ଆପଣଙ୍କ ପାଖରେ ଏହି ୧ ଟଙ୍କାର ଏହି ନୋଟ୍ ଥିଲେ ପାଇବେ ୪୫ ହଜାର ଟଙ୍କା; ଜାଣନ୍ତୁ କିପରି?

ଭାରତ ସରକାରଙ୍କ ଦ୍ୱାରା ଯଦିଓ ଏକ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ହୋଇଯାଇଛି । ତଥାପି ଆଜି ମଧ୍ୟ ବଜାରରେ ଏହାର ମୂଲ୍ୟ ହଜାର ହଜାର ଟଙ୍କା ରହିଛି ।

ଆପଣଙ୍କ ପାଖରେ ଏହି ୧ ଟଙ୍କାର ଏହି ନୋଟ୍ ଥିଲେ ପାଇବେ ୪୫ ହଜାର ଟଙ୍କା; ଜାଣନ୍ତୁ କିପରି?
ଏହି ୧ ଟଙ୍କାର ଏହି ନୋଟ୍ ଥିଲେ ପାଇବେ ୪୫ ହଜାର ଟଙ୍କା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ଏହି ପୁରୁଣା ଟଙ୍କି କିଆ ନୋଟ୍ ରଖିଛନ୍ତି । ତେବେ ଆପଣ ଘରେ ବସି ମୋଟା ଟଙ୍କା ରୋଜଗାର କରିପାରିବେ । ଭାରତ ସରକାରଙ୍କ ଦ୍ୱାରା ଯଦିଓ ଏକ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ହୋଇଯାଇଛି । ତଥାପି ଆଜି ମଧ୍ୟ ବଜାରରେ ଏହାର ମୂଲ୍ୟ ହଜାର ହଜାର ଟଙ୍କା ରହିଛି । ଏହିପରି ଏକ ଟଙ୍କିଆ ନୋଟର ଏକ ବଣ୍ଡଲ୍ ଅନଲାଇନ୍ ପ୍ଲାଟଫର୍ମରେ ୪୫ ହଜାର ଟଙ୍କାରେ ବିକ୍ରି ହେଉଛି । ୧୯୫୭ ମସିହାରେ ଏହି ନୋଟରେ ଗଭର୍ଣ୍ଣର ଏଚଏମ ପଟେଲଙ୍କ ଦସ୍ତଖତ ହୋଇଛି । ଏହି ନୋଟର କ୍ରମିକ ସଂଖ୍ୟା ହେଉଛି ୧୨୩୪୫୬ ।

ଏଠାରେ ବିକ୍ରି କରିପାରିବେ
୨୬ ବର୍ଷ ପୂର୍ବେ ଭାରତ ସରକାର ନିଜର ଏହି କରେନ୍ସି ନୋଟ ଏକ ଟଙ୍କିକିଆକୁ ବନ୍ଦ କରିଦେଇଥିଲେ । ୧ ଜାନୁୟାରୀ ୨୦୧୫ ରୁ ଏହାର ମୁଦ୍ରଣ ପୁଣି ଆରମ୍ଭ ହେଲା ଓ ଏହି ନୋଟ୍ ବଜାରରେ ପ୍ରଚଳନ ହୋଇଥିଲା । ତଥାପି ଅନେକ ଲୋକଙ୍କ ପାଖରେ ଏହି ପୁରୁଣା ନୋଟ୍ ନାହିଁ । ଏହିପରି ପୁରୁଣା ନୋଟଗୁଡିକ ଏକ ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ହେଉଛି । ଯେଉଁ ବର୍ଷର ନୋଟ୍ ଆପଣ ଚାହୁଁଛନ୍ତି ସେହି ବର୍ଷର ଏକ ନୋଟ୍ ଏଠାରୁ କିଣି ପାରିବେ ।

ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ନୋଟ୍
ଏହି ଅନଲାଇନ୍ ପ୍ଲାଟଫର୍ମରେ ଏକ ନୋଟ୍ ଏପରି ମଧ୍ୟ ଅଛି ଯାହା ସ୍ୱାଧୀନତା ପୂର୍ବରୁ ଅଟେ ଓ ଯାହାର ବିଡ୍ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଗି ସାରିଛି । ଯଦି ଆପଣଙ୍କର ମଧ୍ୟ ଏପରି ନୋଟ୍ ଅଛି ତେବେ ଆପଣ ମଧ୍ୟ ମୋଟା ଟଙ୍କା ରୋଜଗାର କରିପାରିବେ । ସେହିଭଳି ଦଶନ୍ଧି ପୁରୁଣା ୧, ୧୦, ୧୦୦ ଓ ୫୦୦ ଟଙ୍କିଆ ନୋଟ୍ ଅନଲାଇନ୍ ବଜାରରେ ହଜାର ଟଙ୍କାରୁ ଆରମ୍ଭ ହୋଇ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଏଥିପାଇଁ ଆପଣ ଇଣ୍ଡିଆ ମାର୍ଟର ୱେବସାଇଟ୍ ଭିଜିଟ କରିପାରିବେ ।
Published by: Jagdish Barik
First published: May 8, 2021, 1:09 PM IST