରାମ ମନ୍ଦିର ଆୟ: ଥରକର ଟଙ୍କାକୁ ଗଣିବାକୁ ଲାଗିଲା ୧୫ ଦିନକୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜିରେ ବି-ଟେକ୍ (b tech) କରୁଥିବାବେଳେ ଶିଖର ଓ ନିଧି ପ୍ରଥମେ ହରିୟାଣାରେ ସାକ୍ଷାତ ହୋଇଥିଲେ । ଖବର ଅନୁଯାୟୀ, ଶିଖର ଚାକିରି ଛାଡିଥିଲେ, ଯେତେବେଳେ ସେ ବାୟୋକନରେ ପ୍ରଧାନ ବୈଜ୍ଞାନିକ ଥିଲେ, ହାଇଦ୍ରାବାଦରୁ ଏମଟେକ୍ (MTech) କରିବା ପରେ ସେ ଏଠାରେ ଯୋଗ ଦେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।