News 18 Odia Digital
ନୂଆଦିଲ୍ଲୀ; ଜଣେ ବୃଦ୍ଧ ବ୍ୟକ୍ତି (Old man ) ହୋଇଛନ୍ତି କୋଟିପତି (Millionaire) । ନା ସିଏ ସେୟାର ମାର୍କେଟରେ ଅର୍ଥ ନିବେଶ କରିଥିଲେ ନା କୌଣସି ବ୍ୟବସାୟ । ତଥାପି ତାଙ୍କର ୪୦ ବର୍ଷର ଆଶା ପୂରଣ ହୋଇଛି । ଏକ ଲଟେରୀ ( lottery ) ମାଧ୍ୟମରେ ବୃଦ୍ଧ ଜଣକ ୫କୋଟି ଟଙ୍କା ଜିତିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି । ଟଙ୍କା ଜିତିବା ପରେ ମଧ୍ୟ ବୃଦ୍ଧ ଜଣକ ଖୁସି ନଥିବା ପରି ଲାଗୁଛନ୍ତି ।
ପାଖାପାଖି ୪୦ ବର୍ଷ ହେବ ଲଟେରୀ ଜିତିବା ଆଶାରେ ଟିକଟ କିଣୁଥିଲେ ପ଼଼ଞ୍ଜାବର ଡେରାବାସି ଅଞ୍ଚଳର ଦ୍ୱାରକା ଦାଶ । ସେତେବେଳେ ବୟସ ଥିଲା ୪୪ । କିନ୍ତୁ ଏବେ ବୟସ ଛୁଇଁଲାଣି ୮୮ । ବାରମ୍ୱାର ଲଟେରୀରେ ହାରିବା ପରେ ବି ସେ ନିରାଶ ହୋଇନଥିଲେ । ଦୀର୍ଘ ୪୦ ବର୍ଷ ଧରି ଧର୍ଯ୍ୟର ସହ ସେ ଲଟେରୀ ଟିକଟ କିଣିବାରେ ଭାଗ ନେଉଥିଲେ । ତେବେ ଏଥର କିନ୍ତୁ ସେ ହାରି ନାହାନ୍ତି, ବରଂ ଜିତିବା ସହ ଅନ୍ୟ ପାଇଁ ଉଦାହରଣର ପାତ୍ର ହୋଇଛନ୍ତି । ଜାନୁଆରୀ ୧୬ତାରିଖରେ ତାଙ୍କ ନାମ ଘୋଷଣା କରାଯାଇଥିଲା । ଯେଉଁଥିରୁ ବୃଦ୍ଧ ଜଣଙ୍କ ଜାଣିପାରିଥିଲେ ଯେ, ଏଥର ସେ ଜିତିଛନ୍ତି ବୋଲି ।
ଯୌବନରେ ଥିବା ଆଶା ବୃଦ୍ଧାବସ୍ଥାରେ ଶାକାର ହୋଇଛି । ଏଥିପାଇଁ ବୃଦ୍ଧ ଜଣଙ୍କୁ ଚାରିଆଡୁ ଶୁଭେଚ୍ଛା ଆସିବାରେ ଲାଗିଛି । ତେବେ ଟିକସ କଟିବା ପରେ ୫କୋଟିରୁ ୩କୋଟି ୫୦ଲକ୍ଷ ଟଙ୍କା ବୃଦ୍ଧଙ୍କୁ ମିଳିବ ବୋଲି ଜଣାପଡିଛି । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ, ଭାରତ ସ୍ୱାଧିନ ହେବା ବର୍ଷ ତଥା ୧୯୪୭ ମସିହା ସମୟରୁ ଭାରତରେ ରହିଆସୁଛନ୍ତି ବୃଦ୍ଧ ଜଣଙ୍କ । ପ୍ରାୟ ୧୩ ବର୍ଷ ବୟସ ସମୟରୁ ସେ ପାକିସ୍ତାନ ଛାଡି ଭାରତ ଆସିଥିବା ସୂଚନା ମିଳିଛି ।
ପଢ଼ନ୍ତୁ ପୂରା ଖବର -
http://ହାଇଦ୍ରାବାଦରୁ ଓଡ଼ିଶା ପ୍ଲାନ୍; ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।