Dussehra 2020: ଦଶହରା ଉପଲକ୍ଷେ ରାଷ୍ଟ୍ରପତି କୋବିନ୍ଦ ଓ PM ମୋଦୀ ଦେଲେ ଦେଶବାସୀଙ୍କୁ ଶୁଭେଚ୍ଛା

Happy dussehra Wishes: କରୋନା ଭାଇରସ୍ ସଂକ୍ରମଣ ମଧ୍ୟରେ ଆଜି ସାରା ଦେଶରେ ପାଳନ କରାଯାଉଛି ମହାନବମୀ ଓ ଦଶହରା ପର୍ବ ।

Dussehra 2020: ଦଶହରା ଉପଲକ୍ଷେ ରାଷ୍ଟ୍ରପତି କୋବିନ୍ଦ ଓ PM ମୋଦୀ ଦେଲେ ଦେଶବାସୀଙ୍କୁ ଶୁଭେଚ୍ଛା
ଆଜି ସାରା ଦେଶରେ ପାଳନ କରାଯାଉଛି ମହାନବମୀ ଓ ଦଶହରା ପର୍ବ
  • News18 Odia
  • Last Updated: October 25, 2020, 11:04 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶରେ କୋଭିଡ-୧୯ (Covid 19 in India) ମହାମାରୀ ମଧ୍ୟରେ ଆଜି ସାରା ଦେଶରେ ଦଶହରା (Dussehra 2020) ପାଳନ କରାଯାଉଛି । ତେବେ ପ୍ରତିବର୍ଷ ପରି ଏହିବର୍ଷ କୌଣସି ବଡ଼ ଆକାରରେ ଆୟୋଜନ ହେବ ନାହିଁ । ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ (Ramnath Kovid) ଏହି ସମୟରେ କରୋନା ଭାଇରସ୍ (Coronavirus) ସଂକ୍ରମଣ ବିଷୟରେ ଚିନ୍ତା କରିବାକୁ ଯାଇ କହିଛନ୍ତି ଯେ ଏହି ପର୍ବ ଦେଶକୁ ମହାମାରୀର ପ୍ରଭାବରୁ ରକ୍ଷା କରିବ ଓ ଦେଶବାସୀଙ୍କ ମଧ୍ୟରେ ସମୃଦ୍ଧତା ଓ ଖୁସୀ ଆଣିଦେଉ। ଏଥି ସହ କଂଗ୍ରେସ ପୂର୍ବ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଦେଶବାସୀଙ୍କୁ ଦଶହରାର ଅଭିନନ୍ଦନ ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି, 'ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଏହି ପର୍ବ ଅଧର୍ମ ଉପରେ ଧର୍ମର ବିଜୟ ଓ ଅସତ୍ୟ ଉପରେ ଅସତ୍ୟର ପ୍ରତୀକ ଅଟେ । ମୁଁ ଚାହେଁ ଯେ ଏହି ହସ ଓ ଖୁସିର ଏହି ପର୍ବ ସମସ୍ତଙ୍କୁ ମହାମାରୀର ପ୍ରଭାବରୁ ରକ୍ଷା କରୁ ଓ ଦେଶବାସୀଙ୍କ ମଧ୍ୟରେ ସମୃଦ୍ଧତା ଓ ଖୁସି ଆଣିଦେଉ । '



ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶହରାର ଅଭିନନ୍ଦନ ଜଣାଇ ମଧ୍ୟ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, 'ସମସ୍ତ ଦେଶବାସୀଙ୍କୁ ବିଜୟାଦଶମୀରେ ଅନେକ ସାରା ଶୁଭକାମନା । ଖରାପ ଉପରେ ଭଲ ଓ ଅସତ୍ୟ ଉପରେ ସତ୍ୟର ବିଜୟର ଏହି ମହାନପର୍ବ ସମସ୍ତଙ୍କ ଜୀବନରେ ନୂତନ ପ୍ରେରଣା ଆଣିଦେଉ ।



ପ୍ରଧାନ ମନ୍ତ୍ରୀ ମୋଦୀ ଲୋକଙ୍କୁ ମହାନବମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ମା ଦୁର୍ଗାଙ୍କ ଦେବୀ ରୂପରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ସେ ଟ୍ୱିଟ୍‌ରେ ଲେଖିଛନ୍ତି, 'ମହାନବମୀରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ନବବ୍ରତୀର ଏହି ଶୁଭ ଦିନରେ ମାତା ଦୁର୍ଗାଙ୍କ ନବମ ଶକ୍ତି ଦେବୀ ସିଦ୍ଧାର୍ଥୀଙ୍କ ଦ୍ୱାରା ପୂଜା କରାଯାଇଥାଏ । ମା ସିଦ୍ଧାର୍ଥୀଙ୍କ ଆଶୀର୍ବାଦ ସହିତ ସମସ୍ତେ ନିଜ କାର୍ଯ୍ୟରେ ସଫଳତା ଅର୍ଜନ କରନ୍ତୁ ।



ଗୃହ ମନ୍ତ୍ରୀ ଅମିତ ଶାହା ମହାନବମୀ ଓ ଦଶହରାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ମହାନବମୀର ପବିତ୍ର ପର୍ବରେ ହାର୍ଦ୍ଦିକ ଶୁଭେଚ୍ଛା । ବିଜୟାଦଶମୀର ମହାନପର୍ବ ମଣିଷକୁ ଅଧର୍ମ, ଅହଂକାର ଓ ଅସତ୍ୟ ତ୍ୟାଗ କରିବାକୁ, ଧର୍ମ, ବିବେକ ଓ ସତ୍ୟର ପଥ ଅନୁସରଣ କରିବାକୁ ପ୍ରେରଣା ତଥା ଶିକ୍ଷା ଦେଉଥିବା ଏକ ପର୍ବ । ପ୍ରଭୁ ରାମ ଆମକୁ ମନ୍ଦତା ଦୂର କରିବାକୁ ଶକ୍ତି ଦିଅନ୍ତୁ । ବିଜୟାଦଶମୀର ହାର୍ଦ୍ଦିକ ଶୁଭକାମନା । ଜୟ ଶ୍ରୀ ରାମ! '



विजय अंततः सत्य की ही होती है।

आप सभी को विजयदशमी की शुभकामनाएँ।#HappyDussehra


— Rahul Gandhi (@RahulGandhi) October 25, 2020



କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଦଶହରାରେ ଅଭିନନ୍ଦନ ଜଣାଇ ଟ୍ୱିଟ୍ କରି କହିଛନ୍ତି ''ବିଜୟ ଶେଷରେ ସତ୍ୟ ହୋଇଥାଏ । ଆପଣ ସମସ୍ତଙ୍କୁ ବିଜୟାଦଶମୀର ଶୁଭେଚ୍ଛା ।
Published by: Jagdish Barik
First published: October 25, 2020, 10:53 AM IST
corona virus btn
corona virus btn
Loading