ଏହା ହେଉଛି ମା' ଦୁର୍ଗାଙ୍କର ସବୁଠାରୁ ଭାରୀ ଓ ଉଚ୍ଚତମ ମୂର୍ତ୍ତୀ; ୩୫ ଲକ୍ଷ ଟଙ୍କା ଖର୍ଚ୍ଚରେ ହୋଇଛି ପ୍ରସ୍ତୁତ

ଏଠାରେ ପ୍ରତିମା ଦେଖି ଆପଣଙ୍କ ମନ୍ତ୍ରମୁଗ୍ଧ ହୋଇଯିବ । ଏଭଳି ଭାରୀ ଓ ଉଚ୍ଚ ପ୍ରତିମା ଦେଶର କୌଣସି ପୂଜାପୀଠରେ ନାହିଁ ବୋଲି ଦାବି କରାଯାଉଛି ।

ଏହା ହେଉଛି ମା' ଦୁର୍ଗାଙ୍କର ସବୁଠାରୁ ଭାରୀ ଓ ଉଚ୍ଚତମ ମୂର୍ତ୍ତୀ; ୩୫ ଲକ୍ଷ ଟଙ୍କା ଖର୍ଚ୍ଚରେ ହୋଇଛି ପ୍ରସ୍ତୁତ

ଏହା ହେଉଛି ମା' ଦୁର୍ଗାଙ୍କର ସବୁଠାରୁ ଭାରୀ ଓ ଉଚ୍ଚତମ ମୂର୍ତ୍ତୀ; ୩୫ ଲକ୍ଷ ଟଙ୍କା ଖର୍ଚ୍ଚରେ ହୋଇଛି ପ୍ରସ୍ତୁତ

  • News18 Odia
  • Last Updated :
  • Kolkata, India
  • Share this:
News 18 Odia Digital

କୋଲକାତା : ଏବେ ସାରା ଦେଶରେ ଦୁର୍ଗା ପୂଜା ପାଳନ କରାଯାଉଛି । ଅନେକ ସହରରେ ଏକରୁ ଅଧିକ ପେଣ୍ଡାଲ ନିର୍ମାଣ କରାଯାଇଛି । କିନ୍ତୁ କୋଲକାତାର ଦୁର୍ଗା ପୂଜା ପୂର୍ବ ଭଳି ସ୍ୱତନ୍ତ୍ର । ଏଥର ମଧ୍ୟ ଏଠାରେ ଏକରୁ ଅଧିକ ପ୍ରତିମା ସ୍ଥାପନ କରାଯାଇଛି । କିନ୍ତୁ ଏଥର ସମସ୍ତଙ୍କ ଆଖି ଉତ୍ତର କୋଲକାତାର ବେନିଆଟୋଲା ସାର୍ବଜନୀନ ଦୁର୍ଗା ପୂଜା କମିଟି ଉପରେ ରହିଛି । ଏଠାରେ ପ୍ରତିମା ଦେଖି ଆପଣଙ୍କ ମନ୍ତ୍ରମୁଗ୍ଧ ହୋଇଯିବ । ଏଭଳି ଭାରୀ ଓ ଉଚ୍ଚ ପ୍ରତିମା ଦେଶର କୌଣସି ପୂଜାପୀଠରେ ନାହିଁ ବୋଲି ଦାବି କରାଯାଉଛି ।

ସୋବାବାଜାର ବେନିଏଟୋଲାରେ ଦୂର୍ଗାତ୍ସବର ୭୮ ବର୍ଷ ପୂରଣ କରିଛନ୍ତି । ତେଣୁ ଏହି ଉତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ଏକ ବିଶେଷ ପ୍ରତିମା ପ୍ରସ୍ତୁତ କରାଯାଇଛି । ଏଠାରେ ଚଳିତଥର ଅଷ୍ଟଧାତୁ ମୂର୍ତ୍ତି ତିଆରି କରାଯାଇଛି । ଏହାର ଓଜନ ୧୦୦୦ କିଲୋଗ୍ରାମ । ଏହି ପ୍ରତିମାଟି ୧୧ ଫୁଟ ଉଚ୍ଚ ଅଟେ । ଦାବି କରାଯାଉଛି ଯେ ଅଷ୍ଟାଧାତୁର ଏହି ପ୍ରତିମା ସବୁଠୁ ଭାରୀ ମୂର୍ତ୍ତୀ ।

୩୫ ଲକ୍ଷର ପ୍ରତିମୂର୍ତ୍ତୀ

୨୫ ରୁ ଅଧିକ କାରିଗର ପେଣ୍ଡାଲ ତିଆରି କରିବା ପାଇଁ ଦିନରାତି କାମ କରିଛନ୍ତି ଓ ପ୍ରାୟ ୩୫ ଲକ୍ଷ ଟଙ୍କା ମୂଲ୍ୟରେ ଏହି ପ୍ରତିମା ନିର୍ମାଣ କରାଯାଇଛି । ଜଣାଶୁଣା ଶିଳ୍ପୀ ମିଣ୍ଟୁ ପାଲଙ୍କୁ ଏହି ପ୍ରକଳ୍ପର ଦାୟିତ୍ଵ ଦିଆଯାଇଥିଲା । ଆମେ ଆପଣଙ୍କୁ କହିବୁ ଯେ ପ୍ରତିବର୍ଷ କୋଲକାତାରେ ପେଣ୍ଡାଲ ଓ ଦୁର୍ଗା ମୂର୍ତ୍ତୀ ଏକ ନୂତନ ଥିମ୍ ଉପରେ ପ୍ରସ୍ତୁତ ହୋଇଥାଏ ।

ଐତିହ୍ୟକୁ ନେଇ ଆଗକୁ ବଢୁଛୁ

କମିଟିର ଯୁଗ୍ମ ସଚିବ ବିଶ୍ୱଜିତ ଡନ୍ କହିଛନ୍ତି, “ଆମେ ପାରମ୍ପରିକ ଦିଗରେ କୋଲକାତାର ଐତିହ୍ୟକୁ ନେଇ ଆଗକୁ ବଢୁଛୁ, ଏହି ବର୍ଷର ବିଷୟବସ୍ତୁକୁ‘ ଆଦିର ଆହବାନ ’କୁହାଯାଇଛି । ପୁରାତନ 'ବୋନେଡିଆନା'କୁ ନୂତନ ପୀଢ଼ିର ଉପାସନା ସହିତ ଚିତ୍ରଣ କରି ଓ ସମ୍ମାନ, ପ୍ରେମ, ସୁଖ ଏବଂ ପୂର୍ଣ୍ଣତା ପ୍ରଦାନ କରି "ଆଦିର ଆହବାନ୍" ଥିମ୍ ରଖିଛନ୍ତି ପ୍ରତିମା କଳାକାର ମିଣ୍ଟୁ ପାଲ୍, ପ୍ରଫୁଲ୍ଲ ରାଣା, ପେଣ୍ଡାଲ୍ କଳାକାର ସୁଦୀପ୍ତ କୁଣ୍ଡୁ ଚୌଧୁରୀ ।
Published by:Soubhagya Mishra
First published: