ବର୍ଷା ଦାଉରୁ ସୁରକ୍ଷିତ ରଖିବା ପାଇଁ ରାବଣ ପିତୁଳାକୁ ରେନକୋଟ୍ ପିନ୍ଧାଇଲେ ଲୋକ

ବାସ୍ତବରେ ବର୍ଷା ହେତୁ ରାବଣ ପିତୁଳା ଓଦା ହୋଇଯିବ। ଯେଉଁ କାରଣରୁ ଏହାକୁ ଜଳାଇବାରେ ଅସୁବିଧା ହୋଇପାରେ।

ରାବଣ ପୋଡ଼ି (ପ୍ରତୀକାତ୍ମକ ଛବି)

ରାବଣ ପୋଡ଼ି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଦୀର୍ଘ ଦିନର ବିରତି ପରେ ଆଜି ଦଶହରା ଦିନ ପାଣିପାଗ ବିଭାଗ ଅନେକ ରାଜ୍ୟରେ ବର୍ଷା ସତର୍କ ସୂଚନା ଜାରି କରିଛି। ମଙ୍ଗଳବାର ସନ୍ଧ୍ୟା ଠାରୁ ମଧ୍ୟପ୍ରଦେଶରେ ବର୍ଷା ଆରମ୍ଭ ହୋଇଛି। ରାଜ୍ୟରେ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳରେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣଙ୍କୁ ପଲିଥିନରେ ଆଚ୍ଛାଦିତ କରାଯାଇଛି। ଏଥି ସହିତ, ଜବଲପୁରରେ ପିତୁଳାକୁ ରେନକୋଟ୍ ପିନ୍ଧାଯାଇଛି।

ବର୍ଷା ଯୋଗୁଁ ପିତୁଳାଗୁଡ଼ିକ ରଙ୍ଗ ଛାଡିଯିବାର ଆଶଙ୍କା ରହିଛି। ବାସ୍ତବରେ ବର୍ଷା ହେତୁ ରାବଣ ଓଦା ହେବ। ଯେଉଁ କାରଣରୁ ଏହାକୁ ଜାଳିବାରେ ଅସୁବିଧା ହୋଇପାରେ। ମଧ୍ୟପ୍ରଦେଶର ୫୨ ଟି ଜିଲ୍ଲାରେ ପାଣିପାଗ ବିଭାଗ ବର୍ଷା ସତର୍କ ସୂଚନା ଜାରି କରିଛି।

ଉତ୍ତରପ୍ରଦେଶରେ ପାଣିପାଗ ବିଭାଗ ଅନୁଯାୟୀ, ଅନେକ ଅଞ୍ଚଳରେ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଯେଉଁଥିପାଇଁ ରାବଣ ଦହନରେ ଏଥର ବହୁତସମସ୍ୟା ହେବାକୁ ଯାଉଛି। ଅନେକ ସ୍ଥାନରେ ବର୍ଷା ଯୋଗୁଁ ରାବଣକୁ ପଲିଥିନରେ ଆଚ୍ଛାଦିତ ହୋଇଛି। ବୁଧବାର ବର୍ଷା ସତର୍କ ସୂଚନା ଜାରି କରିଥିବାବେଳେ ପାଣିପାଗ ବିଭାଗ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ୟୁପିର ଅନେକ ଜିଲ୍ଲାର ଡିଏମ୍ ମଧ୍ୟ ଚେତାବନୀ ଦେଇଛନ୍ତି।
Published by:Soumya Das
First published: