୧ ଟଙ୍କାର ଏହି ମୁଦ୍ରା ଆପଣଙ୍କୁ କରିଦେବ ମାଲାମାଲ; ମିଳିପାରେ ସମୁଦାୟ ୯ କୋଟି ୯୯ ଲକ୍ଷ ଟଙ୍କା!

ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆପଣଙ୍କୁ ଟଙ୍କା ମଧ୍ୟ ଦରକାର କି? ବର୍ତ୍ତମାନ ଆପଣ ଘରେ ବସି ହୋଇପାରିବେ କୋଟିପତି ଓ ବିଶେଷ କଥା ହେଉଛି ଆପଣଙ୍କୁ ଏଥିପାଇଁ କିଛି କରିବାକୁ ପଡିବ ନାହିଁ । କେବଳ ଆପଣଙ୍କ ପାଖରେ ଏହିପରି ଗୋଟିଏ ମୁଦ୍ରା ରହିବା ଆବଶ୍ୟକ ଓ ଏହାବଦଳରେ ଆପଣଙ୍କୁ ପୂରା ୯ କୋଟି ୯୯ ଲକ୍ଷ ଟଙ୍କା ମିଳିପାରିବ ।

୧ ଟଙ୍କାର ଏହି ମୁଦ୍ରା ଆପଣଙ୍କୁ କରିଦେବ ମାଲାମାଲ; ମିଳିପାରେ ସମୁଦାୟ ୯ କୋଟି ୯୯ ଲକ୍ଷ ଟଙ୍କା!
୧ ଟଙ୍କାର ଏହି ମୁଦ୍ରା ଆପଣଙ୍କୁ କରିଦେବ ମାଲାମାଲ!
  • News18 Odia
  • Last Updated: December 23, 2020, 9:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆପଣ ମଧ୍ୟ କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି କି…? ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆପଣଙ୍କୁ ମଧ୍ୟ ଟଙ୍କା ଦରକାର କି? ବର୍ତ୍ତମାନ ଆପଣ ଘରେ ବସି ହୋଇପାରିବେ କୋଟିପତି ଓ ବିଶେଷ କଥା ହେଉଛି ଆପଣଙ୍କୁ ଏଥିପାଇଁ କିଛି କରିବାକୁ ପଡିବ ନାହିଁ । କେବଳ ଆପଣଙ୍କ ପାଖରେ ଏକ ଟଙ୍କାର ଗୋଟିଏ ମୁଦ୍ରା ରହିବା ଆବଶ୍ୟକ ଓ ଏହାବଦଳରେ ଆପଣଙ୍କୁ ପୂରା ୯ କୋଟି ୯୯ ଲକ୍ଷ ଟଙ୍କା ମିଳିପାରିବ । ହଁ ... ଆପଣ ଗୋଟିଏ ଟଙ୍କିଆ ମୁଦ୍ରା ସହିତ କୋଟିପତି ହୋଇପାରିବେ । କିନ୍ତୁ ଏହା ଏକ ସାଧାରଣ ମୁଦ୍ରା ନୁହେଁ । ଜାଣନ୍ତୁ ଆମେ ଆପଣଙ୍କୁ କେଉଁ ପ୍ରକାର ମୁଦ୍ରା ଦରକାର ଓ ଆପଣ କିପରି ଏହି ଟଙ୍କା ମିଳିପାରିବ-

କିପରି କରିପାରିବେ ରୋଜଗାର
ଆପଣଙ୍କୁ କୋଟିପତି ହେବାକୁ ହେଲେ ୧୮୮୫ ବର୍ଷର ଏକ ଟଙ୍କାର ମୁଦ୍ରା ଆବଶ୍ୟକ । ଏହି ମୁଦ୍ରାକୁ ଅନଲାଇନରେ ବିକ୍ରି କରି ଆପଣ ୯ କୋଟି ୯୯ ଲକ୍ଷ ଟଙ୍କା ଜିତିପାରିବେ ।ବାସ୍ତବରେ ଦୁନିଆର ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସହିତ ପୁରୁଣା (ପ୍ରାଚୀନ) ଜିନିଷ ରଖିବା ପାଇଁ ଏକ କ୍ରେଜ୍ ରଖନ୍ତି ଓ ଏହି ପୁରୁଣା (ପ୍ରାଚୀନ) ଜିନିଷଗୁଡିକ ନିଲାମ କରାଯାଏ । ଯେଉଁଥିରେ ଲୋକମାନେ ଭଲ ଦାମରେ ପୁରାତନ ଜିନିଷ କିଣିଥାନ୍ତି ।

ଏହିପରି ମିଳିବ ୯ କୋଟି ୯୯ ଲକ୍ଷ ଟଙ୍କା
ଏହି ମୁଦ୍ରା ବିକ୍ରୟ କରିବା ପାଇଁ ଆପଣ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । ଆପଣ ଏହାକୁ ଘରୁ ଥାଇ ମଧ୍ୟ ବିକ୍ରି କରିପାରିବେ । ଏଥିପାଇଁ ଆପଣଙ୍କୁ OLX ର ୱେବସାଇଟ୍ କୁ ଯାଇ ସେଠାରେ ନିଜର ଏକ ଆକାଉଣ୍ଟ ବନାଇବାକୁ ପଡିବ ।

ଅପଲୋଡ୍ କରନ୍ତୁ ମୁଦ୍ରା ଫଟୋ
>> ଆପଣ olx ରେ ଏହି ମୁଦ୍ରା ନିଲାମ କରିପାରିବେ
>> ଆକାଉଣ୍ଟ ସୃଷ୍ଟି ହେବା ପରେ, ବିକ୍ରେତା ଭାବରେ ପଞ୍ଜିକରଣ କରନ୍ତୁ
>> ପଞ୍ଜୀକରଣ ପରେ, ସାଇଟରେ ଥିବା ମୁଦ୍ରାର ଚିତ୍ର ଅପଲୋଡ୍ କରନ୍ତୁ
>> ଅପଲୋଡ୍ ସହିତ ଏହାକୁ ବିକ୍ରୟ ପାଇଁ ରଖନ୍ତୁ

ନିଲାମରେ ହୋଇଥାଏ ଭଲ ରୋଜଗାର
ଦେଶରେ ପ୍ରାଚୀନ ଜିନିଷଗୁଡ଼ିକ ପାଇଁ ସର୍ବଦା ଏକ କ୍ରେଜ ରହିଆସିଛି । ଲୋକମାନେ ସର୍ବଦା ପୁରୁଣା ମୁଦ୍ରା ଖୋଜନ୍ତି । ପ୍ରାଚୀନ ସାମଗ୍ରୀର ନିଲାମରେ ଭଲ ଟଙ୍କା ରୋଜଗାର କରାଯାଇପାରିବ । ଏହି ଜିନିଷଗୁଡିକର ଅଭାବ ଯୋଗୁଁ ଲୋକମାନେ ଏହାକୁ ଭଲ ମୂଲ୍ୟରେ କିଣି ନେଇଥାନ୍ତି ।
Published by: Jagdish Barik
First published: December 23, 2020, 9:41 AM IST
corona virus btn
corona virus btn
Loading