Maharashtra: ଶିବାଜୀ ପାର୍କରେ ଅନୁଷ୍ଠିତ ହେବ ଦଶହରା ରାଲି; ଜୋର ଧରିଲା ରାଜନୀତି

ଦଶହରା ରାଲିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଦଶହରା ମେଳା ସଂପର୍କରେ ବିଏମସି ପକ୍ଷରୁ ଏପର୍ଯ୍ୟନ୍ତ କାହାକୁ ଅନୁମତି ମିଳିନାହିଁ।

ମହାରାଷ୍ଟ୍ର ରାଜନୈତିକ ସଙ୍କଟ (ପ୍ରତୀକାତ୍ମକ ଛବି)

ମହାରାଷ୍ଟ୍ର ରାଜନୈତିକ ସଙ୍କଟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ମୁମ୍ବାଇ: ଦଶହରା ରାଲିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଦଶହରା ମେଳା ସଂପର୍କରେ ବିଏମସି ପକ୍ଷରୁ ଏପର୍ଯ୍ୟନ୍ତ କାହାକୁ ଅନୁମତି ମିଳିନାହିଁ। ଅନ୍ୟପକ୍ଷରେ ଉଦ୍ଧବ ଠାକରେ ମାତୋଶ୍ରୀ ଠାରେ ଏକ ସଭା ଡାକି ଦଶହରା ରାଲି ପାଇଁ କର୍ମୀଙ୍କୁ ଏକତ୍ର କରିବାକୁ କହିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ପ୍ରତିବର୍ଷ ଭଳି ଶିବସେନା ମଧ୍ୟ ଶିବାଜୀ ପାର୍କରେ ଦଶହରା ରାଲିର ଆୟୋଜନ କରିବେ। ଅନ୍ୟପକ୍ଷରେ, ସିନ୍ଦେ ଗୋଷ୍ଠୀ ପକ୍ଷରୁ ମଧ୍ୟ ବିଏମସିକୁ ରାଲି କରିବାକୁ ଅନୁମତି ଦେବାକୁ ଆବେଦନ କରାଯାଇଛି ।

ତେବେ ଉଦ୍ଧବ ଠାକରେ ମାତୋଶ୍ରୀରେ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଉଦ୍ଧବ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଶିବସେନା ଶିବାଜୀ ପାର୍କରେ ଦଶହରା ରାଲିର ଆୟୋଜନ କରିବ। ସେ ସିନ୍ଦେ ଗୋଷ୍ଠୀକୁ ଠକ ବୋଲି କହିବା ସହ ଉଦ୍ଧବ ନେତାମାନଙ୍କୁ ବହୁ ସଂଖ୍ୟକ କର୍ମୀଙ୍କୁ ଡାକିବା ଏବଂ ଦଶହରା ରାଲି ପାଇଁ ଜନସମାଗମ କରିବାକୁ କହିଛନ୍ତି।
Published by:Soumyashree Mishra
First published: