Dussehra 2021: ଦଶହରା ଅବସରରେ ନିହାତି କରନ୍ତୁ ଏହି ୧୦ଟି କାମ; ଟଙ୍କା ପଇସାର ହେବନି ଅଭାବ

ଦଶହରା ପର୍ବ ଅର୍ଥାତ୍ ଖରାପ ଉପରେ ଭଲର ବିଜୟ । ଏହି ଦିନ ଭଗବାନ ରାମ ରାବଣକୁ ହରାଇ ବିଜୟ ହାସଲ କରିଥିଲେ । ବିଶ୍ବାସ ଥାଏ ଯିଏ ଦଶହରାରେ ମା' ଦୁର୍ଗା ମଧ୍ୟ ମହିଷାସୁର ରାକ୍ଷସର ବଧ କରିଥିଲେ । ବିଜୟାଦଶମୀ ତଥା ଦଶହରାକୁ ସାହସ, ଶକ୍ତି ଓ ସ୍ବାସ୍ଥ୍ୟର ପର୍ବ ମଧ୍ୟ । ଏହି ପର୍ବ ନିଜ ଶକ୍ତିକୁ ବିକସିତ ଓ ସାମର୍ଥ୍ୟକୁ ଉପଯୁକ୍ତ କରିବାକୁ ପ୍ରେରଣା ଯୋଗାଇ ଥାଏ ।

ଦଶହରା ଅବସରରେ ନିହାତି କରନ୍ତୁ ଏହି ୧୦ଟି କାମ

ଦଶହରା ଅବସରରେ ନିହାତି କରନ୍ତୁ ଏହି ୧୦ଟି କାମ

  • Share this:
News18 Odia Digital

Dussehra 2021: ଦଶହରା ହିନ୍ଦୁମାନଙ୍କ ମୁଖ୍ୟ ଉତ୍ସବ ମଧ୍ୟରୁ ଅନ୍ୟତମ । ଆଶ୍ବନ ମାସର ଶୁକ୍ଲ ପକ୍ଷର ଦଶମୀ ତିଥି ତଥା ଅକ୍ଟୋବର ୧୫ ଦିନ ଅର୍ଥାତ୍ ଆଜି ପୁରା ଦେଶରେ କରୋନା କଟକଣା ମଧ୍ୟରେ ପାଳନ ହେଉଛି ଏହି ଉତ୍ସବ । ଏହି ଦିନ ଭଗବାନ ରାମଙ୍କ ହାତରେ ରାବଣର ବଧ ହେବା ପରଠୁ ଏହାକୁ ପାଳନ କରିବାର ପରମ୍ପରା ଚାଲିଆସୁଛି । ଏହି ଦିନ ମା' ଦୁର୍ଗା ମହିଷାସୁରର ସଂହାର କରିବାକୁ ମଧ୍ୟ ପାଳନ କରାଯାଏ । ଏଥି ପାଇଁ ଏହାକୁ ବିଜୟାଦଶମୀ ରୂପେ ପାଳନ କରାଯାଏ ।

ଏହି ଅବସରରେ ଜ୍ୟୋତିଷାଚାର୍ଯ୍ୟ ଡ଼ଃ. ଅରବିନ୍ଦ ମିଶ୍ରାଙ୍କ ଅନୁସାରେ ଏହି ଦିନ କିଛି ଖାସ୍ ନିୟମ ପାଳନ କଲେ ସବୁ କିଛି ଭଲ ହେବ ବୋଲି ବିଶ୍ବାସ ରହିଛି । ଯାହାକୁ କରିବା ଦ୍ବାରା କେବେ ମଧ୍ୟ ଆପଣଙ୍କୁ ଟଙ୍କାର ଅଭାବ ହେବନାହିଁ । ଖାଲି ଏତିକି ନୁହେଁ ଆପଣଙ୍କ ସଫଳତାର ନୂଆ ବାଟ ମଧ୍ୟ ଖୋଲି ଯିବ । ତେବେ ଆସନ୍ତୁ ଜାଣିବା ଏହି ୧୦ଟି ମୁଖ୍ୟ କଥା ବିଷୟରେ...

୧. ବିଜୟାଦଶମୀ ଦିନ ଆପଣ ଅସ୍ତ୍ର-ଶସ୍ତ୍ରର ସଫା କରି ଏହାର ନିରକ୍ଷଣ କରନ୍ତୁ । ଏହି ଅସ୍ତ୍ର-ଶସ୍ତ୍ରj ପୂଜା ମଧ୍ୟ କରନ୍ତୁ ।

୨. ଯଦି ଆପଣଙ୍କର କୌଣସି ମକଦ୍ଦମା ଚାଲୁଛି ତେବେ ଆପଣ କେସ୍ ଫାଇଲ ଘରେ ଥିବା ମନ୍ଦିରର ଭଗବାନଙ୍କ ପ୍ରତିମା ତଳେ ରଖିଦିଅନ୍ତୁ । ଏମିତି କରିବା ଦ୍ବାରା ଆପଣଙ୍କୁ ବିଜୟ ମିଳିବ ।

୩. ଏହି ଦିନ ସୂର୍ଯ୍ୟମୁଖୀ ଗଛର ଡାଳ ବିଧି ପୂର୍ବକ ପୂଜା କରିବା ପରେ ଏହାକୁ ଆପଣଙ୍କ ଆଲମିରାରେ ରଖିଦିଅନ୍ତୁ । ଏମିତି କରିବା ଦ୍ବାରା କେବେ ମଧ୍ୟ ଆପଣଙ୍କୁ ଟଙ୍କା ପଇସାର ଅଭାବ ହେବନାହିଁ ।

୪. ଏହି ଦିନ କୌଣସି କୌଶଳ ଯୋଦ୍ଧାଙ୍କ ଠାକୁ ଯୁଦ୍ଧ ଶିକ୍ଷା ଗ୍ରହଣ କରନ୍ତୁ । ଅସ୍ତ୍ର-ଶସ୍ତ୍ର ସଞ୍ଚାଳନର ପ୍ରଶିକ୍ଷଣ ନେବା ମଧ୍ୟ ଭଲ ।

୫. ବିଜୟାଦଶମୀରେ ଭଗବାନ ଶ୍ରୀରାମଙ୍କ ୧୦୮ ଥର ନାମ ଜାପ କରିବା ଦ୍ବାରା ଜୀବନରେ ଆସୁଥିବା ସମସ୍ୟା ଦୂର ହେବ । ଧନ ବଢିବା ସହ ସଫଳତା ମିଳିବ ।

୬. ବିଜୟାଦଶମୀରେ କନ୍ୟାଙ୍କ ପାଇଁ କରାଯାଇଥିବା ଦାନ ପୁନ୍ୟ କାର୍ଯ୍ୟ ଦ୍ବାରା ମା' ଦୁର୍ଗାଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ ।

୭. ବିଜୟାଦଶମୀ ଦିନ ନିଜ ଚାକିରିରେ ଉନ୍ନତି ପାଇଁ ୧୦୮ ଥର ଓମ୍ ନମୋ ନାରାୟଣ ମନ୍ତ୍ର ଜାପ କରନ୍ତୁ ।

୮. ଏହି ଦିନ ବାଦାମକୁ ନାଲି କପଡ଼ାରେ ରଖି ପୂଜା କରନ୍ତୁ । ପୂଜା ପରେ ପ୍ରତିଦିନ ବାଦାମ ଭିଜାଇ ଖାଇବା ଦ୍ବାରା ବୁଦ୍ଧି ବଢ଼ିଥାଏ ଓ ସ୍ମରଣ ଶକ୍ତି ମଧ୍ୟ ବଢ଼େ ।

୯. ଏହି ଦିନରୁ ପ୍ରତି ଦିନ ଗାୟତ୍ରୀ ମନ୍ତ୍ର ୧୦୮ ଥର ଜପନ୍ତୁ । ଏହା ଦ୍ବାରା ଆପଣଙ୍କୁ ଅନେକ ଲାଭ ମିଳିବ ।

୧୦. ବିଜୟାଦଶମୀ ଦିନ ନିଜଠୁ ଓ ପରିବାରଠୁ ନକାରତ୍ମକ ପ୍ରଭାବକୁ ଶେଷ କରିବା ପାଇଁ ଦକ୍ଷିଣ ଦିଗକୁ ମୁହଁ କରି ଭଗବାନ ହନୁମାନଙ୍କ ସାମ୍ନାରେ ଦୀପ ଜଳାନ୍ତୁ । ଏହାସହ ସୁନ୍ଦରକାଣ୍ଡର ପାଠ କରନ୍ତୁ । ଏହା ଦ୍ବାରା ଆପଣଙ୍କ ସବୁ ଦୁଃଖ ଦୂର ହେବ ।
Published by:Lipina Das
First published: